ଆଜି ପବିତ୍ର ମକର ସଂକ୍ରାନ୍ତିରେ କରନ୍ତୁ ଏହିସବୁ ଜିନିଷ ଦାନ, ମିଳିବ ଅତ୍ୟନ୍ତ ଶୁଭ ଫଳ

ମକର ସଂକ୍ରାନ୍ତି ଦେଶର ସମସ୍ତ ସ୍ଥାନରେ ବଡ ଧୂମଧାମରେ ପାଳନ ହୋଇଥାଏ । ଏହି ପର୍ବ ବିଶେଷ ଭାବରେ ସୂର୍ଯ୍ୟ ଦେବଙ୍କୁ ସମର୍ପିତ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ନାମରେ ଜଣାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥାନ୍ତି । ଯେତେବେଳେ ସୂର୍ଯ୍ୟ ଧନୁ ରାଶି ରୁ ମକର ରାଶିରେ ପ୍ରବେଶ କରିଥାନ୍ତି ସେହି ସମୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟଣରୁ ଉତ୍ତରାୟଣ ହୋଇଥାନ୍ତି। ସୂର୍ଯ୍ୟଙ୍କ ଉତ୍ତରାୟଣ ହେବା ଅତ୍ୟନ୍ତ ଶୁଭ ହୋଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ ଅସୁରଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ବିଜୟ ହେବା ପରେ ଏହି ଶୁଭ ମକର ପର୍ବ ପାଳନ କରାଯାଇଥାଏ। ଉଲ୍ଲେଖ ରହିଛି ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ପୃଥିବୀ ଲୋକରେ ପହଞ୍ଚି ଅସୁରମାନଙ୍କୁ ସଂହାର କରିବା ସହ ମୁଣ୍ଡ କାଟି ମନ୍ଦରା ପର୍ବତରେ ପୋତି ଦେଇଥିଲେ। ସେହିଦିନ ଠାରୁ ଭଗବାନ ବିଷ୍ଣୁଙ୍କ ଏହି ବିଜୟକୁ ମକର ସଂକ୍ରାନ୍ତି ପର୍ବ ରୂପେ ପାଳନ କରାଯାଇଥାଏ।

ଧାର୍ମିକ ମାନ୍ୟତା ଅନୁସାରେ ବି ଦାନ ଧର୍ମର ମହତ୍ତ୍ୱ ରହିଛି । ଏହି ଦିନ ଦାନ କରିବାକୁ ଅତ୍ୟନ୍ତ ଶୁଭ ଭାବେ ଧରାଯାଇଥାଏ । ତେବେ ଆସନ୍ତୁ କଣ କଣ ଦାନ କଲେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିଥାଏ ଜାଣିବା ।

ladu
pc: amarujala

– ଏହି ଦିନ କିଛି ଗୁଡ ଦାନ କରିବା ଉଚିତ । ଗୁଡ ଦେବା ଦ୍ୱାରା ଘରୁ ଦାରିଦ୍ରତ୍ୟ ଦୂର ହେଉଥିବା ନେଇ ବିଶ୍ୱାସ ରହିଛି । ଏହାବାଦ ଏହା ଖୁବ ଶୁଭ ବି ହୋଇଥାଏ ।
– ଏହି ଦିନ ଘରେ ପ୍ରସ୍ତୁତ ହେଉଥିବା ଖେଚୁଡ଼ିକୁ ଗରିବଙ୍କ ମଧ୍ୟରେ ଵାଟନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

– ଏହି ପବିତ୍ର ଦିବସରେ ରାଶି ଦାନ ଆକାରରେ ଦେବା ବି ଖୁବ ଶୁଭ । ଏହି ଦିନ ଘରେ ରାଶି ଓ ଗୁଡ ବ୍ୟବହାର କରି ଅନେକ ଖାଦ୍ୟ ବି ପ୍ରସ୍ତୁତ କରାଯାଏ । ଏହାକୁ ବି ଆପଣ ଦାନ ଆକାରରେ ଦେଇ ପାରିବେ ।
– ରାଶି ଅନୁଯାୟୀ କିଛି କିଛି ଦାନ ଆକାରରେ ଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.