ଠିଆ ହୋଇଥିବା କାର ସହ ସାମାନ୍ୟ ଘଷି ହୋଇଗଲା ଠେଲା, ରାଗରେ ସବୁ ଫଳକୁ ରାସ୍ତାକୁ ଫିଙ୍ଗିଦେଲେ ମହିଳା; ଭିଡିଓ ଭାଇରାଲ

କଥାରେ ଅଛି- ‘ବଡ଼ଲୋକଙ୍କୁ ଉତ୍ତର ନାହିଁ’। ଏବେ ସୋସିଆଲ ମିଡିଆରେ ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳାଙ୍କ କାର ଠିଆ ହୋଇଥିବା ବେଳେ ଏକ ଫଳ ବାଲାର ଠେଲା ଗାଡ଼ି ସହ ଘଷି ହୋଇଯାଉଛନ୍ତି। ଏହା ପରେ ସେ ଫଳ ବାଲା ତାଙ୍କୁ ବୁଝାଇବା ବେଳେ ସେ ତା’ ପରିବାକୁ ଫିଙ୍ଗି ଦେଇଥିବା ଦେଖାଯାଇଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ମହିଳାଙ୍କୁ ପ୍ରବଳ ଟ୍ରୋଲ କରୁଥିବା ଦେଖାଯାଇଛି।

ଭାଇରାଲ ହେଉଥିବା ଏହି ଭିଡିଓଟି ଭୋପାଳର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖାଯାଇଛି ଯେ ମହିଳାଙ୍କର କାର ସହ ଫଳ ବାଲାର ଠେଲା ସାମାନ୍ୟ ଘଷି ହୋଇଯାଉଛି। ଏହା ପରେ ମହିଳା ଆସି ଫଳ ବାଲାକୁ ପାଟି କରୁଛନ୍ତି। ଫଳ ବାଲା ଜଣକ ନିଜର କିଛି ଦୋଷ ନ ଥିବା କହି ସଫେଇ ଦେଉଥିବା ବେଳେ ମହିଳା ସବୁ ସୀମା ପାର କରିଯାଉଛନ୍ତି ଆଉ ଠେଲାରେ ଥିବା ଫଳକୁ ରାସ୍ତାକୁ ଫିଙ୍ଗି ଦେଉଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ମହିଳାଙ୍କୁ ଅଭଦ୍ର ବୋଲି କହିବା ସହ ତାଙ୍କ କାର୍ଯ୍ୟକୁ ପ୍ରବଳ ନିନ୍ଦା କରିଛନ୍ତି। ଏଥିସହ ଆଉ କିଛି ୟୁଜର ଏଭଳି କାମ ପାଇଁ ମହିଳା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି।