ପ୍ରସିଦ୍ଧ କଡେଇ ମିକ୍ସଚର, ଯିଏ ଖାଇଛି ସିଏ ଜାଣିଛି ଏହାର ସ୍ୱାଦ

ବ୍ରହ୍ମପୁର : ଆମ ରାଜ୍ୟ ଓଡିଶା । ଏଠାକାର ବିଭିନ୍ନ ସ୍ଥାନରେ ରହିଛି ବିଭିନ୍ନ ପ୍ରକାରର ଖାଦ୍ୟ । ଯେମିତିକି ପାହାଳ ରସଗୋଲାକୁ ନମାପଡା ଛେନା ଝିଲ୍ଲୀ, କଟକ ଦହିବରାକୁ ପୁରୀ ଖଜା । ସେମିତି ଆଜି କଥା ହେବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମିକ୍ସଚର ବିଷୟରେ । ଯାହା ବହୁ ବର୍ଷ ଧରି ଲୋକଙ୍କର ମନ କିଣି ଆସିଛି ।

ବଜାରରେ ରାଜ୍ କରୁଛି ସୁଆଦିଆ କଡେଇ ମିକ୍ସଚର । ଯାହାକୁ ଅନେକ ଲୋକ କିଣିନେଇ ଖାଇଥାନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏହି କଢେଇ ମିକ୍ସଚର ବହୁତ ବର୍ଷ ଧରି ନିଜର ନା ବଜୟ ରଖିଛି । କେବଳ ଦିଗପହଣ୍ଡି ଅଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯେଉଁ ମାନେ ଦିଗପହଣ୍ଡି ଆସିଥାନ୍ତି ମିକ୍ସଚର କିଣି ନିଅନ୍ତି ଏବଂ ନିଜ ନିଜ ବନ୍ଧୁ ବାନ୍ଧବଙ୍କ ନିକଟକୁ ମଧ୍ୟ ପଠାଇଥାନ୍ତି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଏହି କଡେଇ ମିକ୍ସଚର ପାଇଁ ବେଶ ପ୍ରସିଦ୍ଧ ଲାଭ କରିଛି । ଯିଏ ଏଠାକୁ ଥରେ ଆସିଛନ୍ତି କଡେଇ ମିକ୍ସଚର ନେବାକୁ କେହି ଭୁଲନ୍ତିନାହିଁ । ସତରେ ଭାରି ସୁଆଦିଆ ଏହି ମିକ୍ସଚର । ତେଣୁ ବସଷ୍ଟାଣ୍ଡରେ ମିଠା ଦୋକାନରେ କଢେଇରେ ମିକ୍ସଚର ରଖାଯାଇଥାଏ ଏବଂ ଗ୍ରାହକ ମଧ୍ୟ କିଣି ନେଇଥାନ୍ତି ଏଠାରୁ । ମୁସ ମୁସିଆ ଗରମ ଗରମ ମିକ୍ସଚର ଖାଇ ଖୁସି ପ୍ରକାଶ କରିବା ସହ ବରାଦ ଦେଇଥାନ୍ତି ଅନେକ ।

ସହରର ଅନେକ ଦୋକାନରେ ଏହି ମିକ୍ସଚର ଦେଖିବାକୁ ମିଳେ । ମିକ୍ସଚର ରାଜ୍ୟର ଅନେକ ସ୍ଥାନରେ ବି ମିଳେ । ପ୍ୟାକିଙ୍ଗ ହୋଇ ବିକ୍ରି ହେବାର ବି ଦେଖିବାକୁ ମିଳେ । ତେବେ ଏଠାରେ ମିଳୁଥିବା ମିକ୍ସଚର ସ୍ୱାଦ ସବୁଠାରୁ ନିଆରା । ୧୯୭୦ ମସିହା ବେଳକୁ ସୁବାଷ ପାତ୍ର ଏବଂ ପ୍ରଭାକର ପାତ୍ର ଦୁଇ ଭାଇ ଏହି ମିକ୍ସଚର ବ୍ୟବସାୟ ଆରମ୍ଭ କରିଥିଲେ ।

ସେତେବେଳେ କେଜି ପଚାଶ ଟଙ୍କାରେ ବିକ୍ରି ହେଉଥିଲା ଯଦିଓ ଏବେ ସମୟ ସ୍ରୋତରେ ତାଙ୍କର ଆଉ ଏହି ବ୍ୟବସାୟ ଆଉ ନାହିଁ । କିନ୍ତୁ ସେହି ଛାପ ଏବେବି ରହିଯାଇଛି । ମିକ୍ସଚର ତିଆରିରେ ଭଲ କ୍ୱାଲିଟି ରଖିଥିବା ଯୋଗୁଁ ଗ୍ରାହକ ବହୁତ ପସନ୍ଦ କରିଥାନ୍ତି ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ଏଠାରୁ ମିକ୍ସଚର ପଠାଯାଇଥାଏ । ବାପାଙ୍କ ଅମଳରୁ କରାଯାଉଥିବା ଏହି ବ୍ୟବସାୟକୁ ଆଗେଇ ନେଇଥିବା କହିଛନ୍ତି ବ୍ୟବସାୟୀ ।

 

You might also like