ଚାଣକ୍ୟ ନୀତି : ମନରେ ଚିନ୍ତା କରିଥିବା କଥା କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, ମିଳିବ ନାହିଁ ସଫଳତା

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା ।

ଚାଣକ୍ୟଙ୍କ ଅନୁସାରେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ । ଚାଣକ୍ୟଙ୍କ ଏହି କଥାରେ ଲୁଚି ରହିଛି ସଫଳତା ଓ ଧନ ପ୍ରାପ୍ତିର ରହସ୍ୟ ।

ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଚାଣକ୍ୟଙ୍କ ନୀତି ଅନୁଯାୟୀ ମନରେ ଭାବିଥିବା କଥା କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଏହାକୁ ସର୍ବସାଧାରଣରେ ମଧ୍ୟ ପ୍ରକାଶ କରନ୍ତୁ ନାହିଁ । କାରଣ ଚାଣକ୍ୟଙ୍କ ଅନୁସାରେ ଯିଏ ଏପରି କରିଥାନ୍ତି ସେମାନଙ୍କୁ କାର୍ଯ୍ୟରେ ସଫଳତା ମିଳିନଥାଏ । ମନରେ ଚିନ୍ତା କରିଥିବା କଥାକୁ ମନ୍ତ୍ର ଭଳି ଗୁପ୍ତ ରଖିବା ଉଚିତ୍‌ । ମନ କଥାକୁ ଗୁପ୍ତ ରଖି ସେହି ଦିଗରେ ନିରନ୍ତର କାର୍ଯ୍ୟ କରିବା ଉଚିତ୍‌ । କାରଣ କାର୍ଯ୍ୟ ପୁରଣ ନହେବା ଯାଏ ଏହାକୁ ପ୍ରକାଶ କଲେ ହାସ୍ୟାସ୍ପଦ ହୋଇପାରନ୍ତି । ଖାଲି ସେତିକି ନୁହେଁ ଶତ୍ରୁ ଜାଣିଲେ କାର୍ଯ୍ୟରେ ବାଧା ଉତ୍ପନ୍ନ କରିଥାନ୍ତି ।

ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକ ଯୋଜନା ପୂର୍ବକ କାମ କରିଥାନ୍ତି ସେମାନଙ୍କୁ ସଫଳତା ମିଳିବାର ବେଶୀ ସମ୍ଭାବନା ଥାଏ । ଯେଉଁ ଲୋକ ବିନା ଯୋଜନାରେ କାମ କରିଥାନ୍ତି ସେମାନଙ୍କୁ ସଫଳତା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ । ଲକ୍ଷ୍ୟ ପୁରଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ପରିଶ୍ରମକୁ ଡରୁଥିବା ଲୋକ କେବେ ବି ସଫଳତା ପାଇନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.