ମଇଁଷି କ୍ଷୀରରୁ ପ୍ରସ୍ତୁତ ପ୍ରସିଦ୍ଧ ମଗଜି ଲଡୁ, ଥରେ ଖାଇଲେ ଝୁରି ହେବେ

ଢେଙ୍କାନାଳ (କେନ୍ୟୁଜ) : ମଇଁଷି କ୍ଷୀରରୁ ପ୍ରସ୍ତୁତ ପ୍ରସିଦ୍ଧ ମଗଜି ଲଡୁ । ପ୍ରାୟ ଶହ ଶହ ବର୍ଷର ପୁରାତନ ମିଠା। ଢ଼େଙ୍କାଳ ଜିଲ୍ଲାର ପ୍ରସିଦ୍ଧ ମଗଜି ଲଡୁ ଖାଇବାକୁ ଭାରି ସୁଆଦିଆ। ଏବେ ଏହି ମଗଜି ଲଡୁ GI ମାନ୍ଯତା ପାଇବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଦ୍ଧି ବଧ ଭାବେ ପ୍ରସ୍ତାବ ଦିଆଯାଇଛି। ଢ଼େଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ଗ୍ରାମର ମଗଜୀ ଲଡୁ ଏକ ସ୍ୱାଦିଷ୍ଟ ମିଠା ଭାବେ ବେସ ପରିଚିତ ଲାଭ କରିଛି। ଏହି ମିଠା ମଇଁଷି କ୍ଷୀର ଏବଂ ଛେନା , ଚିନି ଓ ଗୁଜୁରାତି ଗୁଣ୍ଡର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ଏହି ମିଠା ମନ୍ଦାର ଓ ଷଡ଼ଙ୍ଗୀ ଅଞ୍ଚଳରୁ ପ୍ରଥମେ ପ୍ରସ୍ତୁତ ହୋଇଥିଲା ଲୋକେ କୁହନ୍ତି। କିନ୍ତୁ ଏବେ ଢ଼େଙ୍କାନାଳ ଜିଲ୍ଲାର ଭୁବନ,ମନ୍ଦାର, କାଶିପୁର, ଷଡଙ୍ଗୀ, ଗନ୍ଦିଆ, ବିଧରପୂର୍‌, ଦେଓଗାଁ ଓ ଢ଼େଙ୍କାନାଳ ସହରର ବିଭିନ୍ନ ମିଠା ଦୋକାନରେ ପ୍ରସ୍ତୁତ କରି ଏହାକୁ ବିକ୍ରୟ କରାଯାଉଛି। ତେବେ ଏହି ଷଡଙ୍ଗୀ ଗ୍ରାମର ଧନେଶ୍ୱର ସାହୁ ପ୍ରାୟ ଶହେ ବର୍ଷ ତଳେ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପୁଅ ହୃଷୀକେଶ ସାହୁ ଏହାକୁ ବଂଶାନୁକ୍ରମେ ପଚାଶ ବର୍ଷ ଧରି ପ୍ରସ୍ତୁତ କରି ବିକ୍ରୀ କରିଆସୁଛନ୍ତି।

ବର୍ତ୍ତମାନ ଏହି ମିଠାକୁ ନେଇ ଏବେ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ମାନ୍ଯତା ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ବହୁ ପୁରାତନ ସମୟରୁ ପ୍ରସ୍ତୁତ ହୋଇଆସୁଛି ମଗଜି ଲଡୁ। ଶୁଣାଯାଏ ଶ୍ରୀ ଚୈତନ୍ଯ ମହାପ୍ରଭୁ ଶ୍ରୀଧର ସ୍ୱାମୀଙ୍କ ସହିତ କପିଳାସ ଆଶ୍ରମରେ କିଛି ଦିନ ରହି ତାଙ୍କ ଠାରୁ ଭାଗବତ ଶିକ୍ଷା ଲାଭ କରି ତାଙ୍କୁ ଗୁରୁ ବୋଲି ମାନିଥିଲେ। ତାଙ୍କରି ରହଣି ସମୟରେ ଶ୍ରୀଧର ସ୍ୱାମୀ ମଇଁଷି କ୍ଷୀରରୁ ପ୍ରସ୍ତୁତ ଛେନାରେ ଏକ ପ୍ରକାର ମିଠା ପ୍ରସ୍ତୁତ କରି ଶ୍ରୀ ଚୈତନ୍ଯଙ୍କୁ ଖାଇବାକୁ ଦେଇଥିଲେ । ଏହା ପରବର୍ତ୍ତୀ ସମୟରେ ମଗଜୀ ଲଡୁ ନାମରେ ନାମିତ ହୋଇଥିଲା।

ସେଠିକାର ମୀଠା କାରିଗର ମାନେ ଏହି ମିଠାକୁ ସେବେ ଠାରୁ ପ୍ରସ୍ତୁତ କରୁଛନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳେ ମହାନ୍‌ ଗାଳ୍ପିକ ବ୍ଯାସ କବି ଫକୀର ମୋହନ ସେନାପତି ତାଙ୍କର ଢ଼େଙ୍କାନାଳ ରହଣି କାଳରେ ବାଲେଶ୍ୱର କଲେକ୍ଟର ଥିବା ଜନ ବିମସଙ୍କୁ ଢ଼େଙ୍କାନା ର ଅଲେଖ ମହିମା ଧର୍ମର ତାଳ ବରଡାରେ ତିଆରି ଛତା ଏବଂ ଗନ୍ଦିଆ ଅଞ୍ଚଳର ମଗଜି ଲଡୁ ଦେଇ ଆପ୍ଯାୟିତ କରିଥିଲେ। ଏଥିରୁ ଜଣା ପଡ଼େ ଢ଼େଙ୍କାନାଳ ଜିଲ୍ଲାର ମଗଜୀ ଲଡୁ ଶହ ଶହ ବର୍ଷର ମିଠା ବୋଲି ମନେ କରାଯାଏ। ଢେଙ୍କାନାଳ ମଗଜୀର ସ୍‌ୱାତନ୍ତ୍ରାକୁ ଲକ୍ଷ୍ୟରେ ରଖି ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଏହାକୁ GI ମାନ୍ଯତା ପାଇଁ ରିପୋର୍ଟ ପ୍ରସ୍ତୁତ କରି ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ ଏହାକୁ ବିଦ୍ଧି ବଧ ଭାବେ ଆବେଦନ କରିଛନ୍ତି। ପରୀକ୍ଷା ନିରୀକ୍ଷା ପରେ GI authority ଙ୍କ ଉପସ୍ଥିତି ଏହାକୁ ମାନ୍ୟତା ଦିଆଯିବ ବୋଲି ସ୍ଥିର କରାଯାଇଛି। ଏହି ତଥ୍ଯ ପ୍ରଦାନ ପରେ ଏହି ଘଟଣା ଗୋଟିଏ ପାହାଚ ଉପରକୁ ଯାଇଥିବା ବେଳେ ଡିସେମ୍ବର ମାସ ୬ ତାରିଖରେ ଭୁବନେଶ୍ୱରରେ GI authority ଙ୍କ ଉପସ୍ଥିତିରେ ହବ ବୋଲି ଶୁଣିବାକୁ ମିଳିଛି ।

ତେବେ ଏହି ମଗଜି ମିଠା GI ମାନ୍ଯତା ପାଇଲେ ଜିଲ୍ଲାର ଗୌରବ ବଢିବା ସହିତ ମିଠା କାରିଗର ଓ ବ୍ଯବସାୟୀ, ଦୁଗ୍ଧ ଚାଷୀ, ଗୋପାଳକ ସମସ୍ତେ ଉପକୃତ ହେବା ସହ ଜିଲ୍ଲା ର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ ଦେଇଛନ୍ତି। ଜିଲ୍ଲାର ମଗଜି ଲଡୁ ବା ମଗଜି ମିଠା ରାଜ୍ଯରେ ବହୁ ପୁରାତନ ଏହି ମିଠା ମଇଁଷି ଖିରରୁ ପ୍ରସ୍ତୁତ ଛେନାରେ ତିଆରି ସୁସ୍‌ାଦ ହୋଇ ଥାଏ । ଏହି ମଗଜି Gi tag ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାଳରେ ପହଁଞ୍ଚି ଥିବା ବେଳେ ଆସନ୍ତା ଡିସେମ୍ବର ୬ ତାରିଖରେ ଫଳାଫଳ ଜଣାପଡ଼ିବ । ଏହି ମରଜି ଲଡୁ Gi tag ହେଲେ ରାଜ୍ଯରେ ସ୍‌ତନ୍ତ୍ର ମାନ୍ଯତା ପାଇବା ସହ ଜିଲ୍ଲା ପାଇଁ ଗୌରବ ଆଣିବ ନିଶ୍ଚୟ ।