Categories: ସ୍ପେଶାଲ

ଭିନ୍ନ ଭାବେ ସକ୍ଷମ : ବରଗଡ଼ ବୀରମାଲ ଗାଁର କମଳ ସାହୁ, ଜାଣନ୍ତୁ ତାଙ୍କର ଦକ୍ଷତା

କୁହାଯାଏ ଗଭୀର ଆତ୍ମବିଶ୍ୱାସ ଓ ପ୍ରବଳ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି । ଏମିତି ଜଣେ ଯୁବକ ହେଉଛନ୍ତି ବରଗଡ଼ ଜିଲ୍ଲା ବୀରମାଲ ଗାଁର କମଳ ସାହୁ । ପିଲାଟି ବେଳୁ ସେ ଦିବ୍ୟାଙ୍ଗ । ନା ଚଲାବୁଲା କରିପାରନ୍ତି, ନା ଉଠିବସି ପାରନ୍ତି। ତଥାପି ସବୁଥିରେ ସେ ପାରଙ୍ଗମ। ହାତ, ଗୋଡ଼ ନ ଚାଲି ବି ଓଠରେ ସମସ୍ତ କାମ ଅତି ହଜରେ ସେ କରିପାରନ୍ତି । ଆଉ ତାଙ୍କ ପାରିବା ପଣିଆ ଆଗରେ ହାର୍ ମାନେ ସବୁ ସମସ୍ୟା। ଆଜି ତାଙ୍କ କାର୍ଯ୍ୟଦକ୍ଷତା କେବଳ ତାଙ୍କ ପାଇଁ ବେଶ୍ ଦି ପଇସା ରୋଜଗାରର ବାଟ ଫିଟାଇଛି ତା’ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛନ୍ତି କମଳ। ଓଠରେ ମୋବାଇଲ୍ ଫୋନ୍ ରିଚାର୍ଜ କରି ପରିବାର ଲାଗି ରୋଜଗାର ମଧ୍ୟ କରୁଛନ୍ତି ।

ବରଗଡ଼ ସହରଠାରୁ ମାତ୍ର ୧୫ କିଲୋମିଟର ଦୂର ବୀରମାଲ ଗାଁ। ଏହି ଗାଁର ବନମାଳି ଓ ସନ୍ତୋଷିନୀ ସାହୁଙ୍କ ବଡ଼ ପୁଅ ହେଉଛନ୍ତି କମଳ। ବୟସ ୨୪। ଅନ୍ୟମାନଙ୍କ ପରି ତାଙ୍କ ବାପା ମା’ ବି ଚାହୁଁଥିଲେ ପୁଅ ବଡ଼ ହେବ, ଚାକିରି କରିବ। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ପିଲାଟି ବେଳୁ ପୁଅକୁ ପୋଲିଓ ଆକ୍ରାନ୍ତ କଲା। ଧୀରେ ଧୀରେ ହାତ, ଗୋଡ଼, ମେରୁଦଣ୍ଡ ସବୁକିଛି ବାଙ୍କା ହୋଇଗଲା । ଏଥିରେ ଭାଙ୍ଗିପଡ଼ିଲେ ପରିବାର ଲୋକେ। ତଥାପି କମଳଙ୍କ ଦୃଢ ମନୋବଳ ଆଗରେ ସବୁ ଦୁଃଖ, କଷ୍ଟକୁ ଭୁଲିଗଲେ ସେମାନେ।

ଗାଁ ସ୍କୁଲରେ ନବମ ଶ୍ରେଣୀ ଯାଏ ପାଠ ପଢ଼ିଥିବା କମଳ ଏବେ ଓଠରେ ମୋବାଇଲ୍ ଫୋନ୍ ରିଚାର୍ଜ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଓଠ ଦ୍ୱାରା ଫୋନ୍ ବ୍ୟବହାର କରି ଅତି କମ୍ ସମୟରେ ନିର୍ଭୁଲ ଭାବେ ଭାଉଚର ରିଚାର୍ଜ କରିପାରୁଛନ୍ତି। ଦୈନିକ ତାଙ୍କୁ ୫ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଭାଉଚର ରିଚାର୍ଜ କରିବାକୁ ପଡ଼ୁଛି। ସେ ବଟମ୍‌ ବାଲା ହେଉ କି ଟଚ୍‌ ଟଚ୍‌ସ୍କ୍ରିନ୍‌, ସବୁ ପ୍ରକାର ମୋବାଇଲ ରିଚାର୍ଜ କରିବାରେ ସେ ପାରଙ୍ଗମ । ଆଉ ଏଥିପାଇଁ ସେ ଦିନକୁ ଦୁଇଶହ ଟଙ୍କା ପର୍ଯ୍ୟନ୍ତ କମିଶନ ମଧ୍ୟ ପାଉଛନ୍ତି। ଯଦିଓ ହାତ ଗୋଡ଼ ଚାଲୁ ନାହିଁ, ତଥାପି ଖଟରେ ଶୋଇରହି ଏହି କାମକୁ ବେଶ୍ ଭଲ ଭାବେ କରି ପାରୁଛନ୍ତି କମଳ।

ତେବେ କମଳଙ୍କ ମା ତାଙ୍କୁ ମୁଣ୍ଡ କୁଣ୍ଡାଇ ଦେବା ଠାରୁ ଆରମ୍ଭ କରି ଖୁଆଇ ପିଆଇ ଦିଅନ୍ତି ।

ସେପଟେ କମଳଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଭିନ୍ନ ସ୍ତରରୁ ଦାବି ହୋଇଛି। ଯଦି ସରକାର ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଅନ୍ତେ, ତେବେ ସେ ଆହୁରି ଉପକୃତ ହୋଇପାରନ୍ତେ । କମଳଙ୍କ ଭଳି ଜଣେ ଆତ୍ମନିର୍ଭରଶୀଳ ମଣିଷ ଯେ ନିଶ୍ଚିତ ଭାବେ ହଜାର ହଜାର ଦିବ୍ୟାଙ୍ଗଙ୍କ ପଥ ପ୍ରଦର୍ଶକ ସାଜିଛନ୍ତି, ଏଥିରେ ସନ୍ଦେହ ନାହିଁ।

ବରଗଡ଼ରୁ ମହେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

Roshni

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

15 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

18 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

25 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

27 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago