ପାଦରେ ଚାଲିବା ତ ଦୂରର କଥା ଠିଆ ହେବାକୁ ବି ଶକ୍ତି ନାହିଁ, ହେଲେ ଦିବ୍ୟାଙ୍ଗ ଗୀତାଞ୍ଜଳୀଙ୍କୁ ବାଟ କଢେଇ ଆଣନ୍ତି ମହାପ୍ରଭୁ ଜଗନ୍ନାଥ

ବିଶ୍ବାସ ରହିଛି ଯାହାର କେହି ନାହିଁ ତା'ର ଏକମାତ୍ର ଜଗା ହିଁ ସାହା ଭରଷା। ବାସ୍ କେବଳ ହୃଦୟରେ ଅତୁଟ ଭକ୍ତି ଓ ବିଶ୍ବାସ ଥିବା ଦରକାର। ବ୍ରହ୍ମପୁରର ଗୀତାଞ୍ଜଳି ପାଣିଗ୍ରାହୀ। ଯିଏ ଏତେ ବାଟରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। ତେବେ  ପାଦରେ ଚାଲିବା ତ ଦୂରର କଥା ନିଜ ଗୋଡ଼ରେ ଠିଆ ହେବାକୁ ବି ଗୀତାଞ୍ଜଳିଙ୍କ ପାଖରେ ଶକ୍ତି ନାହିଁ। କାରଣ ସେ ହେଉଛନ୍ତି ଜଣେ ଦିବ୍ୟାଙ୍ଗ।

ପୁରୀ(କେନ୍ୟୁଜ୍): ବିଶ୍ବାସ ରହିଛି ଯାହାର କେହି ନାହିଁ ତା’ର ଏକମାତ୍ର ଜଗା ହିଁ ସାହା ଭରଷା। ବାସ୍ କେବଳ ହୃଦୟରେ ଅତୁଟ ଭକ୍ତି ଓ ବିଶ୍ବାସ ଥିବା ଦରକାର। ବ୍ରହ୍ମପୁରର ଗୀତାଞ୍ଜଳି ପାଣିଗ୍ରାହୀ। ଯିଏ ଏତେ ବାଟରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। ତେବେ  ପାଦରେ ଚାଲିବା ତ ଦୂରର କଥା ନିଜ ଗୋଡ଼ରେ ଠିଆ ହେବାକୁ ବି ଗୀତାଞ୍ଜଳିଙ୍କ ପାଖରେ ଶକ୍ତି ନାହିଁ। କାରଣ ସେ ହେଉଛନ୍ତି ଜଣେ ଦିବ୍ୟାଙ୍ଗ।

କିନ୍ତୁ ଦିବ୍ୟାଙ୍ଗ ହେଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ରହିଛି ଅତୁଟ ଭକ୍ତି ଓ ବିଶ୍ବାସ। ତେଣୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତାଞ୍ଜଳି ନିଜ କଣ୍ଠରୁ ଭକ୍ତି ଅର୍ଘ୍ୟ ଅର୍ପଣ କରୁଥିବା ସମୟରେ ଭାବବିହ୍ବଳ ହୋଇପଡୁଥିଲେ। ସେଥିପାଇଁ ତ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବାରେ ସେ ସକ୍ଷମ ହୋଇପାରିଛନ୍ତି। ଆଉ ଏ ସବୁ କେବଳ କାଳିଆ ଠାକୁର ପାଇଁ ସମ୍ଭବ ହୋଇପାରିଛି ବୋଲି ଗୀତାଞ୍ଜଳୀ କହିଛନ୍ତି।

ତେବେ ଗୀତାଞ୍ଜଳୀଙ୍କୁ ପରିବାର ଲୋକେ ଘରୁ ଅଲଗା କରିଦେଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ସେ କେବେବି ହାର୍ ମାନିନାହାନ୍ତି। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ତାଙ୍କର ସବୁକିଛି। କାଳିଆର ଡୋରି ଲାଗିଲେ ବର୍ଷକୁ ପ୍ରାୟ ଦୁଇରୁ ତିନିଥର ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି। ଆସିଲା ବେଳେ ପାଖରେ ବାଟ ଖର୍ଚ୍ଚ ଥାଉ କି ନଥାଉ କିନ୍ତୁ କାଳିଆର ଡୋରି ତାଙ୍କୁ କେଉଁ ବାଟେ ଶ୍ରୀକ୍ଷେତ୍ରକୁ ଟାଣି ଆଣେ ବୋଲି ଗୀତାଞ୍ଜଳି କହିଛନ୍ତି।

ସତରେ ମହାପ୍ରଭୁ ଭାବର ଠାକୁର, ସେ କେବଳ ଭକ୍ତିର ମାଧ୍ୟମରେ ବାନ୍ଧି ହୁଅନ୍ତି।ପରମବ୍ରହ୍ମ ମହାପ୍ରଭୁଙ୍କର କୃପା ହେଲେ ମୂକ ବାଚାଳ ହୋଇଥାଏ,ପଙ୍ଗୁ ଗିରି ଲଂଘିବାର କ୍ଷମତା ପାଇଥାଏ। ତେଣୁ ତାଙ୍କୁ ଆଶ୍ରା କରି ନିଷ୍ଠାର ସହିତ କାର୍ଯ୍ୟ କଲେ ତାହା ନିଶ୍ଚିତ ସଫଳ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.