ଦେବଶୟନ ଏକାଦଶୀ : ଆଜିଠାରୁ ବଦଳିବ ଅନେକ ରାଶିର ଭାଗ୍ୟ, ଭଗବାନ ବିଷ୍ଣୁଙ୍କ ସହିତ ଲକ୍ଷ୍ମୀଙ୍କ ମିଳିବ କୃପା

ଆଜି ଦେବଶୟନ ଏକାଦଶୀ । ଆଷାଢ ମାସ ଶୁକ୍ଲପକ୍ଷ ଏକାଦଶୀର ଅନେକ ସ୍ୱତନ୍ତ୍ରତା ରହିଥାଏ । ଏହି ଦିନରୁ ଆଗାମୀ ୪ ମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯାଆନ୍ତି । ଏପରି ସମୟରେ ଭଗବାନ ଶିବଙ୍କ ହାତରେ ସୃଷ୍ଟିର ସଂଚାଳନ ଦାୟିତ୍ୱ ରହିଥାଏ । ଏହିଦିନରୁ ଚର୍ତୁମାସ ଆରମ୍ଭ ହୁଏ । ଏହିଦିନରୁ ଚାରି ମାସ ପର୍ଯ୍ୟନ୍ତ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିଥାଏ । ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ବିଶ୍ରାମ କରିବା ପରେ ଦେବଉତ୍ଥାନ ଏକାଦଶୀ ଦିନରୁ ଉଠିବା ପରେ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଦେବଶୟନ ଏକାଦଶୀକୁ ହରିଶୟନ ଏକାଦଶୀ ମଧ୍ୟ କୁହାଯାଏ । ଏହିବର୍ଷ ଦେବଶୟନ ଏକାଦଶୀ ୧୭ ଜୁଲାଇରୁ ଆରମ୍ଭ ହେଉଛି । ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ପରେ ଚାରିମାସ ପର୍ଯ୍ୟନ୍ତ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ପ୍ରକୃତିର ତତ୍ତ୍ୱ କମ୍ ହୋଇଯାଏ । ତେଣୁ ଏହା ଦେବଶୟନ ଏକାଦଶୀ ଭାବେ ଜଣାଶୁଣା । ଏହି ଚାରି ମାସ ସାଧୁମାନେ ଭ୍ରମଣ ବନ୍ଦ କରିଦିଅନ୍ତି । ସାଧୁମାନେ ଗୋଟେ ସ୍ଥାନରେ ତପସ୍ୟା କରନ୍ତି।
ଦେବଶୟନ ଏକାଦଶୀ ୧୭ ଜୁଲାଇରୁ ଆରମ୍ଭ ହେଉଛି । ତେଣୁ ଗୃହ ପ୍ରବେଶ, ବିବାହ, ମୁଣ୍ଡନ, ଯଜ୍ଞ ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିଥାଏ । ଏହାର ଚାରିମାସ ପରେ ଭଗବାନ ବିଷ୍ଣୁ ଶୟନ ନିଦ୍ରାରୁ ଉଠନ୍ତି । ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ତା’ ପରେ ଆରମ୍ଭ ହେବ।
ବ୍ରତ କଲେ ପାପ ହୁଏ ନାଶ : ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ବ୍ରତ କରିବା ଦ୍ୱାରା ସବୁ ପାପ ନଷ୍ଟ ହୁଏ । ମଣିଷର ସବୁ ସମସ୍ୟା ଶେଷ ହୁଏ । ମନ ଶୁଦ୍ଧ ରହିବା ସହିତ ରୋଗ ଦୂର ହୋଇଥାଏ । ଦୁର୍ଘଟଣା ଯୋଗ ଥିଲେ ଦୂର ହୁଏ ।ଏହି ବ୍ରତ କଲେ ଶରୀର ଏବଂ ମନ ପ୍ରଫୁଲ୍ଲ ରହେ । ଏହି ବ୍ରତ କଲେ ସବୁ ପାପ ନଷ୍ଟ ହୁଏ ।
ଦେବଶୟନ ଏକାଦଶୀ ବ୍ରତ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିସହ ସମସ୍ତ ପାପ ମଧ୍ୟ କ୍ଷୟ ହୋଇଥାଏ । ତେବେ ଏହି ଦିନ କେତେ ଜିନିଷ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ ।
-ଏକାଦଶୀ ଦିନ ଭାତ ଖାଇବା ଉଚିତ୍ ନୁହେଁ। ଏହା ଦ୍ୱାରା ମନ ଚଳଚଞ୍ଚଳ ରହିଥାଏ ଓ ଭକ୍ତିରେ ମନ ଲାଗେ ନାହିଁ ।
-ଏହି ଦିନ ବିଛଣାରେ ନୁହେଁ ତଳେ ଶୋଇବା ଉଚିତ ।
-ଏହି ଦିନ ଭୁଲରେ ବି ମାଛ ମାଂସ ଭଳି ଆମିଷ ସେବନ କରିବା ନିଷେଧ ।
-ଏକାଦଶୀରେ ଗାଧୋଇ ସାରିବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ।
-ଏହି ଦିନ ମିଛ କୁହନ୍ତୁ ନାହିଁ, ଏହା ଦ୍ୱାରା ପାପ ହୋଇଥାଏ ।
-ଏକାଦଶୀରେ କ୍ରୋଧ କରିବା ଅନୁଚିତ ।