ସ୍ପେଶାଲ

ବର୍ଷର ଶେଷ ଧନୁ ସଂକ୍ରାନ୍ତିରେ କରନ୍ତୁ ସୂର୍ଯ୍ୟଦେବଙ୍କ ଏହି ଉପାୟ, ପ୍ରଭୁ ଚମକାଇଦେବେ ଆପଣଙ୍କ ଭାଗ୍ୟ

ଆସନ୍ତା କାଲି ୧୬ ଡିସେମ୍ବର ରେ ପଡ଼ୁଛି ବର୍ଷର ଶେଷ ସଂକ୍ରାନ୍ତି। ଓଡ଼ିଶାର ପ୍ରତ୍ୟେକ ଘରେ କାଲି ଏହି ସଂକ୍ରାନ୍ତି ଖୁବ ଜୋରସୋରରେ ପାଳନ କରାଯିବ। ବର୍ଷର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ବିଶେଷ କରି ଧନୁ ମୁଆଁ ଭୋଗ ଲଗାଯାଏ। ଆସନ୍ତା କାଲି ଶୁକ୍ରବାର ଧନୁ ସଂକ୍ରାନ୍ତି ଅବସରରେ ଗ୍ରହରାଜ ସୂର୍ଯ୍ୟଦେବ ପୁଣି ଥରେ ନିଜ ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟଦେବ ବିଛା ରାଶିରୁ କାଲି ଧନୁ ରାଶିରେ ପ୍ରବେଶ କରିବେ।

ଆମ ଓଡିଶା ପରମ୍ପରା ଅନୁସାରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସମୟରେ ମୁଆଁ ଖାଇବା ଓ ଅନ୍ୟକୁ ଖୁଆଇବାର ଏକ ବିଶ୍ବାସ କେଉଁ ଆବାହନ ସମୟରୁ ଚଳିଆସୁଛି । ସବୁ ଓଡିଆ ଘରେ ଏହି ଋତୁରେ ଠାକୁରଙ୍କୁ ମୁଆଁ ଭୋଗ ଲାଗି କରାଯାଇଥାଏ ।କିଛି ବିଷେଶଜ୍ଞ ମତ ଦିଅନ୍ତି ପୌଷ ମାସରେ, ଆମ ସୌର ମଣ୍ଡଳର ଗ୍ରହ ଉପଗ୍ରହଙ୍କ ସ୍ଥିତି,ଚଳନ ଓ ପରିବେଶର ଅବସ୍ଥାନୁଯାୟୀ ପ୍ରତ୍ୟକ ମଣିଷ ଅଧିକ ଖାଦ୍ୟ ଖାଇବାର ଆବଶ୍ଯକତା ରହିଛି। ସେହି ଦୃଷ୍ଟିରୁ ଖାଇଥିବା ଖାଦ୍ୟର ହଜମ ପାଇଁ ଗୁଡ ଭଳି ମିଠାର ଆବଶ୍ୟକତା ରହିଛି । ଯେହେତୁ ଖାଲି ଗୁଡ ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ଲିଆ ଦେହରେ ଗୁଡକୁ ମିଶାଇ ମୁଆଁ ତିଆରି କରାଯାଏ । ଯାହାକୁ ଗୁଡ ମୁଆଁ ବୋଲି କୁହାଯାଏ ।

ପ୍ରତିଥର ସୂର୍ଯ୍ୟଦେବ ସଂକ୍ରାନ୍ତି ରେ ଅନ୍ୟ ରାଶିକୁ ଗୋଚର ଗତି କରିଥାନ୍ତି। ତେଣୁ ଏହିଦିନରେ ବିଶେଷ କରି ସୂର୍ଯ୍ୟ ପୂଜାର ମହତ୍ତ୍ୱ ବେଶି ଥାଏ। କିଛି ଉପାୟ ରହିଛି ଯାହାକୁ ଏହିଦିନ ମାନିବା ଖୁବ ଜରୁରୀ ହୋଇଥାଏ। ଏହାଦ୍ୱାରା ଜୀବନରେ ବଡ଼ ଲାଭ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ରାଜା ସୂର୍ଯ୍ୟଦେବ ପ୍ରତି ମାସରେ ରାଶି ବଦଳାନ୍ତି। ମାନେ ସୂର୍ଯ୍ୟଙ୍କ ଗୋଚର କୁ ସଂକ୍ରାନ୍ତି ରୂ ପେ ପାଳନ କରାଯାଏ। ଆସନ୍ତା କାଲି ସୂର୍ଯ୍ୟଦେବ ଧନୁ ରାଶିରେ ପ୍ରବେଶ କରି ଗୋଟିଏ ମାସ ପର୍ଯ୍ୟନ୍ତ ରହିବେ। ତେବେ ଏହି ଦିନରୁ ଖର ମାସ ଆରମ୍ଭ ହୋଇଥାଏ। କୁହାଯାଏ ଯେ ଏହିଦିନଠୁ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ବୋଲି କୁହାଯାଏ। ଆସନ୍ତା ମାସ ସଂକ୍ରାନି ପର ଠାରୁ ପୁଣି ଥରେ ଶୁଭ କାର୍ଯ୍ୟ ଆରମ୍ଭ ହେବ। ତେବେ ଧନୁସଂକ୍ରାନ୍ତି ରେ କିଛି କାମ ରହିଛି ଯାହାକୁ କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ ଶୁଭ ଆଶିର୍ବାଦ ପଡ଼ିଥାଏ।

ଧୁନ ସଂକ୍ରାନ୍ତି ରେ ଏହି ଉପାୟ କରନ୍ତୁ ନିଶ୍ଚିତ ଭାବେ ସମସ୍ୟା ଦୂର ହେବ।
-ଧନୁ ସଂକ୍ରାନ୍ତି ରେ ପବିତ୍ର ନଦୀରେ ସ୍ନାନ କରି ପରେ କିଛି ଦାନ କରନ୍ତୁ। କାଲି ଗରିବଙ୍କୁ ଖାଇବା କୁ ଦିଅନ୍ତୁ। ଅନ୍ନ କପଡ଼ା ଦାନ କରନ୍ତୁ। ବହୁତ ପୂଣ୍ୟ ମିଳିବ।
-ଧନୁ ସଂକ୍ରାନ୍ତି ରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ପୂଜା କରନ୍ତୁ। ଏହାବ୍ୟତିତ ପ୍ରଭୁ ଭୋଳାଶଙ୍କରଙ୍କୁ ଗଙ୍ଗାଜଳ ଅଭିଷେକ କରନ୍ତୁ। ଏହାସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ। ଏହାଦ୍ୱାରା କିଛି ଦୁର୍ଘଟଣା ହେବାରୁ ବଞ୍ଚିଯିବେ। ସଙ୍କଟ ଟଳିଯିବ।
-ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ଯଜ୍ଞ କରିପାରିବେ। ଏମିତରେ ଭାଗ୍ୟ ଉଦୟ ହେବ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ।
-ଏହିଦିନ ଲୁଣ ଖାଆନ୍ତୁ ନାହିଁ। ବ୍ରତ କରି ପିତୃ ପୁରୁଷଙ୍କ କୃପା ଲାଭ ପାଇଁ ତିଳତର୍ପଣ କରନ୍ତୁ। ଜୀବନରେୀ ସୁଖ ସମୃଦ୍ଧିରେ ଭରିଯିବ।
-ଏହିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହାକଲେ ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବେ। ସୂର୍ଯ୍ୟଦେବଙ୍କ ଅସୀମ କୃପା ଆପଣଙ୍କ ଉପରେ ରହିବ।

D Sonali

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

26 seconds ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

12 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

24 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

28 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

48 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago