ଉଡ଼ାଜାହାଜରେ ଦୁଇଜଣ ପାଇଲଟଙ୍କୁ କାହିଁକି ଦିଆଯାଏନି ଏକାଭଳି ଖାଦ୍ୟ? ଆପଣ ଏହା ଜାଣିଛନ୍ତି କି ?

ଆପଣ ହୁଏତ ଏହା ଜାଣିଥିବେ, ଉଡ଼ାଜାହାଜର ଆବିଷ୍କାର ରାଇଟ୍‌ ବ୍ରଦର୍ସ ୧୯୦୩ ମସିହାରେ କରିଥିଲେ, ଯାହାକି ଉଚ୍ଚ ଆକାଶରେ ଉଡ଼ିପାରୁଥିଲା। ଯଦିଓ କିଛି ଲୋକ କହିଥାଆନ୍ତି ଯେ ରାଇଟ୍‌ ବ୍ରଦର୍ସଙ୍କ ୮ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୮୯୫ ମସିହାରେ ମୁମ୍ବାଇର ଶିବକର ବାପୁଜୀ ତଲପଡେ ଏହି କାରନାମା କରିସାରିଥିଲେ। କିନ୍ତୁ ତାଙ୍କ ଉପଲବ୍ଧି ଇତିହାସ ଫର୍ଦ୍ଦରେ କୁଆଡ଼େ ହଜିଯାଇଥିଲା। ଆଜି ଆମେ ଆପଣଙ୍କୁ ଉଡ଼ାଜାହାଜ ସହ ଜଡ଼ିତ ଏମିତି କିଛି ରୋଚକ ତଥ୍ୟ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

aro3

-ଏକ ରିପୋର୍ଟ ଅନୁଯାୟୀ, ବିମାନ ଯାତ୍ରା ସମୟରେ ଲୋକେ ଅଧିକ ଗ୍ୟାସ୍‌ ଛାଡ଼ିଥାଆନ୍ତି। ଏଥିପାଇଁ ଉଡ଼ାଜାହାଜରେ ଦୁର୍ଗନ୍ଧକୁ କମ୍‌ କରିବା ପାଇଁ କାଠ କୋଇଲା ଫିଲଟର ବ୍ୟବହାର କରାଯାଇଥାଏ।

-ଯାତ୍ରା ସମୟରେ ଆମ ଖାଦ୍ୟର ସ୍ୱାଦ ବଦଳି ଯାଇଥାଏ। କାହିଁକି ନା, ଏୟାରଲାଇନ୍ସରେ ଦିଆଯାଉଥିବା ଖାଦ୍ୟରେ ବେଶି ଲୁଣର ମାତ୍ରା ରହିଥାଏ। କିନ୍ତୁ ବିମାନରେ ଅଧିକ ଚାପ କାରଣରୁ ଆମେ ଏହା ସ୍ୱାଦରେ ବାରିପାରି ନ ଥାଉ।

ଏହାସହ ପଢନ୍ତୁ: ଅପରାଧ ଦୁନିଆରେ ରାଜ୍‌ କରୁଥିଲେ ଏହି କୁଖ୍ୟାତ ମହିଳା, ଥରହର ହେଉଥିଲା ସରକାର, ଜାଣନ୍ତୁ କିଏ ସେମାନେ

aro4

-ଉଡ଼ାଜାହାଜରେ ଇମରଜେନ୍ସି ବା ଆପାତକାଳୀନ ସମୟରେ ଯେଉଁ ଅକ୍ସିଜେନ୍‌ ବା ଅମ୍ଳଜାନ ମାସ୍କ ଯାତ୍ରୀମାନଙ୍କୁ ଦିଆଯାଏ, ଏହା ସାହାଯ୍ୟରେ ଯାତ୍ରୀ କେବଳ ୧୫ ମିନିଟ୍‌ ପଯ୍ୟର୍ନ୍ତ ବଞ୍ଚିପାରିଥାଏ।

-୧୯୫୩ ମସିହା ପୂର୍ବରୁ ଉଡ଼ାଜାହାଜର ଝରକା କୋଣ ଚାରିକୋଣିଆ ରହୁଥିଲା, କିନ୍ତୁ ଏକ ଦୁର୍ଘଟଣା କାରଣରୁ ପରେ ଝରକାଗୁଡ଼ିକୁ ଗୋଲକାର ଆକୃତିରେ ତିଆରି କରାଗଲା। କାହିଁକି ନା, ଗୋଲ ଧାର ପବନକୁ ଅଧିକ ବିରୋଧ କରି ନ ଥାଏ, ଫଳରେ ବିମାନ ଉପରେ ଅଧିକ ଚାପ ପଡ଼ି ନ ଥାଏ।

aro5

-କୁହାଯାଏ କି, ୧୯୮୭ ମସିହାରେ ଆମେରିକାର ଜଣେ ବ୍ୟକ୍ତି ଏକ ଏୟାରଲାଇନରେ ୬୯ ଲକ୍ଷ ଟଙ୍କା ଦେଇ ବିମାନର ଆଜୀବନ ପାସ୍‌ ବନାଇ ଦେଇଥିଲେ, ଯାହା ବଦଳରେ ସେ ୨୦୦୮ ପଯ୍ୟର୍ନ୍ତ ୧୦ ହଜାରରୁ ଅଧିକ ଥର ବିମାନ ଯାତ୍ରା କରିଥିଲେ। ହେଲେ ଏଥିପାଇଁ କମ୍ପାନୀକୁ ୧ ବିଲିୟନ ୪୨ କୋଟି ଟଙ୍କା କ୍ଷତି ଭରଣା କରିବାକୁ ପଡ଼ିଥିଲା। ଆଉ ଏହାପରେ କମ୍ପାନୀ ଉକ୍ତ ବ୍ୟକ୍ତିଙ୍କର ପାସକୁ ରଦ୍ଦ କରିଦେଇଥିଲା।

-ଉଡ଼ାଜାହାଜରେ ପାଇଲଟ ଏବଂ କୋ-ପାଇଲଟଙ୍କୁ ଅଲଗା ଅଲଗା ପ୍ରକାର ଖାଦ୍ୟ ଦିଆଯାଇଥାଏ। କାହିଁକି ନା, ଏମିତି ନ ହେଉ ଦୁଇଜଣ ପାଇଲଟ ଏକା ପ୍ରକାର ଖାଦ୍ୟ ଖାଇ ଅସୁସ୍ଥ ହୋଇଯାଆନ୍ତୁ। ଧରନ୍ତୁ, ଯେଉଁ ଖାଦ୍ୟ ପାଇଲଟଙ୍କୁ ଦିଆଯାଇଥାଏ, ଯଦି ସେଥିରେ କିଛି ଗଡ଼ବଡ଼ ଥାଏ, ତା’ହେଲେ ଏକାଭଳି ଖାଦ୍ୟ ଖାଇ ଦୁଇଜଣ ପାଇଲଟ ଅସୁସ୍ଥ ହୋଇପାରନ୍ତି। ଏଭଳି ସ୍ଥିତି ବିମାନରେ ବସିଥିବା ଯାତ୍ରୀମାନଙ୍କ ପାଇଁ ଭୟଙ୍କର ହୋଇପାରେ।