ଦୁଇ ହାତ ନାହିଁ, ତଥାପି କରନ୍ତି ଚମତ୍କାର ଫଟୋଗ୍ରାଫି: ଭାଇରାଲ୍ ହେଉଛି ଭିଡିଓ

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନର କଠିନ ପରିସ୍ଥିତିକୁ ସମ୍ଭାଳି ନପାରି ହାର ମାନନ୍ତି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ହଜାର ହଜାର ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ହସଖୁସିରେ ନିଜ ରାସ୍ତାରେ ଆଗକୁ ବଢିଚାଲନ୍ତି। ଏପରି ଏକ ଭିଡିଓ ଏବେ ସମାମ୍ନାକୁ ଆସିଛି, ଯାହା ଦେଖି ଆପଣଙ୍କ ସାହସ ଏବଂ ଆତ୍ମବିଶ୍ବାସ ଦ୍ବିଗୁଣିତ ହୋଇଯିବ।

ପ୍ରାୟତଃ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ, ଯାହାକୁ ଦେଖିଲେ ଆତ୍ମବିଶ୍ବାସ ଏବଂ ଧର୍ଯ୍ଯ ସହିତ ଜୀବନର ଛୋଟ  ବଡ ଅସୁବିଧାରୁ ମୁକିଳିବାକୁ ପ୍ରେରଣା ଯୋଗାଇଥାଏ। ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନର କଠିନ ପରିସ୍ଥିତିରେ ସମ୍ଭାଳି ନପାରି ହାର ମାନନ୍ତି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ହଜାର ହଜାର ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ହସଖୁସିରେ ନିଜ ରାସ୍ତାରେ ଆଗକୁ ବଢିଚାଲନ୍ତି। ଏପରି ଏକ ଭିଡିଓ ଏବେ ସମାମ୍ନାକୁ ଆସିଛି, ଯାହା ଦେଖି ଆପଣଙ୍କ ସାହସ ଏବଂ ଆତ୍ମବିଶ୍ବାସ ଦ୍ବିଗୁଣିତ ହୋଇଯିବ।

ତେବେ ଏହି ଭାଇରାଲ୍ ଭିଡିଓରେ ଜଣେ ଅକ୍ଷମ ବ୍ୟକ୍ତି ତାଙ୍କର ଚମତ୍କାର ଫଟୋଗ୍ରାଫି ସହିତ ଲୋକଙ୍କ ହୃଦୟ ଜିତୁଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ହୃଦୟସ୍ପର୍ଶୀ ଭିଡିଓରେ ଦେଖିବାକୁ ମିଳୁଛିଯେ, ଜଣେ ବ୍ୟକ୍ତି ଏକ କ୍ୟାମେରା ଧରି ଫଟୋଗ୍ରାଫି କରୁଛନ୍ତି।

ହେଲେ ବ୍ୟକ୍ତିଙ୍କର ଦୁଇଟି ଯାକ ହାତ କିନ୍ତୁ ନାହିଁ। ତଥାପି ତାଙ୍କ କାର୍ଯ୍ୟକୁ ଦେଖିଲେ ଲାଗୁଛି ଯେପରି ଜୀବନ ଉପରେ ତାଙ୍କର କୌଣସି ଅଭିଯୋଗ ହିଁ ନାହିଁ । କାହାର ସାହାଯ୍ୟ ବିନା ନିଜ କାର୍ଯ୍ୟକୁ ଅତି ସଚ୍ଚୋଟ ଏବଂ ସମ୍ବେଦନଶୀଳ ଭାବରେ ସେ ସମ୍ପାଦନ କରୁଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓ ଲୋକଙ୍କୁ ପ୍ରେରଣା ଦେବ ନିଶ୍ଚୟ। ଭିଡିଓଟି ଏକ ବିବାହ ମଣ୍ଡପ ପରି ମନେ ହେଉଛି। ଯେଉଁଠାରେ ଏହି ଭିନ୍ନକ୍ଷମ ବ୍ଯକ୍ତି ଜଣକ କ୍ୟାମେରା ଧରି ଫଟୋଗ୍ରାଫି କରୁଛନ୍ତି।

ଏହି ଭିଡିଓକୁ @BhatiaHarpal ନାମକ ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭିଡିଓ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘ଏହି ବ୍ୟକ୍ତି ଜଣକ ହରିୟାଣା କରନାଲର ମହିନ୍ଦ୍ର ଓରଫ କାକା ଜି। ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯୁବକଙ୍କ ମଧ୍ୟରେ ଅଦ୍ଭୁତ କ୍ଷମତା ରହିଛି।’ବହୁତ ଶକ୍ତିଶାଳୀ ଏବଂ ବହୁ ପ୍ରତିଭାବାନ ବ୍ୟକ୍ତି । ସେ ଜଣେ ବୃତ୍ତିଗତ ଫଟୋଗ୍ରାଫର ଏବଂ ଫଟୋଗ୍ରାଫି ଉପକରଣର ଯୋଗାଣକାରୀ।ଏମାନଙ୍କୁ ଦେଖିବା ଦ୍ୱାରା ସକରାତ୍ମକ ଭାବନା ଅନୁଭବ ହୁଏ।