ଦିବ୍ଯାଙ୍ଗ ଗୋବିନ୍ଦ ସାରଙ୍କ ଚାଟଶାଳୀ, ଆଜିର ନୁହେଁ ଦୀର୍ଘ ୪୦ବର୍ଷ ଧରି ଚାଲିଛି ନିରବିଚ୍ଛିନ୍ନ ଶିକ୍ଷାଦାନ

ସାଲେପୁର(କେନ୍ଯୁଜ୍): କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ପାଖରେ ସବୁ ବାଧା ହାର ମାନିଥାଏ । ଯଦି ଜଣେ କିଛି କରିବାକୁ ସଂକଳ୍ପ ନେଇଯାଏ, ତେବେ ଇଶ୍ୱର ବି ତା’ର ସାଙ୍ଗରେ ଛିଡ଼ା ହୋଇ ଯାଆନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଗୋବିନ୍ଦ ସାର୍ । ପରିଣତ ବୟସରେ ମଧ୍ୟ ସେ ହାର ମାନିନାହାନ୍ତି। ଦୀର୍ଘ ୪୦ ବର୍ଷ ଧରି କଟକ ସାଲେପୁର ବ୍ଲକ୍‌ କାଳିକା ପୁର ଗାଁରେ ଚାଲିଛି ଚାଟଶାଳୀରେ ଶିକ୍ଷାଦାନ ପରମ୍ପରା । ଆଉ ବିନା ପାରିଶ୍ରମିକରେ ନିରବଛିନ୍ନ ଭାବେ ଏହି ଚାଟଶାଳୀରେ ଶିକ୍ଷା ଦାନ କରୁଛନ୍ତି ଦିବ୍ଯାଙ୍ଗ ଗୋବିନ୍ଦ ଚନ୍ଦ୍ର ପତି। ତାଙ୍କ ହାତରେ ଗଢ଼ା ହୋଇ ଥିବା ଏହି ମଣିଷ ତିଆରି କାରଖାନରେ ଶିକ୍ଷା ଦାନ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ଯ କରିଛନ୍ତି ବାପ ପୁଅ ଆଉ ନାତି ତିନି ପିଢ଼ି ପିଲାମାନେ ।

ରାଜ୍ଯରେ ସଂପୂର୍ଣ୍ଣ ଚାଟଶାଳୀ ପରମ୍ପରାକୁ ଉଛେଦ କରି ଛତୁ ଫୁଟିଲା ପରି ଇଂରାଜୀ ମଧ୍ୟମ ପ୍ଲେ ସ୍କୁଲ ବା ନର୍ସରି ସ୍କୁଲ ଗଢି ଉଠୁଛି ହେଲେ କଟକ ଜିଲ୍ଲା ସାଲେପୁର କାଳିକା ପୁର ଗାଁ ରେ ପୂର୍ବର ଚାଟଶାଳୀ ପରମ୍ପରା ବଜାୟ ରହିଛି। ଦିନେନ ନୁହେଁ କି ବର୍ଷେ ନୁହେଁ ୧୯୭୮ ମସିହା ରୁ। ଦୀର୍ଘ ୪୦ ବର୍ଷ ଧରି କାଳିକାପୁର ଗାଁ ଛକ ମୁଣ୍ଡରେ ଥିବା ଏହି ଘର ଅଗଣାରେ ଚାଲିରହିଛି ଗୋବିନ୍ଦ ସାରଙ୍କ ଚାଟଶାଳୀ । ଗାଁର କୁନି କୁନି ପିଲା ମାନେ ସ୍କୁଲ ଯିବା ପୁର୍ବରୁ ପଣିକିଆ ,ଯୁକ୍ତାକ୍ଷର ଓଡ଼ିଆ ସହ ବୌଦ୍ଧିକ ଶିକ୍ଷା ଗ୍ରହଣ କରୁଛନ୍ତି। ହାତ ଧରି ପିଲା ମାନକୁ ଅତି ସ୍ନେହ ରେ ଶିକ୍ଷା ଦେଉଛନ୍ତି। ସ୍ଥାନୀୟ କାଳିକାପୁର ସ୍କୁଲରେ ଅଷ୍ଟମ ପାଠ ପଢୁଥିବା ବେଳେ ଦୁରା ରୋଗରେ ତାଙ୍କର ହାତ ଏବଂ ଗୋଡ ଅଚଳ ହୋଇ ଗଲା। ଆଉ ପାଠ ପଢ଼ି ପାରିଲେ ନାହିଁ। ସେଇ ଦିନ ଠାରୁ ଗାଁର ପିଲା ମାନକୁ ପାଠ ପଢ଼ାଉ ଛନ୍ତି ବୋଲି କୁହନ୍ତି । ଏଥି ପାଈଁ ଆଜି ପର୍ଯ୍ଯନ୍ତ ମଧ୍ୟ କାହା ଠାରୁ ଗୁରୁ ଦକ୍ଷିଣା ନିଅନ୍ତି ନାହିଁ ବରଂ ଚୋଟ ଚୋଟ ପିଲା ମାନକୁ ଶିକ୍ଷା ଦାନ କରି ବେଶ ଖୁସି ପ୍ରକଟ କରନ୍ତି ବୋଲି କୁହନ୍ତି ।

govind

ଗୋବିନ୍ଦ ସାରଙ୍କ ଇଚ୍ଛା ଥିଲ ଭଲ ପାଠ ପଡ଼ି କିଛି କରି ଦେଖେଇବେ। ମାତ୍ର ଦାରିଦ୍ର୍ଯ ଓ ରୋଗ ତାଙ୍କ ପାଠ ପଢା ରେ ଡୋରି ବାନ୍ଧି ଦେଲା । କିନ୍ତୁ ଗାଁ ର ପିଲା ମାନେ କିପରି ପାଠ ପଢିବେ ସେଥି ପାଇ ସେ ଆରମ୍ଭ କରି ଥିଲେ ଚାଟ ଶାଳୀ । ସାରଙ୍କ ପାଖରେ ଗାଁ ବହୁ ପିଲା ସକାଳ ୬ ର ୯ଟା ଏବଂ ସଂଧ୍ୟା ସମୟରେ ପାଠ ପଢ଼ି ଥାନ୍ତି । ଗୋବିନ୍ଦ ସାର ଙ୍କ ଏଭଳି କାର୍ଯ୍ଯ ପାଈଁ ବେଶ ଗର୍ବିତ ଗ୍ରାମବାସୀ। ସତରେ ଗୋବିନ୍ଦ ସାରଙ୍କ ଏଭଳି ପ୍ରୟାସ ଏ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ନିଶ୍ଚିନ୍ତ ।

 

ସାଲେପୁରରୁ ଶୁଭାଷିଶ ବସନ୍ତରାୟଙ୍କ ରିପୋର୍ଟ, କେନ୍ଯୁଜ୍