ଭୂତପ୍ରେତଙ୍କ କବଳରୁ ବର୍ତ୍ତିବାକୁ ଚାହୁଁଛନ୍ତି ଯଦି ଭୁଲ୍‌ରେ ବି ରାତିରେ କରନ୍ତୁ ନାହିଁ ଏହି ୬ଟି କାର୍ଯ୍ୟ

ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ। ଯେପରି ଦିନବେଳା ସବୁ ଆବଶ୍ୟକ କାଯ୍ୟର୍ କରାଯାଇଥାଏ। କିନ୍ତୁ ଏମିତି କିଛି କାଯ୍ୟର୍ ରହିଛି, ଯାହାକୁ ରାତିରେ କରିବାକୁ ସ୍ପଷ୍ଟ ମନା କରାଯାଇଛି। କାରଣ, ବିଶ୍ୱାସ କରାଯାଏ ଯେ ଏହି ସବୁ କାଯ୍ୟର୍କୁ ରାତିରେ କରିବା ଦ୍ୱାରା ଦୁଃର୍ଭାଗ୍ୟ ମାଡ଼ିଆସିଥାଏ। ଶରୀରରେ ଭୂତପ୍ରେତ ସବାର ହୋଇଥାଆନ୍ତି। ଆସନ୍ତୁ ଜାଣିବା, କେଉଁ ୬ଟି କାମକୁ ଆମେ ରାତି ସମୟରେ ଆଦୌ କରିବା ଉଚିତ ନୁହେଁ।

t66

୧. କେଶ ମୁକୁଳା କରି ଶୁଅନ୍ତୁ ନାହିଁ

ରାତିରେ ଯୁବତୀମାନେ କେଶକୁ ମୁକୁଳା କରି ଶୋଇବା ଉଚିତ ନୁହେଁ। କୁହାଯାଏ, ମୁକୁଳା କେଶରେ ଶୋଇଲେ ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଆନ୍ତି। ଏଥିପାଇଁ ରାତିରେ କେବଳ ମହିଳାମାନେ ନୁହଁନ୍ତି, ବରଂ ଯେଉଁ ପୁରୁଷମାନେ କେଶ ଲମ୍ବା ରଖିଥାଆନ୍ତି, ସେମାନେ ବି ବାନ୍ଧିକି ଶୋଇବା ଉଚିତ।

t6

୨. ଚାରିଛକକୁ ଯାଆନ୍ତୁ ନାହିଁ

ଚାରିଛକ ଅର୍ଥାତ୍‌ ଯେଉଁ ୪ଟି ସଡ଼କ ଗୋଟିଏ ଜାଗାରେ ପରସ୍ପର ସହ ମିଶିଥାଆନ୍ତି, ରାତିରେ ଭୁଲ୍‌ରେ ବି ସେଭଳି ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଶାସ୍ତ୍ର ଅନୁସାରେ, ସେହି ସ୍ଥାନରେ ଅଧିକ ଗୁଣି ଗାରେଡି ତଥା ତାନ୍ତ୍ରିକ କାଯ୍ୟର୍ କରାଯାଇଥାଏ, ଯାହାର ପ୍ରଭାବ ସ୍ୱରୂପ ସେଠାରେ ନକାରାତ୍ମକ ଶକ୍ତି ସବୁ ସ୍ଥାୟୀ ବାସ କରିଥାଆନ୍ତି। ରାତିରେ ସେମାନଙ୍କ ପ୍ରଭାବ ଆହୁରି ବଢ଼ିଯାଇଥାଏ। ଏଥିପାଇଁ ବିଳମ୍ବିତ ରାତିରେ ଚାରିଛକକୁ ଗଲେ, ଭୂତପ୍ରେତକୁ ଆମନ୍ତ୍ରିତ କଲା ଭଳି ହୋଇଥାଏ।

t5

୩. ଶ୍ମଶାନ କିମ୍ବା କବରସ୍ଥଳୀକୁ ଯାଆନ୍ତୁ ନାହିଁ

ବିଷ୍ଣୁ ପୁରାଣରେ କୁହାଯାଇଛି, ରାତିରେ କେବେ ବି ଶ୍ମଶାନ ଆଖାପାଖକୁ ଯିବା ଉଚିତ ନୁହେଁ। କାରଣ, ରାତି ସମୟରେ ସେଠାରେ ମୃତ ବ୍ୟକ୍ତିଙ୍କ ଆତ୍ମା ଘୂରି ବୁଲନ୍ତି। ଏମିତି ବି କୁହାଯାଏ, ରାତିରେ ତାନ୍ତ୍ରିକ ମଧ୍ୟ ଶ୍ମଶାନକୁ ଯିବା ବେଳେ ନିଜର ସୁରକ୍ଷା ପାଇଁ ବିଶେଷ ଉପାୟ ଆପଣାଇଥାଏ।

t3

୪. ସେଣ୍ଟ ବା ଅତର ଲଗାଇ ଶୁଅନ୍ତୁ ନାହିଁ

କିଛି ଲୋକ ରାତିରେ ଶୋଇବା ବେଳେ ସୁଗନ୍ଧଯୁକ୍ତ ପାଉଡର, ସେଣ୍ଟ ବା ଅତର ଲଗାଇ ଶୋଇଥାଆନ୍ତି। ଶାସ୍ତ୍ର କୁହେ, କୌଣସି ବି ପ୍ରକାର ତୀବ୍ର ସୁଗନ୍ଧ ପରଲୋକାଗତ ଶକ୍ତିମାନଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ହାତ, ଗୋଡ଼ ଓ ମୁହଁକୁ ଭଲ ଭାବେ ଧୋଇ ଈଶ୍ୱରଙ୍କୁ ଧ୍ୟାନ କରି ଶୋଇବା ଉଚିତ। ଏମିତି କଲେ, ରାତିରେ ଦୁଃସ୍ୱପ୍ନ ଆସି ନ ଥାଏ ଏବଂ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯାଇଥାଏ।

t2

୫. ରାତିରେ ପର ସ୍ତ୍ରୀ କିମ୍ବା ପୁରୁଷଙ୍କ ସହ ମିଶନ୍ତୁ ନାହିଁ

ରାତି ସମୟରେ ସ୍ତ୍ରୀକୁ କୌଣସି ପର ପୁରୁଷ କିମ୍ବା ପୁରୁଷକୁ କୌଣସି ପର ସ୍ତ୍ରୀ ସହ ଏକାନ୍ତରେ ମିଶିବା ଉଚିତ ନୁହେଁ। ଖରାପ ସଙ୍ଗତ, କୁଅଭ୍ୟାସ ଏବଂ ଆଲ୍‌କହଲଠାରୁ ରାତିରେ ଦୂରତା ରକ୍ଷା କରିବା ଉଚିତ। ଏମିତି ନ କଲେ ଆପଣଙ୍କୁ କେବଳ କ୍ଷତି ହୋଇ ନ ଥାଏ, ବରଂ ବଦନାମୀର ବୋଝ ମୁଣ୍ଡାଇବାକୁ ପଡ଼ିଥାଏ।

t1

୬. ମଧ୍ୟରାତ୍ରି ପରେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ

ଶାସ୍ତ୍ର ଅନୁସାରେ ରାତି ୧୨ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଥାଏ। ଅର୍ଥାତ୍‌ ବ୍ରାହ୍ମ ମୁହୂର୍ତ୍ତର ଠିକ୍‌ ପୂର୍ବ ସମୟ ଆରମ୍ଭ ହୋଇଥାଏ। ଏମିତି ସମୟରେ ବ୍ୟକ୍ତିଠାରେ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ। ତେଣୁ ବ୍ୟକ୍ତିକୁ ଅଧ୍ୟୟନ, ମନନ, ଧ୍ୟାନ ତଥା ଭଗବାନଙ୍କ ପୂଜାପାଠ କାଯ୍ୟର୍ କରିବା ଉଚିତ। ଯଦି କୌଣସି ନୂଆ ଯୋଜନା କରିବାକୁ ଚାହୁଁଛନ୍ତି, ତା’ହେଲେ ଏହି ସମୟ ହିଁ ବହୁତ ଉପଯୁକ୍ତ ହୋଇଥାଏ। କିନ୍ତୁ ଭୁଲ୍‌ରେ ବି ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ। କାରଣ, ଏହାଦ୍ୱାରା ପୁରୁଷତ୍ୱ ହାନି ହେବା ସହ ଖରାପ ସମୟ ଆସିଯାଇଥାଏ।