ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କାହିଁକ କରାଯାଏ ଗଣେଶଙ୍କ ପୂଜା

ଆଲୋକର ପର୍ବ ଦୀପାବଳି। କିଛି ଦିନ ପରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଚାହିଁ ରହିଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିକୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଏ । ଚଳିତବର୍ଷ ନଭେମ୍ବର ୪ ରେ ପାଳନ କରାଯିବଦୀପାବଳି ଅମାବାସ୍ୟା । ଏହିଦିନ ରାତିରେ ଲକ୍ଷ୍ମୀ ଗଣେଶଙ୍କ ପୂଜା କରାଯାଇଥାଏ । ଆପଣମାନେ ସମସ୍ତେ ଦେଖିଥିବେ କି ଦେବାତାମାନଙ୍କ ସହିତ ତାଙ୍କ ଦେବୀ ମାନଙ୍କୁ ପୂଜା କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ବ୍ୟତିତ ଗଣେଶ ଭଗବାନଙ୍କ ପୂଜା କାହିଁକି କରାଯାଏ । ଏହାସହିତ ଗଣେଶଙ୍କ ଡାହାଣ ପାଖରେ କାହିଁକି ଲକ୍ଷ୍ମୀ ବିରାଜିତ ହୋଇଥାନ୍ତି ।

ଧାର୍ମିକ ମାନ୍ୟତାନୁସାରେ ଧନ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ତାଙ୍କ କୃପାରୁ ବ୍ୟକ୍ତିଙ୍କୁ ଧନ ଦୌଲତ ପ୍ରାପ୍ତ ହୋଇଥାଏ । କିନ୍ତୁ ମା ଲକ୍ଷ୍ମୀଙ୍କ ଉତ୍ପତି ଜଳରୁ ହେବା ଯୋଗୁଁ ସେ ଗୋଟେ ସ୍ଥାନରେ ସ୍ଥିର ରୁହନ୍ତି ନାହିଁ । ଲକ୍ଷ୍ମୀଙ୍କୁ ସମ୍ଭାଳିବା ପାଇଁ ବୁଦ୍ଧିର ଆବଶ୍ୟକତା ହୋଇଥାଏ । ଏବଂ ବୁଦ୍ଧିର ଦେବତା ହେଉଛନ୍ତି ଗଣେଶ ଭଗବାନ । ସେଥିପାଇଁ ଲକ୍ଷ୍ମୀଙ୍କ ସହିତ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ ।

ପୌରାଣିକ କଥାନୁସାରେ ଥରେ ସ୍ୱୟଂ ଲକ୍ଷ୍ମୀଙ୍କୁ ନିଜ ଉପରେ ଅଭିମାନ ହେଲା କି ଧନ ପ୍ରାପ୍ତି ପାଇଁ ସାରା ସଂସାର ତାଙ୍କ ପୂଜା କରୁଛି ଏବଂ ତାଙ୍କୁ ପାଇବା ପାଇଁ ଲୋଭ କରୁଛି । ମାତା ଲକ୍ଷ୍ମୀଙ୍କ ଏହି ଅଭିମାନକୁ ଜାଣିପାରିଲେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଅଂହକାରକୁ ଦୂର କରିବା ପାଇଁ ମାତା ଲକ୍ଷ୍ମୀଙ୍କୁ କହିଲେ କି, ହେ ଦେବୀ ସାରା ସଂସାର ଆପଣଙ୍କ ପୂଜା କରୁଛି ଏବଂ ଆପଣଙ୍କୁ ପାଇବାକୁ ବ୍ୟାକୁଳ ହେଉଛି ସତ କିନ୍ତୁ ଆପଣ ଏପର୍ଯ୍ୟନ୍ତ ଅପୂର୍ଣ୍ଣ ।

ଭଗବାନ ବିଷ୍ଣୁଙ୍କ ଏହି କଥା ଶୁଣି ତାଙ୍କୁ ତାଙ୍କର ଅପୂର୍ଣ୍ଣତା ବିଷୟରେ ଜାଣିବା ପାଇଁ ମା ଲକ୍ଷ୍ମୀ ପଚାରିଲେ, ସେତେବେଳେ ଭଗବାନ ବିଷ୍ଣୁ କହିଲେ କି, ଯେପର୍ଯ୍ୟନ୍ତ କୌଣସି ସ୍ତ୍ରୀ ମା ହୋଇନାହିଁ ସେପର୍ଯ୍ୟନ୍ତ ସେ ଅପୂର୍ଣ୍ଣ । ଆପଣ ନିସନ୍ତାନ ହେବା ଯୋଗୁ ଅପୂର୍ଣ୍ଣ । ଏହାପରେ ମାତା ଦୁଃଖିତ ହୋଇ ତାଙ୍କର ସମସ୍ତ ପୀଡା ସଖୀ ପାର୍ବତୀଙ୍କୁ ଜଣାଇଲେ । ଏହାପରେ ମା ଲକ୍ଷ୍ମୀଙ୍କ ଦୁଃଖ ଦୂର କରିବା ଉଦ୍ଦ୍ୟେଶରେ ପାର୍ବତୀ ତାଙ୍କ ପୁତ୍ର ଗଣେଶଙ୍କୁ ମା ଲକ୍ଷ୍ମୀଙ୍କୁ ଦେଇଥିଲେ । ସେବେଠୁ ଭଗବାନ ଗଣେଶ ମାତା ଲକ୍ଷ୍ମୀଙ୍କ ପୋଷ୍ୟପୁତ୍ର ଭାବେ ଜଣା । ଗଣେଶଙ୍କୁ ପୁତ୍ର ରୂପେ ପାଇ ମାତା ଲକ୍ଷ୍ମୀ ଖୁସୀ ହୋଇ ସେ ଗଣେଶଙ୍କୁ ବରଦାନ ଦେଲେ କି , ଯେଉଁ ବ୍ୟକ୍ତି ମୋ ପୂଜା ସହିତ ତୁମର ବି ପୂଜା କରିବ ମୁଁ ସର୍ବଦା ତାଙ୍କ ସହିତ ରହିବି । ସେଥିପାଇଁ ମାତା ଲକ୍ଷ୍ମୀଙ୍କ ସହିତ ତାଙ୍କ ପୋଷ୍ୟପୁତ୍ର ଗଣେଶଙ୍କୁ ପୂଜା କରାଯାଏ । ଏହି କାରଣରୁ ମା ଲକ୍ଷ୍ମୀ ଗଣେଶଙ୍କ ଡାହାଣ ପାଶ୍ୱର୍ରେ ବିରାଜିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.