ଦୀପାବଳିର ପୂଜା ବିଧି ଏବଂ ଶୁଭ ମୂହୁର୍ତ୍ତ ଜାଣନ୍ତୁ, ଏମିତି କଲେ ଦେବୀ ଲକ୍ଷ୍ମୀ ହେବେ ପ୍ରସନ୍ନ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଏହି ଦିନରେ ମୁଖ୍ୟତଃ ଦେବୀ ଲକ୍ଷ୍ମୀ, ଭଗବାନ ଗଣେଶ, ଦେବୀ ସରସ୍ୱତୀ ଏବଂ ଦେବୀ କାଳୀଙ୍କ ପୂଜା କରାଯାଏ । ଦୀପାବଳିରେ ଲକ୍ଷ୍ମୀଙ୍କ ପୂଜା ପାଇଁ ସର୍ବୋତ୍ତମ ସମୟ ହେଉଛି ପ୍ରଦୋଷ କାଳ, ଯାହା ସୂର୍ଯ୍ୟାସ୍ତ ପରେ ଆରମ୍ଭ ହୁଏ । ଯାହା ଦେବୀ କାଳୀଙ୍କ ପୂଜା ପାଇଁ ଶୁଭ ବୋଲି ମନାଯାଇଥାଏ । କିନ୍ତୁ ଏହି ଶୁଭ ସମୟ କେବଳ ତାନ୍ତ୍ରିକ, ପଣ୍ଡିତ ଏବଂ ସାଧକଙ୍କ ପାଇଁ ଭଲ ରହିଥାଏ । ଦୀପାବଳି ରାତିରେ ଲୋକମାନେ ନିଜ ଘରକୁ ସଜାଇବା ସହ  ମିଠା ବଣ୍ଟାବଣ୍ଟି ହୁଅନ୍ତି । ଆପଣଙ୍କୁ ଆମେ ଆଜି ଦୀପାବଳି ପୂଜା ସମ୍ପର୍କରେ ଜାଣାଇବୁ । ଯାହା ଦ୍ବାରା ଆପଣ ସମସ୍ତ ବିବରଣୀ ଜାଣିପାରିବେ । ଯେଉଁଥିରେ ଶୁଭ ସମୟ, ପଦ୍ଧତି, ମନ୍ତ୍ର, କାହାଣୀ ଏବଂ ଆରତି ବିଷୟରେ ଜାଣିପାରିବେ ।

ଅକ୍ଟୋବର ୨୦ ତାରିଖରେ ଦୀପାବଳି ପାଳନ କରାଯିବ । ପ୍ରଦୋଷ କାଳ ସମୟରେ ଅମାବାସ୍ୟା ତିଥି ଥିବାରୁ ୨୧ ତାରିଖ ପରିବର୍ତ୍ତେ ୨୦ରେ ଦୀପାବଳି ପାଳନ କରାଯିବ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅମାବାସ୍ୟା ଦିନ ଦୀପାବଳି ପାଳନ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ ।

ଦୀପାବଳିରେ ଲକ୍ଷ୍ମୀ ପୂଜାର ଶୁଭ ମୂହୁର୍ତ୍ତ :

୨୦ ଅକ୍ଟୋବର ସନ୍ଧ୍ୟା ୭.୮ ମିନିଟରୁ ୮.୧୮ ମିନିଟ୍ ପର୍ଯ୍ୟନ୍ତ ଲକ୍ଷ୍ମୀ ପୂଜାର ଶୁଭ ସମୟ ରହିବ । ପ୍ରଦୋଷ କାଳ ସନ୍ଧ୍ୟା ୫.୪୬ ମିନିଟରୁ ୮.୧୮ ମିନିଟ୍ ପର୍ଯ୍ୟନ୍ତ ରହୁଥିବାବେଳେ ବୃଷଭ କାଳ ସନ୍ଧ୍ୟା ୭.୮ ମିନିଟରୁ ୯.୩ମିନିଟ୍ ପର୍ଯ୍ୟନ୍ତ ରହିବ । ଲକ୍ଷ୍ମୀ ପୂଜାର ରାତି ସମୟରେ ୧୧.୪୧ ମିନିଟରୁ ୧୨.୩୧ ମିନିଟ୍ ପର୍ଯ୍ୟନ୍ତ ରହିବ ।

ଦୀପାବଳିରେ କେତୋଟି ଦୀପ ଜାଳିବା ଉଚିତ୍ :

ଦୀପାବଳିରେ ୨ଟି ବଡ଼ ଦୀପ ସହିତ ଅତି କମରେ ୧୩ କିମ୍ବା ୨୬ଟି ଛୋଟ ଦୀପ ଜଳାଇବା ଉଚିତ୍ ।

ଲକ୍ଷ୍ମୀ ପୂଜାର ବିଧି :

ଦୀପାବଳି ସନ୍ଧ୍ୟା ଏବଂ ରାତି ସମୟରେ ଦେବୀ ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ ଦେବୀ ସରସ୍ୱତୀଙ୍କୁ ପୂଜା କରାଯାଏ । ପୁରାଣ ଅନୁସାରେ, କାର୍ତ୍ତିକ ଅମାବାସ୍ୟା ରାତିରେଦେବୀ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଅବତରଣ କରି ଘର ଘର ବୁଲିଥାଆନ୍ତି । ତାଙ୍କ ଭ୍ରମଣ ସମୟରେ ଯେଉଁ ଘର ସଫା ଏବଂ ଆଲୋକିତ ଥାଏ ସେହି ଘରେ ମା’ ଲକ୍ଷ୍ମୀ ବସବାସ କରନ୍ତି । ତେବେ ଆସନ୍ତୁ ବର୍ତ୍ତମାନ ପୂଜା ବିଧି ସମ୍ପର୍କରେ ଜାଣିବା ।

-ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପୂର୍ବରୁ ଭଲ ଭାବରେ ଘର ସଫା କରନ୍ତୁ । ପବିତ୍ର କରିବା ପାଇଁ ଘର ସାରା ଗଙ୍ଗା ଜଳ ଛିଞ୍ଚନ୍ତୁ ।

-ଘରର ଦ୍ବାର ମୁହଁରେ ଏବଂ ଠାକୁର ଘର ସାମ୍ନାରେ ମୁରୁଜରେ ରଙ୍ଗୋଲି ଆଙ୍କନ୍ତୁ ।

-ଦୀପାବଳି ପୂଜା ପାଇଁ ପୂଜା ସ୍ଥାନରେ ଲାଲ୍ ରଙ୍ଗର କପଡ଼ା ପକାନ୍ତୁ । ସେହି କପଡ଼ା ଉପରେ ଦେବୀ ଲକ୍ଷ୍ମୀ, ଗଣେଶ ଏବଂ କୁବେରଙ୍କୁ ସ୍ଥାପନ କରନ୍ତୁ ।

-ମନେ ରଖନ୍ତୁ ଯେ, ସ୍ଥାପନ କରିବା ପୂର୍ବରୁ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ଭଗବାନ ଗଣେଶଙ୍କ ଡାହାଣ ପାର୍ଶ୍ବରେ ସ୍ଥାପନ କରିବେ ।

– ସୁନା, ରୂପା କିମ୍ବା ମାଟି ମୂର୍ତ୍ତିକୁ ଆପଣମାନେ ସ୍ଥାପନା କରିପାରିବେ ।

– ମୂର୍ତ୍ତି ସ୍ଥାପନ କରିବା ପରେ, ପୂଜା ସ୍ଥାନକୁ ଫୁଲରେ ସଜାନ୍ତୁ । ଏହା ସହିତ ପୂଜା ପାଇଁ କଳସ ଉତ୍ତର ଦିଗକୁ ମୁହଁ କରି ଏବଂ ଦୀପ ଦକ୍ଷିଣ-ପୂର୍ବ ଦିଗକୁ ମୁହଁ କରି ରଖନ୍ତୁ ।

-ଧନତେରସରେ ଆପଣ ଯାହା ବି ଜିନିଷ କିଣିଛନ୍ତି, ସେଗୁଡ଼ିକୁ ପୂଜା ସ୍ଥାନରେ ରଖନ୍ତୁ ।

– ଫଳ, ଫୁଲ ଏବଂ ମିଠା ସହିତ ପଦ୍ମ  ମଧ୍ୟ ରଖନ୍ତୁ ।

– ଭଗବାନଙ୍କ ମୂର୍ତ୍ତିରେ ତିଳକ ଲଗାନ୍ତୁ ଏବଂ ଘିଅ ଦୀପ ଜାଳନ୍ତୁ ।

– ରୀତିନୀତି ଅନୁସାରେ ପୂଜା କରନ୍ତୁ ଏବଂ ଦେବୀ ମହାଲକ୍ଷ୍ମୀଙ୍କ ସ୍ତୁତି କରନ୍ତୁ ।

-ଶେଷରେ ପ୍ରସାଦକୁ ବାଣ୍ଟି ଦିଅନ୍ତୁ ।

– ଏହା ପରେ ଘରର ପ୍ରତ୍ୟେକ ଦ୍ବାରରେ ଦୀପ ଜଳାନ୍ତୁ । ଠାକୁର ଘରେ ବଡ଼ ଘିଅ ଦୀପ ଏବଂ ବଡ଼ ସୋରିଷ ତେଲର ଦୀପ ନିଶ୍ଚିତ ଭାବରେ ରଖନ୍ତୁ । ରାତି ସାରା ଯେମିତି ଦୀପ ଜଳିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Also Read : କାହିଁକି ଦୀପ ତଳେ ରଖାଯାଏ ଚାଉଳ? ଜାଣନ୍ତୁ ଏହା ପଛର କାରଣ