ଶନିଦେବଙ୍କ କୃପା ପାଇବା ପାଇଁ ଶନିବାର କରନ୍ତୁ ନାହିଁ ଏସବୁ କାମ୍‌, ନଚେତ୍‌ କୋପରୁ ପାଇବେନି ରକ୍ଷା

ଶନିବାର ଦିନ ଶନିଦେବଙ୍କ କୃପା ପାଇବା ଏବଂ ଶନି ଦୋଷ ଦୂର କରିବା ପାଇଁ ସବୁଠାରୁ ଶୁଭ ଦିନ ବୋଲି କୁହାଯାଏ। ଏହାଛଡା ଏହିଦିନ ହନୁମାନଙ୍କ ଉପାସନ କରିବା ପାଇଁ ସ୍ୱତନ୍ତ୍ର ଭାବେ କୁହାଯାଇଛି। ଏହାଛଡା ଶନିବାର ଦିନ ହନୁମାନଙ୍କ ଉପାସନା କରିବା ପାଇଁ ମଧ୍ୟ ଶୁଭ ଦିନ। କୁହାଯାଏ ଶନିବାର ଦିନ ଯଦି ଶ୍ରଦ୍ଧା ଏବଂ ଭକ୍ତି ଭାବରେ ଶନିଦେବଙ୍କୁ ପୂଜା କରାଯାଏ, ତେବେ ସବୁ ମନସ୍କାମନା ପୂରଣ ହୁଏ। ଶନି ଦେବଙ୍କ କୃପା ପାଇବା ପାଇଁ ଶନିବାର ଦିନ କିଛି ଖାସ୍‌କଥାର ଧ୍ୟାନ ରଖିବା ଦ୍ୱାରା ସବୁ କଷ୍ଟ ମଧ୍ୟ ଦୂର ହେବ। ଜ୍ୟୋତିଷ ମୁତାବକ, ଶନିବାର ଦିନ କେବେ ବି ଏମିତି କିଛି ଜିନିଷ କିଣନ୍ତୁ ନାହିଁ। ଯାହା ଆପଣଙ୍କ ପାଇଁ ସମସ୍ୟା ଆଣିଥାଏ, ତେବେ ଜାଣନ୍ତୁ କ’ଣ:

ସୋରିଷ ତେଲ :

ମାନ୍ୟତା ଅନୁସାରେ ଶନିବାର ଦିନ ସୋରିଷ ତେଲ କିଣିବାକୁ ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଶନିଦେବ କୋପ କରନ୍ତି। ଯେଉଁ ବ୍ୟକ୍ତି ଜୀବନରେ ବାରମ୍ବାର ସମସ୍ୟା ଆସିଥାଏ, ସେମାନେ କେବେ ବି ଶନିବାର ଦିନ ଭୁଲ୍‌ କରି ମଧ୍ୟ ସୋରିଷ ତେଲ କିଣିବା ଅନୁଚିତ।

ଲୁହା ନିର୍ମିତ ଜିନିଷ:

ଜ୍ୟୋତି ମୁତାବକ, ଶନିବାର ଦିନ ଆପଣ କୌଣସି ଲୁହା ନିର୍ମିତ ଜିନିଷ କିଣନ୍ତୁ ନାହିଁ। ଶନିବାର ଦିନ ଏହି ଜିନିଷ କିଣିବା ଦ୍ୱାରା ଶନିଦେବ କୋଧିତ ହୁଅନ୍ତି। ଯାହାଦ୍ୱାରା ଚାକିରି ଏବଂ ବ୍ୟାପାରରେ ସମସ୍ୟା ବଢିଥାଏ। ଶନିବାର ଦିନ ଲୁହା ଜିନିଷ ଦାନ କରିବା ଶୁଭ ହୋଇଥାଏ। ଶନିବାର ଦିନ ଆବଶ୍ୟକତା ଥିବା ବ୍ୟକ୍ତିକୁ ନିଶ୍ଚିତ ଭାବେ ଲୁହା ଜିନିଷ ଦାନ କରନ୍ତୁ।

salt
Image Credit: Jagran

ଲୁଣ କିଣିବା ମନା:

ଶନିବାର ଦିନ ଲୁଣ କିଣିବାକୁ ବାରଣ କରାଯାଇଛି। ତେଣୁ ଶନିବାର ଦିନ ଭୁଲରେ ମଧ୍ୟ ଲୁଣ କିଣନ୍ତୁ ନାହିଁ। ଶନିବାର ଦିନ ବରଗଛ ମୂଳରେ ପାଣି ଦେବା ଏବଂ ଦୀପ ଜଳାଇବା ଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

କଳା ରାଶି କିଣିବା ମନା:

ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ କଳା ରାଶି କିଣିବା ଅଶୁଭ ହୋଇଥାଏ। ଏହି ଦିନ କଳା ରାଶି ଏବଂ ସୋରିଷ ତେଲରେ ଶନିଦେବଙ୍କ ପୂଜା କରାଯାଏ। ତେଣୁ ସୋରିଷ ତେଲ ଭଳି ଶନିବାର ଦିନ କଳା ରାଶି ମଧ୍ୟ କିଣିବା ମନା। ଯଦି ଆପଣ ଶନିବାର ଦିନ କଳା ରାଶି କିଣନ୍ତି ତେବେ ବ୍ୟକ୍ତି ଜୀବନରୁ ସୁଖ ଚାଲିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.