ଏହି ମୁହୂର୍ତ୍ତରେ କରନ୍ତୁ ଦୀପାବଳି ପୂଜା, ହେବ ସମସ୍ତ ମନସ୍କାମନା ପୂର୍ଣ୍ଣ

ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଦୀପାବଳିରେ ପୂଜା କରାଯାଇଥାଏ। ତେବେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଏବଂ ବିଧିର ପାଳନ କରାଯାଇଥାଏ। ଯାହା ଦ୍ବାରା ସୁଖ ସମୃଦ୍ଧି ବଢ଼ିବା ସହ ଧନର କୌଣସି ଅଭାବ ହୋଇନଥାଏ। ଆସନ୍ତୁ ଜାଣିବା ଚଳିତ ବର୍ଷ ଦୀପାବଳି ପୂଜା କରିବାର ଶୂଭ ମୁହୂର୍ତ୍ତ ଏବଂ ବିଧି।
ଗଣାନା ଅନୁଯାୟୀ, ଚଳିତ ବର୍ଷ ସନ୍ଧ୍ଯା ୬ ଘଣ୍ଟା ୩୦ ମିନିଟରୁ ୮ ଘଣ୍ଟା ୩୦ ମିନିଟ ପର୍ଯ୍ଯନ୍ତ ବୃଷ ଲଗ୍ନ ଏବଂ ସ୍ବସ୍ତି ନକ୍ଷେତ୍ର ରହିବ। ଏହି ସମୟରେ ମହାଲକ୍ଷ୍ମୀଙ୍କ ପୂଜା କରିବା ଶୁଭ ଏବଂ ସୌଭାଗ୍ଯଦାୟକ ରହିବ। ତେବେ ଘରର ସୁଖସମୃଦ୍ଧି ପାଇଁ ସନ୍ଧ୍ଯା ୭:୧୦ରୁ ୮ଟା ମଧ୍ୟରେ ପୂଜା କରନ୍ତୁ।
ପୂଜାବିଧି
ପୂଜା ସ୍ଥାନକୁ ସଫା କରିବା ସହ ସେଠାରେ ଅଟା ଦ୍ବାରା ନବଗ୍ରହ କରନ୍ତୁ। ଏହାପରେ ଷ୍ଟିଲର କଳସରେ କ୍ଷୀର, ଦହି, ମହୁ, ଗଙ୍ଗାଜଳ,ଲବଙ୍ଗ ଇତ୍ଯାଦିକୁ ଭତ୍ତିକରି ନାଲି ରଙ୍ଗର କପଡ଼ା ବାନ୍ଧି ତାହା ଉପରେ ନଡ଼ିଆ ରଖନ୍ତୁ। ଏହାପରେ ନବଗ୍ରହ ଯନ୍ତ୍ରରେ ରୁପାର ମୁଦ୍ରା ରଖିବା ପରେ ଲକ୍ଷ୍ମୀ- ଗଣପତିର ମାଟି ପ୍ରତିମା ସ୍ଥାପନ କରି ଗଙ୍ଗାଜଳରେ ତାହାକୁ ସ୍ନାନ କରନ୍ତୁ। ଏହାପରେ ସିନ୍ଦୁର ଏବଂ ଚନ୍ଦନରେ ଏହାକୁ ସଜାନ୍ତୁ। ତେବେ ଏହିପୂଜାରେ ଗଣେଷ ଏବଂ ଲକ୍ଷ୍ମୀଙ୍କ ସହ ବିଷ୍ଣୁଙ୍କୁ ମଧ୍ୟ ସ୍ଥାପନ କରିବା ଉଚିତ୍। ଏହାପରେ ଲକ୍ଷ୍ମୀଙ୍କ ମନ୍ତ୍ର ଉଚ୍ଚାରଣ କରିବା ସହ ଦୀପାବଳିର ପୂଜା କରନ୍ତୁ।