ମକର ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାମ, ପଡ଼ିବେ ନର୍କରେ

ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧୪ରେ ପଡ଼ୁଛି ମକର ସଂକ୍ରାନ୍ତି। କାଲି ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଚଳିତବର୍ଷ ୧୪ ଓ ୧୫ ଜାନୁଆରୀ ଦୁଇ ଦିନ ହିଁ ପଡ଼ୁଛି। ମକର ସଂକ୍ରାନ୍ତି ଦିନ କିଛି ଖାସ୍ କାମ କରିବାର ପରମ୍ପରା ଆଦିମ କାଳରୁ ରହିଛି, ଯଥା-ସ୍ନାନ, ଦାନ, ରାଶି-ଗୁଡ଼, ଖେଚୁଡ଼ି ଆଦି ସେବନ। ତେବେ ଏହି ଦିନ କେତେକ କାମ କରିବାକୁ ମନା ବି କରାଯାଇଛି। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କି କି କାମ କରିବା ମନା…
ମକର ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ:
- ମକର ସଂକ୍ରାନ୍ତିରେ ଭୁଲରେ ବି ତାମସିକ ଭୋଜନ (ଆମିଷ, ପିଆଜ, ରସୁଣ), ମଦ୍ୟପାନ ଆଦି କରନ୍ତୁ ନାହିଁ। ଏହି ଦିନକୁ ଏକ ପବିତ୍ର ଦିନ ବୋଲି କୁହାଯାଏ। ଏଣୁ ମକର ସଂକ୍ରାନ୍ତିରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ। ଏହି ଦିନ ଆମିଷ ଭକ୍ଷଣ କରୁଥିବା ବ୍ୟକ୍ତି ନର୍କଗାମୀ ହୋଇଥାନ୍ତି।
- ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଖାସ୍ କରି ରାଶି-ଗୁଡ଼, ଖେଚୁଡ଼ି ଆଦି ଦାନ କରିବା ଉଚିତ। ଯଦି ଏହି ଦିନ ଘରକୁ କୌଣସି ଭିକାରୀ ଆସୁଥାନ୍ତି, ତେବେ ତାଙ୍କୁ ଆଦୌ ଖାଲି ହାତରେ ଫେରାନ୍ତୁ ନାହିଁ। ଏମିତି କଲେ ଧନ ହାନି ହୋଇଥାଏ। ଯଦି ସମ୍ଭବ ହେଉଛି ତେବେ ଏହି ଦିନ ରାଶି ଅନୁସାରେ କିଛି ଦାନ କରନ୍ତୁ। ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ।
- ମକର ସଂକ୍ରାନ୍ତି ଦିନ ବିନା ସ୍ନାନ ଓ ଦାନରେ ଭୋଜନ ଗ୍ରହଣ କରନ୍ତୁ ନାହିଁ। ଗାଧୁଆ ପାଣିରେ ପବିତ୍ର ନଦୀର ଜଳ ମିଶାନ୍ତୁ।