ଓଟିଭି କର୍ମଚାରୀ ସଙ୍କଳ୍ପ ମହାନ୍ତି କଣ ସତରେ ଛାତ ଉପରୁ ପଡ଼ି ଯାଇଛନ୍ତି ?

କିଏ ସେ ମାରିଲା ନା ନିଜେ ମରିଗଲେ ସଂକଳ୍ପ ? ଛାତ ଉପରୁ ପଡ଼ିଗଲେ ନା କିଏ ଠେଲଇ ଦେଲା ତାଙ୍କୁ ? ଓଟିଭି ମାର୍କେଟିଂ ଏକଜିକ୍ୟୁଟିଭି ସଙ୍କଳ୍ପ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟମୟ !ୟବାପାଙ୍କ ଅଭିଯୋଗ ପରେ ପୋଲିସ୍ ସଙ୍କଳ୍ପ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜୋରସୋରରେ ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ଓ ସାଇଣ୍ଟିଫିକ ଟିମ୍ ରିପୋର୍ଟରୁ ଯୁବକ ସଙ୍କଳ୍ପଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବ । ତଥାପି ପୋଲିସ୍ ସଙ୍କଳ୍ପଙ୍କ ପରିବାର ଲୋକ ଓ ବନ୍ଧୁମାନଙ୍କୁ ପଚରା ଉଚୁରା କରିଛି । କେଉଁ ପରିସ୍ଥିତିରେ ଛାତରୁ ପଡ଼ି ସଂକଳ୍ପଙ୍କ ମୃତ୍ୟୁ ହେଲା ସେ ନେଇ ତନାଘନା ଚାଲିଛି ? ତେବେ କାର୍ଯ୍ୟକ୍ଷେତ୍ରରେ ଚାପ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ ଏପର୍ଯ୍ୟନ୍ତ ଓଟିଭି ଏମଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। …

ଗୁରୁବାର ରାତିରେ ସଂକଳ୍ପ ଜଣେ ବନ୍ଧୁଙ୍କ ସହିତ ଜଗମରା ସ୍ଥିତ ନିଜ ଭଡ଼ା ଘରେ ଥିଲେ । ସେ ଭୋଜି କରୁଥିଲେ ବୋଲି କୁହାଯାଉଛି । ତେବେ ବନ୍ଧୁ ଜଣକ ପ୍ରାୟ ଭୋର ୩ଟା ୩୦ରେ ଚାଲି ଯାଇଥିଲେ। ତେବେ ଗତକାଲି ସକାଳେ ସଂକଳ୍ପଙ୍କ ମୃତଦେହ ତାଙ୍କ ଭଡା ଘର ପଛ ପଟରୁ ମିଳିଥିଲା । ସେ ଛାତ ଉପରୁ ହିଁ ପଡ଼ିଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଯେଭଳି ଭାବେ ପଡ଼ିଥିଲେ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଏପଟେ ଆଉ ଗୋଟିଏ ଘଟଣା ସମସ୍ତଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ଓଟିଭିରେ କର୍ମଚାରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ୨୦୨୨ ଅଗଷ୍ଟରେ ଓଟିଭିର ଇଂରାଜୀ ପୋର୍ଟାଲର ଯୁବ ଭିଡିଓ ଏଡ଼ିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ ହୋଇଥିଲା। ପଟିଆ ରେଳ ଷ୍ଟେସନ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପାର୍ଥଙ୍କ ପରିବାର ଲୋକେ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ଏହା ହତ୍ୟା ନା ଜୀବନ ହାରିବା ନେଇ ତଦନ୍ତ ପାଇଁ କହିଥିଲେ । ସେ ଚାପରେ ଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା । ଅଢେଇ ବର୍ଷ ଧରି ସେ ଓଟିଭି ରେ କାମ କରୁଥିଲେ । କଣ ପାଇଁ ତାଙ୍କ ମୃତ୍ୟୁ ହୋଇଥିଲା ତାହା ଜଣାପଡ଼ିନି । ଅବଶ୍ୟ ପୋଲିସ ଏହାକୁ ଜୀବନ ହାରିଥିବା ନେଇ କହିଥିଲେ। ହେଲେ କଣ ପାଇଁ ଜୀବନ ହାରିଥିଲେ ପାର୍ଥ ତାହା ଏବେବି ସ୍ପଷ୍ଟ ହୋଇନି ? ଚାପ ଯୋଗୁଁ ମୃତ୍ୟୁ ହୋଇଥିଲା କି ସେ ନେଇ ଚର୍ଚ୍ଚା ହୋଇଥିଲା। …ସେହିପରି ୨୦୨୨ଡିସେମ୍ବରରେ ପ୍ରଡକ୍ସନ ବିଭାଗର ରବି ନାରାୟଣ ଦାସଙ୍କର ମୃତଦେହ ମଧ୍ୟ ପଟିଆ ଷ୍ଟେସନ ରେଳ ଧାରଣାରୁ ମିଳିଥିଲା । ରବି ନାରାୟଣ ୧୪ବର୍ଷ ଧରି ଓଟିଭିରେ କାମ କରୁଥିଲେ।…

Also Read:ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ