କଣ ଧ୍ବଂସ ହୋଇଯିବ କି ସାରା ବିଶ୍ୱ ! ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବଢ଼ୁଛି ଚର୍ଚ୍ଚା

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହେଉଛି । ଲଗାତାର ପ୍ରାକ୍ରୁତିକ ବିପର୍ଯ୍ୟୟ ଦେଖି ଲୋକମାନେ ଭୟଭୀତ ହେଉଛନ୍ତି ଏବଂ ଲୋକମାନେ ଏହି ଭବିଷ୍ୟବାଣୀକୁ ବହୁ ପରିମାଣରେ ସତ ବୋଲି ବିବେଚନା କରୁଛନ୍ତି । କେଉଁଠି ଭୂମିକମ୍ପ ତ କେଉଁଠି ସୁନାମି ଆଉ କେଉଁଠି ବାତ୍ୟା ତ ଆଉ କେଉଁଠି ଜ୍ବାଳାମୁଖୀ ବିସ୍ଫୋରଣ । ଏସବୁ ପ୍ରାକ୍ରୁତିକ ଦୁର୍ବିପାକ ଯୋଗୁଁ ବିଶ୍ବରେ ବ୍ୟାପକ ଧ୍ୱଂସ ହେଉଥିବା ଦେଖିବାକୁ ମିଳିଛି । ବାବା ଭେଙ୍ଗା ୨୦୨୫ରେ ବିଶ୍ବରେ ଅନେକ ବିପର୍ଯ୍ୟୟ ଘଟିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଯାହା ଏବେ ଧୀରେ ଧୀରେ ସତ ପ୍ରମାଣିତ ହେଉଛି କହିଲେ କମ୍ ହେବନି ।

ନଭେମ୍ବର ୨୩ ତାରିଖରେ ଇଥିଓପିଆରେ ହୋଇଥିବା ହେଲି ଗବିନ୍ ଜ୍ୱାଳାମୁଖୀ ବିସ୍ଫୋରଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଯାହାର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହୋଇଛି । ୧୨ ହଜାର ବର୍ଷ ପରେ ଉଦଗୀରଣ ହୋଇଛି ଏହି ଜ୍ୱାଳାମୁଖୀ । ବୈଜ୍ଞାନିକମାନେ ଏହି ଘଟଣାକୁ ଇତିହାସର ସବୁଠାରୁ ଅସାଧାରଣ ଘଟଣା ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି । କିନ୍ତୁ ଅନେକ ବିଶ୍ୱାସ କରୁଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ, କାରଣ ଭବିଷ୍ୟବକ୍ତା ବାବା ଭେଙ୍ଗା ବହୁ ପୂର୍ବରୁ ଏହି ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରିଥିଲେ । ବୁଲଗେରିଆନ୍ ମହିଳା “ବାବା ଭାଙ୍ଗା”ଙ୍କୁ କିଏ ବା ନଜାଣେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି, ଯେଉଁଥିପାଇଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ । ସେ ୨୦୨୫ ବର୍ଷ ପାଇଁ ଅନେକ ଭବିଷ୍ୟବାଣୀ ମଧ୍ୟ କରିଥିଲେ, ଯାହା ମଧ୍ୟରୁ ଜ୍ବାଳାମୁଖୀ ବିସ୍ଫୋରଣ ସତ ହୋଇଥିବା ଅନୁମାନ କରାଯାଉଛି ।

ରବିବାର ନଭେମ୍ବର ୨୩ ତାରିଖରେ ଉତ୍ତର-ପୂର୍ବ ଇଥିଓପିଆରେ ହେଲି ଗବିନ୍ ଜ୍ୱାଳାମୁଖୀ ହଠାତ୍ ବିସ୍ଫୋରଣ ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜ୍ୱାଳାମୁଖୀର ଭିଡିଓ ଲୋକମାନଙ୍କୁ ଭୟଭୀତ କରିଛି । ୧୨ ହଜାର ବର୍ଷ ପରେ ଏହି ଜ୍ୱାଳାମୁଖୀର ହଠାତ୍ ବିସ୍ଫୋରଣ ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଲୋକମାନେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତାରେ ଅଛନ୍ତି । କାରଣ ପୂର୍ବରୁ ହିଁ ବାବା ଭେଙ୍ଗା ଏଭଳି କିଛି ଭବିଷ୍ୟବାଣୀ କରିଥିଲେ, ଯାହା ସତ ପ୍ରମାଣିତ ହୋଇଛି ବୋଲି ସନ୍ଦେହ କରାଯାଉଛି ।

ଏହାରି ମଧ୍ୟରେ ଜନସାଧାରଣଙ୍କୁ ଭିତ୍ତିହୀନ ଗୁଜବରେ ନ ପଡ଼ିବାକୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ କିଛି ଲୋକ ଜ୍ୱାଳାମୁଖୀ ଉଦଗୀରଣକୁ ଏକ ବିରଳ ଘଟଣା କିମ୍ବା ଭବିଷ୍ୟବାଣୀ ନୁହେଁ ବୋଲି କହିଛନ୍ତି । ବ୍ରିଟିଶ ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁସାରେ ପ୍ରତିବର୍ଷ ପ୍ରାୟ ୫୦ ରୁ ୭୦ ଜ୍ୱାଳାମୁଖୀ ଉଦଗୀରଣ ହୁଏ । ତେଣୁ ଯଦି ଜଣେ ଭବିଷ୍ୟବକ୍ତା ଜ୍ୱାଳାମୁଖୀ ଉଦଗୀରଣର ଭବିଷ୍ୟବାଣୀ କରନ୍ତି, ତେବେ ଏହା ସତ ହେବାର ସମ୍ଭାବନା ବହୁତ ଅଧିକ । ତେଣୁ ଏହାକୁ ଏକ ଭବିଷ୍ୟବାଣୀ କହିବା ପରିବର୍ତ୍ତେ ଏକ ଅନୁମାନ କୁହାଯାଇ ପାରିବ ।

Also Read: ଅମର ହୋଇଯିବ ମଣିଷ’ ଏଆଇ ବାବା ଭେଙ୍ଗାର ଭୟଙ୍କର ଭବିଷ୍ୟବାଣୀ !