ଭୁବନେଶ୍ୱର: ଏଇ ମାତ୍ର କେଇଟା ଦିନ ହେବ ଯାଇଛି ୭୮ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବ । ସମସ୍ତେ ଏକ ପ୍ରକାର ଆନନ୍ଦ ଉଲ୍ଲାସ ଆସର ଭିତରେ ବେଶ ଧୁମଧାମରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ସ୍ୱାଧୀନତା ଦିବସ ସ୍ମୃତି କୁ ତାଜା କରିଥିଲେ ପ୍ରତ୍ୟକ ଭାରତୀୟ । ହେଲେ ତ୍ରିରଙ୍ଗା ସୁଉଚ୍ଚରେ ମଥା ଟେକି ଉଡିବା ପଛରେ କେତେ କାହାର ବଳିଦାନ ରହିଛି ସେ କଥା କହିଲେ ସରିବନି କି ଗପରେ ଲେଖିଲେ ଲେଖା ସରିବନି ।
ସମସ୍ତଙ୍କ ବଳିଦାନ କଥାକୁ ଯଦି ନିଆ ଯାଏ, ତେବେ ନେତାଜୀ ସୁବାଷ ବୋଷଙ୍କ ବଳିଦାନ ଓଡିଶା ତଥା ଭାରତ ପାଇଁ ଅତୁଳନୀୟ । ଓଡିଶା ମାଟିର ଜଣେ ଏମିତି ପୁଅ ଯାହାଙ୍କ ବିଷୟରେ ଯେତେ କହିବା ସେତେ କମ୍ ପଡିବ । ନିଜେ ଗୋଟିଏ ବଡ଼ ଅସ୍ତିତ୍ୱ ଥିଲେ ନେତାଜୀ ସୁବାଷ ବୋଷ । ନେତାଜୀ କହିଥିଲେ ସବୁ ଠାରୁ ବଡ଼ କଥା “ମୁଝେ ଖୁନ ଦୋ ମେ ତୁମହେଁ ଆଜାଦ ଦିଲାଉଙ୍ଗା ” । ନେତାଜୀ ସୁବାଷ ବୋଷଙ୍କ କଥା କହୁ କହୁ ଏଇତ ଦେଖା ଗଲେଣି ରସୁଲଗଡ ଛକରେ । ଆମେ ଆଜି ସୁବାଷ ବୋଷଙ୍କ ବିଷୟରେ ଆଲୋଚନା କରିଲା ବେଳେ ତାଙ୍କ ପ୍ରତି ଆମର କେତେ ଭଲ ପାଇବା ରହିଛି ତାହା ଆଜି ଏହି ଦୁଃଖଦ ଦୃଶ୍ୟରୁ ଜଣା ପଡୁଛି ।
ଆମେ ରସ୍ତାରେ ଗଲାବେଳେ ନଜରକୁ ଆସିଥିଲା ଗୋଟିଏ ପରିତ୍ୟକ୍ତ ସ୍ଥାନ। ସେହି ସ୍ଥାନରେ କଳା ଘୋଡାର ମୂର୍ତ୍ତି । ସେହି କଳା ଘୋଡା ମୂର୍ତ୍ତି ଉପରେ କାହାର ପ୍ରତିମୂର୍ତ୍ତି ଥିଲା ଭଳି ଲାଗିଲା । ଭାରି ଉତ୍ସାହ ହେଲା କଣ କାହାର ପ୍ରତିମୂର୍ତ୍ତି, ଏଇଠି ଏମିତି କାହିଁକି ଅଛି । ଏଭଳି ଦୁସ୍ଥ ଅବସ୍ଥାରେ ପଡ଼ି ରହିଛି କାହିଁକି । କହିବା କଥା ହେଲା ଏ ରାସ୍ତାରେ ଦେଖନ୍ତୁ ଅନେକ ବାବୁ ଲୋକ ବଡ଼ ବଡ଼ ଗାଡି ଯାଆ ଆସ କରୁଛନ୍ତି । ସମସ୍ତେ ସତେ ଯେମିତି ଏକ ପ୍ରକାର ନିମଗ୍ନ ନିଜ ନିଜ ବାସ୍ତବ ଜୀବନରେ । ପାଖକୁ ଲାଗି ରାଜ୍ୟ ସଂଗ୍ରାହାଳୟ ପାଚେରୀ ବିପରୀତ ପାର୍ଶ୍ୱରେ । ସେହି ଅଳ୍ପ ନିକଟରେ ଏହି ଭଳି ଏକ ଦୃଶ୍ୟ ଯାହା ଆଜି ଆପଣଙ୍କ ସମ୍ମୁଖରେ ରଖୁଛୁ । ହୁଏତ କିଏ କଣ ଭାବିପାରନ୍ତି ଅବା ଟିପ୍ପଣି ଦେଇ ପାରନ୍ତି । କିନ୍ତୁ ଏ ଦୃଶ୍ୟ ଆଖିରେ ଦେଖିଲା ପରେ ଆମେ ନିଜକୁ ରୋକି ପାରି ନଥିଲୁ ।
ଆମେ ଯେତେବେଳେ ଘୋଡା ଆଉ ପ୍ରତିମୂର୍ତ୍ତିର ନିକଟତର ହେଲୁ ସେତେବେଳେ ସ୍ପଷ୍ଟ ହୋଇ ପାରୁନଥିଲା କି ପ୍ରକୃତ ଏହି ପ୍ରତିମୂର୍ତ୍ତିଟି କାହାର ବୋଲି । କାହିଁକି କହିଲେ ଏଇଥିପାଇଁ କି ପ୍ରତିମୂର୍ତ୍ତି ଚାରି ପାଖ ଯାକ ଘୋଡେଇ ହୋଇଥାଏ ଧଳା କପଡା । ଘୋଡାଟି କିନ୍ତୁ ଭାରି ସୁନ୍ଦର କାରୁକାର୍ଯ୍ୟ ରେ ତିଆରି ହୋଇଥିଲା । ଆଗରେ କାଚ ମଲମଲ ଚିକ୍କଣ ଘୋଡାଟି ଯାହାର ଅବସ୍ଥା ଏହି ଭଳି ହୋଇଛି । ଲାଞ୍ଜ ଭାଙ୍ଗି ଯାଇଛି । ଘୋଡା ଉପରେ ସବାର ବ୍ୟକ୍ତି ଜଣଙ୍କ ଚେହେରା ବହୁତ ସମୟରେ ଯାଇ ଜଣା ପଡିଲା । କାହିଁକି ନା ପ୍ରତିମୂର୍ତ୍ତିଟି ଯେଉଁ ଭଳି ଭାବରେ କପଡା ଘୋଡେଇ ବନ୍ଧା ଯାଇଥିଲା ବିଲକୁଲ ବାରି ହେଉନଥିଲା କି ଚିହ୍ନା ପଡୁନଥିଲା ପ୍ରକୃତରେ କାହାର ପ୍ରତିମୂର୍ତ୍ତି । ଗୋଡ଼ରୁ ମୁଣ୍ଡ ଯାଏ କପଡା ତାହାରି ଭିତରୁ ମୁହଁଟି ଉଙ୍କି ମରୁଥାଏ । ସେ ଆଉ କେହି ନୁହନ୍ତି ଆମର ଅତି ଆପଣାର ନେତାଜୀ ସୁବାଷ ବୋଷ । ଦେଖିଲା ପରେ ଆମ ପାଦ ତଳୁ ମାଟି ଖସିଗଲା ଭଳି ମନେ ହେଲା । ଆରେ ଆରେ ଇଏତ ଆମର ସୁବାଷ ବୋଷ ତାଙ୍କ ପ୍ରତିମୂର୍ତ୍ତି ପୁଣି ଏଭଳି ଅବସ୍ଥାରେ ପଡ଼ି ରହିଛି ।
ପ୍ରତିମୂର୍ତ୍ତି ସାରା ବ୍ୟାଣ୍ଡେଜ କପଡା ଭଳି ଧଳା କପଡା ଘୋଡାଇ ବନ୍ଧା ହୋଇଛି । ନେତାଜୀଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗି ଯାଇଛି । ବେକ ଠାରୁ ମୁଣ୍ଡ ଭାଙ୍ଗି ଅଲଗା ହୋଇଛି । ସତେ ଯେମିତି ଭାଙ୍ଗି ଯିବ ଆଉ ଅଳ୍ପ ସମୟରେ । ପ୍ରତିମୂର୍ତ୍ତି ଯୋଉଠି ରହିଛି ତାର ପାଚେରୀକୁ ଲାଗି ପଛ ପାଖ ମହାନଗର ନିଗମ । ଅନତି ଦୂରରେ ବଡ଼ ବଡ଼ ଅଟ୍ଟାଳିକା । ବଡ଼ ବଡ଼ ବାବୁଙ୍କ ଦପ୍ତର କିନ୍ତୁ କାହାରି ନିଘା ନାହିଁ । ନା ଜାଣି ଶୁଣି ଏଭଳି ଅଣଦେଖା କରାଯାଉଛି ।
ଏମିତି ଅସହାୟ ଅବସ୍ଥାରେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି । ଏ କି ବିଡମ୍ବନା । ତେଣେ ପାଳୁଛନ୍ତି ଭାରତ ସ୍ୱାଧୀନତା ଦିବସ କିନ୍ତୁ ଯାହା ପାଇଁ ଆଜି ସ୍ୱାଧୀନତାର ସ୍ବାଦୁ ଚାଖିଛନ୍ତି ସେ ଆଜି ଏହି ଭଳି ପରିତ୍ୟକ୍ତ ଦୁର୍ଗନ୍ଧ ସ୍ଥାନରେ, ଲୋକ ପରିସ୍ରା କରୁଥିବା ଜାଗାରେ । ଓଡ଼ିଆର ଅସ୍ମିତା ଆଜି ସମସ୍ତଙ୍କୁ ପଚାରୁଛି । ଏହି କଣ ପୂଜ୍ୟ ପୂଜାର ଉପହାର ଉପଚାର । ନେତାଜୀ ଆମର । ଆମ ପାଇଁ ସବୁ କିଛି । ଖାଲି ପାଟିରେ କହୁଛନ୍ତି ବୋଲି ଆଜି ଏହି ଦୃଶ୍ୟ ରୁ ଜଣା ପଡୁଛି ।