ସ୍ପେଶାଲ

ଆଜି ଦେବଶୟନ ଏକାଦଶୀ, ଭୁଲରେ ବି କରନ୍ତୁନି ଏସବୁ କାମ

ଜୁଲାଇ ୧ ଅର୍ଥାତ୍‌ ଆଜି ଦେବଶୟନ ଏକାଦଶୀ। ଏହାକୁ ଆଷାଢ଼ ଏକାଦଶୀ, ହରିଶୟନ ଏକାଦଶୀ ବା ପଦ୍ମନାଭ ଏକାଦଶୀ ମଧ୍ୟ କୁହାଯାଏ। ଏହି ଏକାଦଶୀରୁ ଭଗବାନ ବିଷ୍ଣୁ ଶୟନ କରିଥାନ୍ତି। ପୁରାଣ ଅନୁସାରେ ଏହି ଦିନଠାରୁ ଭଗବାନ ବିଷ୍ଣୁ ଚାରିମାସ ପାଇଁ କ୍ଷୀର ସାଗରରେ ଶୟନ କରିଥାନ୍ତି। ଏଣୁ ଆଜିଠାରୁ ଆରମ୍ଭ ହୁଏ ଚର୍ତୁମାସ। ଆଗାମୀ ଚାରିମାସ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ ତଥା ଶୁଭ କାର୍ଯ୍ୟକରିବାକୁ ବାରଣ କରାଯାଏ।

କିମ୍ବଦନ୍ତୀ ଅନୁସାରେ ଦେବଶୟନ ଏକାଦଶୀଠାରୁ ଭଗବାନ ବିଷ୍ଣୁ ଚାରି ମାସ ଯାଏଁ ଶୟନ କରିଥାନ୍ତି। ମାତ୍ର ଚଳିତ ଥର ଚତୁର୍ମାସ ଚାରି ମାସ ବଦଳରେ ପାଞ୍ଚ ମାସ ପଡ଼ୁଛି। ଅର୍ଥାତ୍‌ ଜୁଲାଇ ୧ରୁ ନଭେମ୍ବର ୨୫ ଯାଏଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିବ। ନଭେମ୍ବର ୨୬ ଠାରୁ ପୁଣିଥରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ।

ଦେବଶୟନ ଏକାଦଶୀ ବ୍ରତ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏଥିସହ ସମସ୍ତ ପାପ ମଧ୍ୟ କ୍ଷୟ ହୋଇଥାଏ। ତେବେ ଏହି ଦିନ କେତେ ଜିନିଷ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ ତାହା…

-ଏକାଦଶୀ ଦିନ ଭାତ ଖାଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ମନ ଚଳଚଞ୍ଚଳ ରହିଥାଏ ଓ ଭକ୍ତିରେ ମନ ଲାଗେ ନାହିଁ।

-ଏହି ଦିନ ବିଛଣାରେ ନୁହେଁ ତଳେ ଶୋଇବା ଉଚିତ।

-ଏହି ଦିନ ଭୁଲରେ ବି ମାଛ ମାଂସ ଭଳି ଆମିଷ ସେବନ କରିବା ନିଷେଧ।

-ଏକାଦଶୀରେ ଗାଧୋଇ ସାରିବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ।

-ଏହି ଦିନ ମିଛ କୁହନ୍ତୁ ନାହିଁ, ଏହା ଦ୍ୱାରା ପାପ ହୋଇଥାଏ।

-ଏକାଦଶୀରେ କ୍ରୋଧ କରିବା ଅନୁଚିତ।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

15 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

30 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

45 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

55 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago