ଧନବାନ ହେବା ପାଇଁ ପୂର୍ବ ଜନ୍ମରେ କରୁଥିଲେ ଚୋରି, କିନ୍ତୁ ଏହି ପୁଣ୍ୟ କାମ ପାଇଁ ପର ଜନ୍ମରେ ହେଲେ ଧନର ଅଧିପତି

ଧନବାନ ହେବା ପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଉ। ବିଶେଷ କରି ଗୁୁରୁବାର ଓ ଶୁକ୍ରବାର ମାତାଙ୍କର ପୂଜା ବେଶି ଶୁଭ ମନାଯାଏ। ତେବେ ଧନ, ସୁଖ ଓ ସମୃଦ୍ଧିି ପାଇଁ ଆପଣ ମାତା ଲକ୍ଷ୍ମୀଙ୍କ ସହିତ କୁବେର ଦେବଙ୍କ ପୂଜା ମଧ୍ୟ କରିପାରିବେ। ଆପଣ ଜାଣିରଖନ୍ତୁ ଯେ କୁବେର ଦେବଙ୍କ ବିନା ମାତା ଲକ୍ଷ୍ମୀଙ୍କ ପୂଜା ଅଧା ହୋଇଥାଏ। ମାତାଙ୍କ କୃପା ଲାଭ ହୋଇନଥାଏ।

ତେବେ ଆମେ ଅନେକ ଥର କୁବେର ଦେବଙ୍କ ପୂଜା ସମ୍ପର୍କରେ ଆପଣଙ୍କୁ କହିଛୁ। କିନ୍ତୁ ଆଜି କୁବେରଦେବଙ୍କ ବିଷୟରେ କହିବୁ। ସେ ପ୍ରକୃତରେ କିଏ ଏବଂ କାହିଁକି ତାଙ୍କୁ ପୂଜା କରାଯାଏ।

laxmi2

କୁବେର ଦେବ, ଆଉ କେହି ନୁହଁନ୍ତି ବରଂ ସେ ରାବଣଙ୍କର ଭାଇ। ରାବଣଙ୍କ ସାବତ ଭାଇ ହେଉଛନ୍ତି କୁବେର ଦେବ। କୁବେର ମହାରାଜ ହିଁ ଦେବତାଙ୍କ ଧନର ରକ୍ଷଣାବେକ୍ଷଣ କରିଥାନ୍ତି। ତେବେ ଆପଣ ଜାଣନ୍ତି କି ଧନର ଦେବୀ ଲକ୍ଷ୍ମୀଙ୍କ ପତି ଭଗବାନ ବିଷ୍ଣୁ ମଧ୍ୟ ଏକଦା କୁବେର ଦେବଙ୍କଠୁ ଋଣ ନେଇଥିଲେ। ଏହି ଋଣକୁ ସୁଝିବା ପାଇଁ ତିରୁପତି ବାଲାଜୀଙ୍କୁ ସୁନା, ଚାନ୍ଦି ତଥା ହିରା ମୋତିର ଗହଣା ଚଢ଼ାଯାଇଥାଏ। କିନ୍ତୁ କୁବେରଦେବ ଧନବାନ ପୂର୍ବରୁ ଚୋର ଥିଲେ।

ସ୍କନ୍ଦ ପୁରାଣ ଅନୁସାରେ କୁବେର ଦେବ ସୋମଦତ୍ତ ଦୀକ୍ଷିତ ନାମକ ବ୍ରାହ୍ମଣଙ୍କର ପୁଅ ଥିଲେ। ଯାହାଙ୍କ ପ୍ରକୃତ ନାମ ଥିଲା ଗୁଣନିଧି । କିନ୍ତୁ ନାମର ବିପରୀତ ସେ ସବୁ କାମ କରୁଥିଲେ। ଖରାପ ସଙ୍ଗରେ ପଡ଼ି ସେ ଚୋରି କରିବାକୁ ଲାଗିଲେ। ରାଗିଯାଇ ପିତା ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାପରେ ଗୁରନିଧି ଅଧିକ ଖରାପ କାମ କଲେ। ଏମିତିକି ଶେଷରେ ରାଜା ମଧ୍ୟ ନିଜ ଦେଶରୁ ତାଙ୍କୁ ବାହାର କରିଦେଲେ। ଭୋକ ବିକଳରେ ଗୁଣନିଧି ଯେତେବେଳେ ଅନ୍ୟ ନଗରକୁ ଗଲେ ସେତେବେଳ ତାଙ୍କ ନଜର ଏକ ମନ୍ଦିର ଉପରେ ପଡ଼ିଲା। ନିଜ ଭୋକ ମେଣ୍ଟାଇବାକୁ ସେହି ମନ୍ଦିରକୁ ଭୋଗ ଚୋରି କରି ଖାଇବାକୁ ଚାଲିଗଲେ।

kubera
pc: patrika

କିନ୍ତୁ ଅନ୍ୟଭକ୍ତ ମାନେ ତାଙ୍କୁ ଧରିନେଲେ। ଏହାପରେ ଭୋକ ପାଇଁ ତାଙ୍କର ମୃତ୍ୟୁ ହୋଇଗଲା। ଯମଦୂତଙ୍କ ସହ ଭଗବାନ ଶିବ ମଧ୍ୟ ତାଙ୍କୁ ନେବା ପାଇଁ ଆସିଲେ। ଶିବଙ୍କୁ ଦେଖି ଯମ ମହାରାଜ ପଛକୁ ଘୁଞ୍ଚିଗଲେ। ପରେ ଭଗବାନ ଶିବ ଗୁଣନିଧିଙ୍କୁ କହିଲେ ଯେ “ତୁମେ ବହୁତ ପାପ କରିଛ; କିନ୍ତୁ ଧନ ତ୍ରୟୋଦଶୀ ଦିନ ତୁମେ ନିଜ ଉତ୍ତରୀ ସାହାଯ୍ୟରେ ମୋ ମନ୍ଦିରେ ଜଳୁଥିବା ଦୀପକକୁ ଲିଭିବାକୁ ଦେଇନଥିଲ। ଏହି ପୁଣ୍ୟ କାମ ପାଇଁ ତୁମେ ମୋ ଅଭିଶାପରୁ ମୁକ୍ତି ପାଇଛ। ତୁମେ ଧନ ଲୋଭରେ ଚୋରି କରୁଥିଲ। ତେଣୁ ତୁମେ ହିଁ ଦୁନିଆର ସବୁ ଧନକୁ ସମ୍ଭାଳିବ। ଧନର ଅଧିପତି ହେବ। ତୁମ ନାମ କୁବେର ମହାରାଜ କୁହାଯିବ।”

ଏହିପରି ଭାବେ ଚୋରି କଲାପରେ ବି ନିଜ ଭଲ କାମ ପାଇଁ ସେ ଧନର ସ୍ୱାମୀ ହୋଇପାରିଲେ। ତେଣୁ ତାଙ୍କୁ ଗୁରୁବାର ଓୁ ଶୁକ୍ରବାର ପୂଜା କରନ୍ତୁ। ଦେଖିବେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ।

Leave A Reply

Your email address will not be published.