ଢେଙ୍କାନାଳର ପ୍ରସିଦ୍ଧ ବରା ପାଇଁ ଆଜି ଦିନଟିଏ । ଯାହାକୁ ବରା ଦିବସ ଭାବେ ପାଳୁଛନ୍ତି ଢେଙ୍କାନାଳ ସହରବାସୀ। କଞ୍ଚାଲଙ୍କା ପିଆଜ ଆମ୍ବକଶିଆ ଅଦା, ଜିରା ସହ ସୁଆଦିଆ ଜିନିଷ ପକାଯାଇ ପ୍ରସ୍ତୁତ କରାଯାଇଥାଏ ଏହି ବରା। ଢେଙ୍କାନାଳର ବରାର ଚାହିଦା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି । ବିରି ଚାଳର ତିଆରି ବରା ସୁସ୍ଵାଦ ହେବା ସହ ଏହି ବରା ପ୍ରାୟ ୧୦୦ ବର୍ଷର ପୁରୁଣା ଖାଦ୍ୟ ଭାବେ ଜିଲ୍ଲାରେ ସୁନାମ ରହି ଆସିଛି ।
ସଚେତନ ନାଗରିକ ଫୋରମ ତରଫରୁ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସାଧାରଣ ଲୋକ ଏଥିରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ବର୍ଷ ଏପ୍ରିଲ ୭ ତାରିଖକୁ ଢେଙ୍କାନାଳରେ ବରା ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ସମସ୍ତେ ଏକାଠି ହୋଇ ବରା ଖାଇବାର ମଜା ନେଇଛନ୍ତି । ଢେଙ୍କାନାଳର ଏହି ପ୍ରସିଦ୍ଧ ବରା ସହ ଯୋଡି ହୋଇ ରହିଛି ଅନେକ ଐତିହ୍ୟ ଓ ପରମ୍ପରା । ଢେଙ୍କାନାଳ ଏହି ବରାର ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ହୋଇଥିବାରୁ ଏହାର ସ୍ୱାଦ ଓ ଚାହିଦା ସବୁବେଳେ ନିଆରା ହୋଇଥାଏ ।
ଏହି ବରା ପରମ୍ପରା ବହୁ ପୁରାତନ ଯାହାକି ୧୦୦ ବର୍ଷ ତଳେ ଆଜିର ଦିନରେ ଢେଙ୍କାନାଳ ରେ ସ୍ୱାଦିଷ୍ଟ ବରାର ମହକ ପ୍ରସ୍ତୁତି ହୋଇଥିଲା l ଆଜି ଏହି ବରା ଦିବସକୁ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପାଳନ କରାଯାଇଛି l ସହରର ବୁଦ୍ଧିଜୀବୀ, ଆଇନଜୀବୀ, ବଣିକ ସଂଘ, ସାମ୍ବାଦିକ ସଂଘ, ତଥା ବରିଷ୍ଠ ନାଗରିକ, ମହିଳା ମାନେ ବରା ଦିବସ ଉତ୍ସବରେ ଯୋଗ ଦେଇଥିଲେ l ଦେଶୀ ବିରି, ଚାଉଳ ବଟାରେ ପିଆଜ, ଅଦା, କଞ୍ଚା ଲଙ୍କା, ଭ୍ରୁସଂଗ ପତ୍ର , ଧନିଆ ପତ୍ର ମିଶାଇ ବରା ତିଆରି ହେଉଛି ଆଉ ସହର ବାସୀ ଗୁଗୁନି ସହିତ ବରାର ମଜା ନେଉଛନ୍ତି l ଢେଙ୍କାନାଳର ପ୍ରସିଦ୍ଧ ବିରି ବରାକୁ ଆଗାମୀ ଦିନରେ GI ଟ୍ୟାଗ୍ ର ମାନ୍ୟତା ଦାବି କରିଛନ୍ତି ଢେଙ୍କାନାଳ ବାସୀ ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…