ସ୍ପେଶାଲ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ : ରାୟଗଡ଼ା ସୀମାରେ ଆନ୍ଧ୍ରର ଦାଦାଗିରିକୁ ରୋକିଲେ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ

ରାୟଗଡ଼ା (କେନ୍ୟୁଜ୍‌) : ଓଡିଶା ଉପରେ କମୁନି ଆନ୍ଧ୍ରର ଦାଦାଗିରି। ଓଡିଶାର ଜଳ, ଜମି ଓ ଜଙ୍ଗଲ ଉପରେ ବର୍ଷ ବର୍ଷ ଧରି ନଜର ରଖି ଆସିଛି ଆନ୍ଧ୍ର। ଆନ୍ଧ୍ରର ଲୋଲୁପ ଦୃଷ୍ଟି ଅଡୁଆରେ ପକାଇଛି ଓଡିଶା ଲୋକଙ୍କୁ। କିଛି ବର୍ଷ ହେବ ଆନ୍ଧ୍ର-ଓଡିଶା ମଧ୍ୟରେ ଲାଗି ରହିଛି ସୀମା ବିବାଦ। ପଡୋଶୀ ଆନ୍ଧ୍ର ସରକାରଙ୍କ ତରଫରୁ ଅନଧିକାର ଭାବେ ଓଡିଶା ସୀମାରେ ରେଷ୍ଟସେଡ, ରାସ୍ତା ଓ ପୋଲ ନିର୍ମାଣ କାମ ଆରମ୍ଭ କରାଯାଉଛି। ରାୟଗଡା ଜିଲ୍ଲା ସୀମାନ୍ତରେ ଦେଖାଦେଇଥିବା ଏଭଳି ଏକ ବିବାଦର ହୋଇଛି ଶାନ୍ତିପୂର୍ଣ୍ଣ ସମାଧାନ। ଯେଉଁଠି ଓଡିଶାବାସୀଙ୍କର ହୋଇଛି ନୈତିକ ବିଜୟ।
ରାୟଗଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୦ କିଲୋମିଟର ଦୂର। ସଦର ବ୍ଳକର ବୈରାଗୀ ହାଲୁଆ ପଞ୍ଚାୟତର ସାନଲୁକୁଟି ଗାଁ। ଗାଁକୁ ଲାଗି ରହିଛି ପଡୋଶୀ ଆନ୍ଧ୍ରର ବିଜୟନଗରମ ଜିଲ୍ଲାର ଗୁମ୍ମା ଲକ୍ଷ୍ମୀପୁର ପଞ୍ଚାୟତର ଲାଡା ଗାଁ। ଲାଡ୍ଡା ଗାଁର ଲୋକଙ୍କ ପାଇଁ ଆନ୍ଧ୍ର ସୀମାଦେଇ ଯିବାକୁ ଆଦୌ ଭଲ ରାସ୍ତା ନାହିଁ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ସାନଲୁକୁଟି ଦେଇ ଏକ ରାସ୍ତା ଓ ପୋଲ ନିର୍ମାଣ କରାଯାଉଥିଲା। ଏହାକୁ ଲୁକୁଟି ଗ୍ରାମବାସୀ ତୀବ୍ର ବିରୋଧ କଲେ। ରାୟଗଡା ଜିଲ୍ଲାପ୍ରଶାସନର ହସ୍ତକ୍ଷେପ ପରେ ବିବାଦୀୟ ସ୍ଥାନରେ ଓଡିଶା ତରଫରୁ ପୋଲ ନିର୍ମାଣ ହେଲା।

୨୦୧୮ରେ ଆନ୍ଧ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତାକାମ ପାଇଁ ପ୍ରସ୍ତୁତି କରାଗଲା। ୧.୯ କିଲୋମିଟର ରାସ୍ତା ପାଇଁ ପଡୋଶୀ ଆନ୍ଧ୍ର ସରକାର ଟେଣ୍ଡର ଆହ୍ଵାନ କଲେ। ହେଲେ ଓଡିଶା ସୀମା ଭିତର ଦେଇ ଆନ୍ଧ୍ରର ଠିକାଦାର ଏହି କାମ ଆରମ୍ଭ କଲେ। ଏହି କାମକୁ ସାନଲୁକୁଟି ଗ୍ରାମବାସୀ ବିରୋଧ କଲେ। ଦୀର୍ଘ ୫ ବର୍ଷ ଧରି ଉଭୟଗାଁ ଭିତରେ ବିବାଦ ଦେଖାଦେଲା। ଓଡିଶା ତରଫରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଗଲା। ରାସ୍ତା ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କାର କାମ ମଧ୍ୟ ଆରମ୍ଭ କରାଯାଇଛି। ଏବେ ଏହି ରାସ୍ତାକୁ ଉଭୟ ଆନ୍ଧ୍ର-ଓଡିଶା ବାସୀ ବ୍ୟବହାର କରି ଗମନାଗମନର ସୁବିଧା ପାଉଛନ୍ତି।

ଓଡିଶା-ଆନ୍ଧ୍ର ମଧ୍ୟରେ ୧୯୫୪ ମସିହାରେ ସୀମା ନିର୍ଦ୍ଧାରଣ କରାଗଲା। ସୀମାନ୍ତରେ କିଛି ଅଞ୍ଚଳରେ ପଥର ପୋତାଯାଇ ଚିହ୍ନଟ କରାଗଲା। ତାପରେ ବି ବିବାଦ ଲାଗି ରହିଲା। ଉଭୟ ରାଜ୍ୟର ସୀମାରେ ବସବାସ କରୁଥିବା ଲୋକଙ୍କ ଭିତରେ ତିକ୍ତତା ଦେଖା ଦେଇଦେଲା। ବିବାଦର ସମାଧାନ କରିବା ନେଇ ପଦକ୍ଷେପ ନେବାପରେ ଧୀରେ ଧୀରେ ଏହି ବିବାଦୀୟ ଅଞ୍ଚଳରେ ଶାନ୍ତି ଫେରୁଛି।

KNews Bureau

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

1 min ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

9 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

23 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

29 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

59 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago