ଦଶହରା ପୂର୍ବରୁ ରାବଣଙ୍କୁ ବି କରୋନା ହୋଇଗଲା କି? ଏହି ଭିଡିଓ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହେଉଛି ବିଜୟାଦଶମୀ ବା ଦଶହରା। ଆସନ୍ତାକାଲି ସାରା ଦେଶରେ ଏହି ପର୍ବ ପାଳିତ ହେବ। କରୋନା ଯୋଗୁ ଚଳିତବର୍ଷ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହେବାକୁ ଯାଉଛି। ଦୀର୍ଘ ବର୍ଷର ପରମ୍ପରା ରାବଣ ଦହନ କାଲି ଅନୁଷ୍ଠିତ ହେବନାହିଁ। କରୋନା ଏହି ଉତ୍ସବ ଉପରେ ମଧ୍ୟ ଗ୍ରହଣ ଲଗାଇ ଦେଇଛି। ମହାମାରୀକୁ ଦୃଷ୍ଟିରେ ରଖି ରାବଣ ପୋଡ଼ିକୁ ସାରା ଦେଶରେ ବନ୍ଦ କରାଯାଇଛି। ଫଳରେ ଲୋକମାନେ ଖୁବ୍‌ ଦୁଃଖରେ ଅଛନ୍ତି। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ।

ଦେଖନ୍ତୁ ଭିଡିଓ:


ଭିଡିଓରେ ଏକ ଆମ୍ବୁଲାନ୍ସ ରାବଣର ପ୍ରତିମୂର୍ତ୍ତିକୁ ନେଇ କୁଆଡ଼େ ଯାଉଥିବା ଦେଖାଯାଇଛି। ଲାଗୁଛି ଯେମିତି ଆମ୍ବୁଲାନ୍ସ ଚାଳକ ତରତର ହୋଇ ରାବଣକୁ ନେଇ କୁଆଡ଼େ ଯାଉଛନ୍ତି। ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟରରେ ସେୟାର କରିଛନ୍ତି।

ସୁଶାନ୍ତ ଏହି ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ଆମ୍ବୁଲାନ୍ସରେ ରାବଣ କୋଭିଡ୍‌ ହସ୍ପିଟାଲକୁ ଯାଉଛନ୍ତି’। ଲୋକମାନେ ଏହି ଭିଡିଓର ପ୍ରବଳ ମଜା ଉଠାଉଛନ୍ତି। ଲୋକମାନେ ଭିଡିଓକୁ ଦେଖି ପଚାରୁଛନ୍ତି କ’ଣ ରାବଣକୁ ବି କରୋନା ହୋଇଗଲା କି! ସୋସିଆଲ ମିଡିଆରେ ଏହି ଭିଡିଓ ପ୍ରବଳ ଭାଇରାଲ ହେଉଛି। ଏବେ ଯାଏଁ ଭିଡିଓକୁ ୯ ହଜାରରୁ ଅଧିକ ଥର ଦେଖାସରିଲାଣି। ସେହିପରି ୮୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଲାଇକ୍‌ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.