ଭିନ୍ନ ପରମ୍ପରା, ଏଠାରେ ମହିଳା ବିବାହ ପୂର୍ବରୁ ସ୍ବାମୀଙ୍କ ଘରେ ବିତାଇଥାନ୍ତି ରାତି

ସାଧାରଣତଃ ବିବାହକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ଭାବନା ଭରି ରହିଥାଏ। ଖାସ କରି ବିବାହ ପର ପ୍ରଥମ ରାତିକୁ ନେଇ ରହିଥାଏ ଉତ୍ସାହ। କିନ୍ତୁ ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ପିତାମାତା ତାଙ୍କ ସନ୍ତାନଙ୍କ ନିକଟରେ କେବେ ମଧ୍ୟ ଏଥି ସମ୍ବନ୍ଧୀୟ କିଛି କଥା ହୋଇନଥାନ୍ତି। ଖାସ କରି ଶାରୀରିକ ସମ୍ବନ୍ଧ ସଂପର୍କୀତ କୌଣସି କଥା ହୋଇନଥାନ୍ତି। ସବୁବେଳେ ସଜାଗ ରହିଥାନ୍ତି କି, ଭୁଲରେ ମଧ୍ୟ କୌଣସି ଅପ୍ରୀତିକର କଥା ତାଙ୍କ ସନ୍ତାନ କାନରେ ନପଡ଼ୁ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ପିତାମାତା ନିଜ ସନ୍ତାନକୁ ଶାରୀରିକ ସମ୍ବନ୍ଧ ରଖିବା ପାଇଁ କହିଥାନ୍ତି। ଖାଲି ତାହା ନୁହଁ ବରଂ ବିବାହ ପୂର୍ବରୁ ମଧ୍ୟ ନିଜ ଝିଅକୁ ଶ୍ବଶୂର ଘର ଅଥବା ନିଜେ ଏକ କୋଠରୀ ପ୍ରସ୍ତୁତ କରି ରାତି ବିତାଇବା ପାଇଁ ପଠାଇଥାନ୍ତି। ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା।

marriage

ଆପଣଙ୍କୁ କହିବାକୁ ଚାହିଁବୁ କମ୍ବୋଡ଼ିଆର ଉତ୍ତର-ପୂର୍ବରେ କ୍ରେଉଙ୍ଗ ନାମକ ଏକ ଅଞ୍ଚଳ ରହିଛି। ଏଠାରେ ବିବାହ ପୂର୍ବରୁ ରହିଛି ଏକ ଅଦ୍ଭୁତ ପରମ୍ପରା। ଏହି ପରମ୍ପରା ଅନ୍ତର୍ଗତ ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ ପ୍ରେମ ଘର ବା ଲଭ୍ ହଟ୍ସ। ସେହି ସ୍ଥାନକୁ ସମସ୍ତ ପିତାମାତା ତାଙ୍କ ଅବିବାହିତା ଝିଅକୁ ନେଇ ଯାଇଥାନ୍ତି ଯାହା ଫଳରେ କି ମହିଳା ଶାରୀରିକ ସମ୍ବନ୍ଧ ରଖିବା ସହ ତାଙ୍କ ମନ ପସନ୍ଦ ଜୀବନ ସାଥି ବାଛି ପାରିବେ।

ଖାଲି ତାହା ନୁହ ଏହି ସମ୍ପ୍ରଦାୟର ପିତାମାତା ତାଙ୍କ ଘରଠାରୁ କିଛି ଦୂରରେ ଏକ ଛୋଟ କୁଟିଆ ନିର୍ମାଣ କରିଥାନ୍ତି। ଯେଉଁଠାରେ ଘରର ଝିଅ ତାଙ୍କ ମନପସନ୍ଦ ପୁରୁଷ ସହ ଶାରୀରିକ ସମ୍ବନ୍ଧ ରଖନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.