ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ମଇଳା ଜିନ୍ସ, ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ୍‌

ବର୍ତ୍ତମାନ ଯୁଗରେ ସମସ୍ତେ ଫ୍ୟାଶନ ପଛରେ ମାତିଛନ୍ତି। ଫ୍ୟାଶନବଲ ଲୁକ୍‌ ପାଇବାକୁ ଏବେ କେବଳ ଧନୀ ଲୋକ ନୁହେଁ ମଧ୍ୟବିତ୍ତମାନେ ମଧ୍ୟ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେବେ କ’ଣ କେହି ଲକ୍ଷାଧିକ ଟଙ୍କା ଦେଇ ମଇଳା ପୋଷାକ କିଣିଥିବା ଶୁଣିଛନ୍ତି! ଆପଣ ଭାବୁଥିବେ କାହିଁକି କିଏ ଲକ୍ଷାଧିକ ଟଙ୍କା ଦେଇ ମଇଳା ଡ୍ରେସ୍‌ କିଣିବ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିକଟରେ ଏକ ଫ୍ୟାଶନ୍‌ ଶୋ’ରେ ମଇଳା ପୋଷାକ ପିନ୍ଧି ଜଣେ ମଡେଲ ର‍୍ୟାମ୍ପ ଓ୍ଵାକ୍‌ କରିଛନ୍ତି।

ସବୁଠୁ ମଜା କଥା ହେଉଛି ଏହି ମଇଳା ଜିନ୍ସକୁ ବିକ୍ରି କରିବା ପାଇଁ କମ୍ପାନୀ ତରଫରୁ ଅନ୍‌ଲାଇନ୍‌ରେ ବିଜ୍ଞାପନ ଦିଆଯାଇଛି। ଏହି ମଇଳା ଜିନ୍ସକୁ ଇଟାଲିୟାନ୍‌ କମ୍ପାନୀ Gucci ତିଆରି କରିଛି। ଏହାର ଦାମ୍‌ ରହିଛି ୧୪୦୦ ଡଲାର ବା ପ୍ରାୟ ୧,୦୨,୬୫୧ ଟଙ୍କା। ଜିନ୍ସ ବିଷୟରେ ଏକ ଖାସ୍‌ କଥା ହେଉଛି ଏଥିରେ ଘାସର ଦାଗ ତିଆରି କରାଯାଇଛି। ଫଳରେ ପିନ୍ଧିବା ବ୍ୟକ୍ତିଙ୍କୁ ଏକ ରଫ୍‌ ଆଣ୍ଡ୍‌ ଟଫ୍‌ ଲୁକ୍‌ ମିଳିପାରିବ।

ଦେଖନ୍ତୁ ଫଟୋ:

ଏହି ଜିନ୍ସକୁ ଭାରତୀୟମାନେ ଆଦୌ ପସନ୍ଦ କରିନପାରନ୍ତି। କିନ୍ତୁ Gucci ର ଏହି ଜିନ୍ସକୁ ଇଟାଲିୟାନ୍‌ ଫ୍ୟାଶନ୍‌ ଓ୍ଵିକ୍‌ ଓ୍ଵିଣ୍ଟର ୨୦୨୦ରେ ସାମିଲ କରାଯାଇଥିଲା। ଏବେ ଏହାକୁ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ସୋସିଆଲ ମିଡିଆରେ ଏହି ଜିନ୍ସ ବେଶ୍‌ ଚର୍ଚ୍ଚାରେ ରହିଛି।