କଣ ଆପଣ ଜାଣନ୍ତି ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ମଧ୍ୟରେ ଥିବା ପାର୍ଥକ୍ୟ ?

ଯେତେବେଳେ ଆମେ କୌଣସି ଦାମୀ ଜିନିଷ କିଣୁଛନ୍ତି, ସେହିଥିରେ ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ଦିଆଯାଏ। ଏହା ଦ୍ବାରା ଗ୍ରାହକ ଆକର୍ଷିତ ମଧ୍ୟ ହୋଇଥାନ୍ତି। ପ୍ରାୟ ସମୟରେ ଜିନିଷ ଉପରେ ଅଧିକ ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ଦେବା କାରଣରୁ ଗ୍ରାହକଙ୍କର ପସନ୍ଦଯୋଗ୍ୟ ହୁଏ । କିନ୍ତୁ କଣ ଆପଣ ଜାଣନ୍ତି ଏହି ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ମଧ୍ୟରେ ପ୍ରଭେଦ କଣ ? ଆଜିକାଲି ଯୁଗରେ ଏହା ବହୁତ ସାଧାରଣ ବିଜନେସର ଶବ୍ଦ ହୋଇଗଲାଣି। ତଥାପି ଅନେକ ଲୋକ ଓ୍ୱାରେଣ୍ଟିକୁ ମଧ୍ୟ ଗ୍ୟାରେଣ୍ଟି ବୋଲି ଭାବି ନିଅନ୍ତି ।

ଏହି ଦୁଇଟି ଶବ୍ଦ ମଧ୍ୟରେ କଣ ପାର୍ଥକ୍ୟ ରହିଛି

ଗ୍ୟାରେଣ୍ଟି :

କୌଣସି ଜିନିଷ ଉପରେ ଥିବା ଗ୍ୟାରେଣ୍ଟିର ଏକ ନିଦ୍ଦିର୍ଦ୍ଦିଷ୍ଟ ସମୟ ରହିଥାଏ। ସେହି ସମୟ ଭିତରେ ଯଦି ଆପଣଙ୍କର ଜିନିଷ ଖରାପ ହେଲା କିମ୍ବା ତ୍ରୁଟି ଦେଖାଗଲା ତେବେ ବିକ୍ରେତା ତାହାକୁ ବଦଳାଇ ଦିଏ। ଜିନିଷ କିଣିଲା ବେଳେ ତା ସହିତ ଆପଣଙ୍କୁ ବିଲ ଏବଂ ଗ୍ୟାରେଣ୍ଟି କାର୍ଡ ଦିଆଯାଏ। ସେସବୁକୁ ସମ୍ଭାଳି ରଖିବାକୁ ପଡ଼ିଥାଏ। ଏହି ଗ୍ୟାରେଣ୍ଟି କାର୍ଡର ଅବଧି ଭିତରେ ଯଦି ଆପଣଙ୍କର କିଣିଥିବା ଜିନିଷ ଖରାପ ହୋଇଯାଏ କିମ୍ବା ଭାଙ୍ଗିଯାଏ ତେବେ ଦୋକାନୀ ତାହାକୁ ବଦଳାଇ ନୂଆ ଦେଇଥାଏ।

warranty

ୱାରେଣ୍ଟି :

ୱାରେଣ୍ଟିର ଅର୍ଥ ହେଉଛି ନିର୍ଦ୍ଦିଷ୍ଟ ସମୟ ଭିତରେ ଯଦି ଦ୍ରବ୍ୟ ଖରାପ ହୁଏ ତେବେ ବିକ୍ରେତା ଆପଣଙ୍କୁ ମରାମତି କରି ଦେଇଥାଏ। ଏଥିପାଇଁ ଆପଣଙ୍କୁ କିଣିଥିବା ଜିନିଷର ବିଲ୍ ସମ୍ଭାଳି ରଖିବାକୁ ପଡିଥାଏ। ବିଲ୍ ବିନା ଗ୍ରାହକକୁ ୱାରେଣ୍ଟିର ଲାଭ ମିଳି ପାରିବ ନାହିଁ।

ଏହା ସହ ପଢ଼ନ୍ତୁ : ଏବେ ଘରୁ ମୂଷାକୁ ତଡ଼ିବ ଏହି ମୋବାଇଲ ଆପ୍, ଜାଣନ୍ତୁ କିପରି କରିବେ ବ୍ଯବହାର

କେଉଁଟା ଅଧିକ ଲାଭଦାୟକ :

ୱାରେଣ୍ଟି ସବୁ ଜିନିଷ ଉପରେ ମିଳିଥାଏ କିନ୍ତୁ ଗ୍ୟାରେଣ୍ଟି ମିଳେ ନାହିଁ। ୱାରେଣ୍ଟିର ସମୟ ଅଧିକ ହୋଇଥାଏ କିନ୍ତୁ ଗ୍ୟାରେଣ୍ଟିର ସମୟ କମ୍ ଥାଏ। ଏମିତି ଦେଖିବାକୁ ଗଲେ ଦୁହିଁଙ୍କ ମଧ୍ୟରୁ ଗ୍ୟାରେଣ୍ଟିରେ ଅଧିକ ଲାଭ ଥାଏ । କାରଣ ଏଥିରେ ଖରାପ ଜିନିଷ ସ୍ଥାନରେ ନୂଆ ମିଳିଥାଏ। କିନ୍ତୁ ୱାରେଣ୍ଟିରେ ଖରାପ ଜିନିଷର କେବଳ ମରାମତି କରି ଦିଆଯାଏ।