ନଡ଼ିଆର ମୂଲ୍ୟ ୬.୫ ଲକ୍ଷ ଟଙ୍କା, ନିଲାମିରେ କିଣି ନେଲେ ଭକ୍ତ

ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର ମନ୍ଦିରରେ ପ୍ରଭୁ ମଲିମଙ୍ଗରାୟଙ୍କ ଗାଦିରେ ଥିବା ଏକ ନଡ଼ିଆ ପାଇବାର ସୁଯୋଗ ତାଙ୍କୁ ମିଳିଛି । ତେବେ ଏହି ଭାଗ୍ୟଶାଳୀ ନଡ଼ିଆ କିଣିବା ପାଇଁ ସେ ୬.୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପଛାଇ ନାହାନ୍ତି । ମନ୍ଦିର କମିଟି ପକ୍ଷରୁ ଏହି ନଡିଆକୁ ଶ୍ରାବଣ ମାସର ଶେଷ ଦିନ ନିଲାମ କରାଯାଇଥିଲଶ ।

ନିଲାମରେ ଅନେକ ଭକ୍ତ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ବିଜୟପୁରା ଜିଲ୍ଲାର ଫଳ ବିକ୍ରେତା ମହାବୀର ହାରାକେଙ୍କ ବୋଲିର ନିକଟତର କେହି ହୋଇପାରିନଥିଲେ । ପ୍ରଭୁ ମଲିମଙ୍ଗରାୟଙ୍କ ମହାଦେବଙ୍କ ନଦୀର ଏକ ରୂପ ଭାବେ ବିବେଚନା କରାଯାଏ । ତାଙ୍କ ଗଦିରେ ରଖାଯାଇଥିବା ଏହି ନଡ଼ିଆକୁ ଭକ୍ତମାନେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରନ୍ତି । ଏହି ନଡ଼ିଆକୁ ସ୍ୱର୍ଗୀୟ ବୋଲି ବିବେଚନା କରାଯାଏ । ଯଦି ଏହାକୁ ପାଇବ, ତା’ ପାଇଁ ଏହା ଶୁଭ ଫଳଦାୟକ ବୋଲି ବିଶ୍ୱାସ କରାଯାଏ ।

ଦୀର୍ଘ ଦିନ ଧରି ମନ୍ଦିର କମିଟି ଏହି ନଡ଼ିଆର ନିଲାମ କରି ଆସୁଛି । କିନ୍ତୁ ନିଲାମ କେବେ ବି ୧୦ ହଜାର ଟପିନଥିଲେ । ଚଳିତ ବର୍ଷ କିନ୍ତୁ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଥର ବୋଲି ୧ ହଜାରରୁ ଆରମ୍ଭ ହୋଇ ସାଙ୍ଗେ ସାଙ୍ଗେ ୧ ଲକ୍ଷରେ ପହଞ୍ଚିଲା । ତା ପରେ ଜଣେ ଭକ୍ତ ୩ ଲକ୍ଷ ଟଙ୍କା ବୋଲି ଲଗାଇଲେ । ମନ୍ଦିର କମିଟି ନିଶ୍ଚିତ ହୋଇଗଲା ଯେ ନିଲାମ ଏହିଠାରେ ଶେଷ ହୋଇଯିବ । କାରଣ ଏହା ପୂର୍ବରୁ କେବେ ବି ନଡ଼ିଆର ମୂଲ୍ୟ ଏହି ସୀମା ଡେଇଁ ନଥିଲା । କିନ୍ତୁ ମହାବୀର ନଡ଼ିଆଟିକୁ ହାତେଇବାକୁ ହଠାତ ତାର ମୂଲ୍ୟ ଦୁଇଗୁଣ କରିଦେଲେ । ନଡ଼ିଆ ନିଲାମରୁ ମିଳିଥିବା ଅର୍ଥ ମନ୍ଦିର ବିକାଶ କାର୍ଯ୍ୟରେ ଲାଗିବ ବୋଲି କମିଟି କହିଛନ୍ତି ।

ମହାବୀର କହିଛନ୍ତି, ତାଙ୍କ କାର୍ଯ୍ୟ ଲୋକଙ୍କୁ ପାଗଳାମି ଓ ଅନ୍ଧ ବିଶ୍ୱାସ ମନେ ହେଉଥାଇପାରେ । କିନ୍ତୁ ଏହା ଭକ୍ତି ଓ ବିଶ୍ୱାସର କଥା । ସେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଓ ବ୍ୟବସାୟ କ୍ଷତିର ସାମ୍ନା କରୁଥିଲେ । ପ୍ରଭୁ ମଲିମଙ୍ଗରାୟଙ୍କୁ ପ୍ରାର୍ଥନା କରିବାର କିଛି ମାସ ମଧ୍ୟରେ ତାଙ୍କ ସ୍ଥିତି ବଦଳିଗଲା । ନଡ଼ିଆକୁ ଘରେ ରଖି ନିୟମିତ ପୂଜା କରିବେ ବୋଲି ମହାବୀର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.