ଭେଟନ୍ତୁ ରାହୁଲ୍ ଗାନ୍ଧୀଙ୍କୁ ସୋସିଆଲ୍ ମିଡିଆର ଅ ଆ ପଢାଉଥିବା ଗୁରୁ ମା’ଙ୍କୁ

ଗତ ଗୋଟେ ବର୍ଷ ହେବ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି ରାହୁଲ୍ ଗାନ୍ଧୀ । କେବଳ ରାହୁଲ୍ ଗାନ୍ଧୀ ନୁହେଁ କିଛି କଂଗ୍ରେସ୍ ନେତା ମଧ୍ୟ ପୂର୍ବଠାରୁ ଅଧିକ ବ୍ୟବହାର କରୁଛନ୍ତି ସୋସିଆଲ୍ ମିଡିଆ । ହେଲେ କେବେ ଭାବିଛନ୍ତି କଣ ହେଲା ଯୁବରାଜଙ୍କର ଯେ ହଠାତ୍ ସୋସିଆଲ୍ ମଡିଆରେ ହୋଇଗଲେ ଆକ୍ଟିଭ୍ । ଏହା ମୋଦି ମ୍ୟାଜିକ୍ ନୁହେଁ ତ ? ଆଉ କିଏ ସମ୍ଭାଳୁଛନ୍ତି ରାହୁଲଙ୍କ ଆକାଉଂଟ୍ । ଆଜି ଆମେ ଆପଣଙ୍କୁ କହିବୁ କିଏ ରାହୁଲ ଗାନ୍ଧୀଙ୍କ ଗୁରୁ । ଅର୍ଥାତ୍ କିଏ କଂଗ୍ରେସ୍ ଅଧ୍ୟକ୍ଷଙ୍କ ସୋସିଆଲ୍ ମିଡିଆ ଆକାଉଂଟ୍ ହ୍ୟାଣ୍ଡଲ୍ କରୁଛନ୍ତି ।
ବିଉଟି ୱିଥ୍ ବ୍ରେନ୍ ଉପାଧି ପ୍ରାପ୍ତ ଏହି ଯୁବତୀ ଜଣକ ହେଉଛନ୍ତି ଦିବ୍ୟା ସ୍ପନ୍ଦନା ଓର୍ଫ ରମ୍ୟା। ଜାଣି ଆଶ୍ଚର୍ୟ୍ୟ ହେବେ ଦିବ୍ୟାଙ୍କୁ ଦିନେ ଦଳର କର୍ମକର୍ତ୍ତାମାନେ ରିଜେକ୍ଟ କରିଦେଇଥିଲେ । କିନ୍ତୁ ସୌଭାଗ୍ୟ ବସତଃ ଦିବ୍ୟାଙ୍କ ଉପରେ ନଜର ପଡିଲା କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କର । ଆଉ ସେ ତାଙ୍କୁ ଦଳର ଅଲଗା ଦାୟିତ୍ବ ଦେଇଥିଲେ । ଆଉ ରାହୁଲ୍ ଗାନ୍ଧୀଙ୍କ ବିଶ୍ବାସକୁ ବଜାୟ ରଖିଲେ ଦିବ୍ୟା । ସୋସିଆଲ୍ ମିଡିଆରେ ଦଳର ରଙ୍ଗ ରୂପ ବଦଳାଇ ଦେଇଛନ୍ତି ଦିବ୍ୟା । ଯେଉଁଭଳି ଭାବରେ ରାହୁଲ୍ ଗତ ଏକ ବର୍ଷ ଧରି ସୋସିଆଲ୍ ମିଡିଆରେ ନିଜର ଦବଦବା ଦେଖାଉଛନ୍ତି ଆଉ ଯେଉଁଭଳି ଭାବରେ ସୋସିଆଲ୍ ମିଡିଆ ଜରିଆରେ ନିଜ କଥାକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବାରେ ସକ୍ଷମ ହୋଇଛନ୍ତି ଏହା ପଛରେ ଏହି ମହିଳାଙ୍କ ହାତ ରହିଛି ।
ଦିବ୍ୟା କଂଗ୍ରେସକୁ ଆସିବା ପୂର୍ବରୁ କନ୍ନଡ ସିନେମାରେ ଅଭିନେତ୍ରୀ ଭାବରେ କାମ କରୁଥିଲେ । ସିନେମାକୁ ଆସିବା ପରେ ଦିବ୍ୟାଙ୍କ ନାଁ ବଦଳି ହୋଇଥିଲା ରମ୍ୟା । ତାଙ୍କୁ ଏହି ନାଁ ଦେଇଥିଲେ ଲୋକପ୍ରିୟ ଅଭିନେତା ରାଜକୁମାରଙ୍କ ପତ୍ନୀ ପର୍ବଥମା । ୨୯ ନଭେମ୍ବର ୧୯୮୨ରେ ଜନ୍ମ ହୋଇଥିବା ରମ୍ୟାଙ୍କ ପରିବାରର ଅନେକ ସଦସ୍ୟ ରାଜନୀତିରେ ଜଡିତ ଅଛନ୍ତି । କହିବାକୁ ଗଲେ ରାଜନୀତି ରମ୍ୟାଙ୍କ ରକ୍ତରେ ରହିଛି । ଦିବ୍ୟାଙ୍କ ମାଙ୍କ ରଞ୍ଜିତା କଂଗ୍ରେସର କର୍ଣ୍ଣାଟକ ୱିଙ୍ଗର ବରିଷ୍ଠ ସଦସ୍ୟ ।
ଦିବ୍ୟା ନିଜ ସିନେମା କ୍ୟାରିୟର ୨୦୦୩ରେ କନ୍ନଡ ସିନେମା ଅଭିରୁ କରିଥିଲେ । ରମ୍ୟାଙ୍କୁ ଶ୍ରେଷ୍ଠ କନ୍ନଡ ଅଭିନେତ୍ରୀ ଭାବରେ ଦୁଇ ଥର ଫିଲ୍ମ ପେୟାର୍ ଆୱାର୍ଡରେ ସମ୍ନାନିତ କରାଯାଇଛି । ୨୦୧୩ରେ ରାଜନୀତିରେ ପାଦ ରଖିଥିଲେ ଦିବ୍ୟା । ସେହି ବର୍ଷ ମଣ୍ଡୱାରୁ ନିର୍ବାଚନ ଲଢି ଜିତିଥିଲେ । କିନ୍ତୁ ୨୦୧୪ରେ ଲୋକସଭା ନିର୍ବାଚନରେ ପରାଜୟ ରାସ୍ତା ଦେଖିବାକୁ ପଡିଥିଲା ।
ଏହା ସହ ପଢନ୍ତୁ ଛୋଟ ଝିଅର ବଡ଼ ହୃଦୟ : ହାର୍ଟ ଅପରେସନ୍ ପାଇଁ ସଂଚୟ କରିଥିବା ଟଙ୍କା କେରଳକୁ କଲା ଦାନ
ଏବେ କଂଗ୍ରେସର ସୋସିଆଲ୍ ମିଡିଆ ସମ୍ଭାଳୁଛନ୍ତି ଦିବ୍ୟା । କିନ୍ତୁ ଏହି ସ୍ଥାନରେ ପହଂଚିବା ପାଇଁ ରାସ୍ତା ସହଜ ନଥିଲା । ୨୦୧୭ରୁ ଏହି ଦାୟିତ୍ବ ସମ୍ଭାଳୁଛନ୍ତି ଦିବ୍ୟା । ଜାଣି ଆଶ୍ଚର୍ୟ୍ୟ ହେବେ ଯେତେବେଳେ ଦିବ୍ୟା ଏହି ପଦ ସମ୍ଭାଳିଲେ ସେତେବେଳେ ଦଳର ସୋସିଆଲ୍ ମିଡିଆ ୱିଙ୍ଗରେ ଥିଲେ ମାତ୍ର ୩ ଜଣ ମହିଳା । ଏବେ ଏହି ସଂଖ୍ୟା ବଢି ଏବେ ୮୫ ପ୍ରତିଶତ ହୋଇଯାଇଛି । ଦିବ୍ୟାଙ୍କ ସୋସିଆଲ୍ ମିଡିଆ ଟିମରେ ସମସ୍ତ ପ୍ରକାର ବିଭାଗ ରହିଛି । ଏହି ଟିମ୍ ଦଳର ସମସ୍ତ ଗତିବିଧିକୁ ସାଧାରଣ ଜନତାଙ୍କ ପର୍ୟ୍ୟନ୍ତ ପହଂଚାଇବାରେ ସଫଳ ହୋଇଛି ।
ତେବେ ଦିବ୍ୟାଙ୍କର ସବୁଠାରୁ ବଡ ସଫଳତା ହେଉଛି ତାଙ୍କର ଉଚ୍ଚ ଚିନ୍ତାଧାରା କାରଣରୁ ଟୁଇଟରରେ ରାହୁଲ୍ ଗାନ୍ଧୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ଦେଶର ସମସ୍ତ ରାଜ୍ୟର କଂଗ୍ରେସ ଶାଖାଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତାମାନେ ମଧ୍ୟ ସୋସିଆଲ୍ ମିଡିଆରେ ନିଜ ସ୍ଥାନ ଜମାଇବାରେ ସଫଳ ହେଉଛନ୍ତି । ଏବେ ଦିବ୍ୟାଙ୍କ ପାଇଁ ଚ୍ୟାଲେଂଜ୍ ହେଉଛି ୨୦୧୯ ନିର୍ବାଚନ । ଏହା ପୂର୍ବରୁ ସମସ୍ତ ରାଜ୍ୟର କଂଗ୍ରେସ୍ ଶାଖାଗୁଡିକୁ ସୋସିଆଲ୍ ମିଡିଆକୁ ଆଣିବା ସହ ସୁଚରୁ ରୂପେ ଚଳାଇବା ।
ତେବେ ଆଜି ସୋସିଆଲ୍ ମିଡିଆରେ କଂଗ୍ରେସର ଯେଉଁ ଚମକ ଦମକ ରହିଛି ତାର ପୁରା ଶ୍ରେୟ ଯାଉଛି ଦିବ୍ୟା ସ୍ପନ୍ଦନ ଓର୍ଫ ରମ୍ୟାଙ୍କୁ । ଆଉ ଏହି କାରଣରୁ ଦିବ୍ୟାଙ୍କୁ ସୋସିଆଲ୍ ମିଡିଆରେ ରାହୁଲ୍ ଗାନ୍ଧୀଙ୍କ ଟେକ୍ ଗୁରୁ କୁହାଯାଉଛି ।