ସ୍ପେଶାଲ

ଉଦାହରଣ ସାଜିଲେ ଶାଶୁ ଶ୍ୱଶୁର; ପୁଅର ମୃତ୍ୟୁ ପରେ ବିଧବା ବୋହୂର କଲେ ପୁନର୍ବିବାହ, ଉପହାରରେ ଦେଲେ ଦାମୀ ଘର

କରୋନା ମହାମାରୀ ଲକ୍ଷ ଲକ୍ଷ ଘରର ହସ ଖୁସି ଉଜାଡି ଦେଇଥିଲା| ଏହି ବିପଦ ସମୟରେ କିଏ ବାପାକୁ ହରାଇଥିଲା ତ କିଏ ସ୍ୱାମୀକୁ । କାହାର ପିତାମାତାଙ୍କୁ ଛଡ଼ାଇ ନେଇଥିଲା ତ କାହାର ପୁଅକୁ । ସମାନ ଘଟଣା ଘଟିଥିଲା ମଧ୍ୟପ୍ରଦେଶର ଧାର ଅଞ୍ଚଳରେ, ଯେଉଁଠାରେ କରୋନା ମହାମାରୀ ହେତୁ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ପୁଅର ମୃତ୍ୟୁ ଘଟିଥିଲା। ସେ ତାଙ୍କର ୯ ବର୍ଷର ଝିଅ ଏବଂ ପତ୍ନୀଙ୍କୁ ଛାଡି ଚାଲିଗଲେ । ପୁଅର ମୃତ୍ୟୁ ପରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତାଙ୍କ ବୋହୂ ଏବଂ ନାତୁଣୀର ଯନ୍ତ୍ରଣାକୁ ବୁଝିପାରୁଥିଲେ ଏବଂ ସେମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ତାଙ୍କ ବୋହୂକୁ ଦ୍ୱିତୀୟ ବିବାହ କରାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଖବର ମୁତାବକ ମଧ୍ୟପ୍ରଦେଶର ବୃଦ୍ଧ ଦମ୍ପତ୍ତି ମହାମାରୀରେ ପୁଅକୁ ହରାଇଥିଲେ ହେଲେ ହାର ମାନିନାହାଁନ୍ତି ହତଭାଗା ବାପା, ମା’ । ନିଜେ ଧୈର୍ଯ୍ୟ ଧରିବା ସହ ନୂଆ କରି ଘରକୁ ବୋହୂ କରି ଆଣିଥିବା ଝିଅକୁ ସାହାସ ଦେଲେ । ଆଉ କିଛି ମାସ ପରେ ବୋହୂକୁ ନିଜ ଝିଅ ଭଳି ଭଲ ବରପାତ୍ର ଦେଖି ପୁନର୍ବିବାହ କରାଇବା ଏକ ଦାମୀ ବଙ୍ଗଳା ଉପହାରରେ ଦେଲେ । ମଧ୍ୟପ୍ରଦେଶର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ୨୫ ଏପ୍ରିଲ ୨୦୨୧ରେ, ଧରରେ ରହୁଥିବା ଅବସରପ୍ରାପ୍ତ ଏସବିଆଇ ମ୍ୟାନେଜର ଯୁଗ ତିୱାରୀଙ୍କ ପୁଅ ପ୍ରିୟଙ୍କ ତିୱାରୀଙ୍କର ଗତ ବର୍ଷ କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ପ୍ରିୟଙ୍କ ୨୭ ନଭେମ୍ବର ୨୦୧୧ ରେ ରିଚାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କ ଭୋପାଳର ନେଟଲିଙ୍କ କମ୍ପାନୀରେ ଜଣେ ବରିଷ୍ଠ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ୨୦୧୩-୧୪ ବର୍ଷରେ ସେମାନଙ୍କର ଏକ ଝିଅ ଜନ୍ମ ହେଲେ । ଯାହାର ନାମ ଅନୟା ତିୱାରୀ। ପ୍ରିୟଙ୍କଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଧବା ହୋଇଗଲେ ।

ବୋହୂ ଏବଂ ୯ ବର୍ଷର ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁଗ୍ ତିୱାରୀ ଏବଂ ତାଙ୍କ ପତ୍ନୀ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଦୁହେଁ ପୁଣି ଥରେ ବିଧବା ବୋହୂକୁ ପୁଣି ଥରେ ବିବାହ କରିବାକୁ ସ୍ଥିର କଲେ। ଅନେକ ଖୋଜାଖୋଜି ପରେ ବୋହୂ ପାଇଁ ଏକ ଉତ୍ତମ ପାତ୍ର ଖୋଜିଥିଲେ ଶାଶୁ, ଶ୍ୱଶୁର । ଏହାପରେ ନାଗପୁରରେ ବିବାହ ସ୍ଥିର କରିଥିଲେ । ଏବଂ ଅକ୍ଷୟତୃତୀୟା ଭଳି ପବିତ୍ର ଦିନରେ ବୋହୂର ବିବାହ କରାଇଥିଲେ ।

ଯୁଗ ତିୱାରୀ କହିଛନ୍ତି ଯେ ସେ ତାଙ୍କ ବୋହୂକୁ ଝିଅ ବୋଲି ଭାବନ୍ତି । ସେ ରିଚା ଏବଂ ଅନୟାଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଥିଲେ । ସେ ଏ ବିଷୟରେ ରିଚାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ସେ ନିଜେ ମଧ୍ୟ ବିବାହର ସମସ୍ତ ଖର୍ଚ୍ଚ ଉଠାଇଥିଲେ ଏବଂ ପୂରା ଧୁମଧାମ ସହିତ ବୋହୂକୁ ଶାଶୁ ଘରକୁ ପଠାଇଲେ । ଏପରିକି ବୋହୂର ବିବାହରେ ଏକ ଦାମୀ ବଙ୍ଗଳା ମଧ୍ୟ ଉପହାର ଦେଇଥିବା ଜଣାପଡିଛି । ତାଙ୍କର ଏପରି ବଦାନ୍ୟତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି ।

Barsha

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

58 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago