ଦାନ-ପୂଣ୍ୟକୁ ହିନ୍ଦୁ ଧର୍ମରେ ସବୁଠାରୁ ବଡ଼ ଧର୍ମ ବୋଲି କୁହାଯାଇଥାଏ । ହେଲେ ବେଳେ ବେଳେ ଦାନ ଦେବା ଦାନୀକୁ ବି ମହଙ୍ଗା ପଡିଯାଇଥାଏ । ହିନ୍ଦୁ ଧର୍ମରେ ଦାନ ଦେବାର ବିଧାନ ବି ରହିଛି । ହେଲେ ସୂର୍ଯ୍ୟାସ୍ତ ପରେ ଏହି ସବୁ ଦାନ ଦେବାକୁ ବାରଣ ରହିଛି । କାରଣ ଏହା କଲେ ଧନ ହାନୀ ଯୋଗ ବନିଥାଏ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କ’ଣ ଦାନ କରିବା ଉଚିତ୍ ନୁହେଁ । କାରଣ ଏହାକୁ ସୂର୍ଯ୍ୟାସ୍ତ ପରେ ଦାନ କଲେ ଆସୁଥିବା ଧନ ଅଟକି ଯାଇଥାଏ ।
ସୂର୍ଯ୍ୟାସ୍ତ ପରେ ଦାନ ଦେବାରୁ ବଂଚିତ ରୁହନ୍ତୁ
ସୂର୍ଯ୍ୟାସ୍ତ ପରେ ଦାନ କରିବାରୁ ବିରତ ରୁହନ୍ତୁ । ଦୁଧ, ଦହି ଭଳି ଜିନିଷ ସୂର୍ଯ୍ୟାସ୍ତ ପରେ ଦାନ କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଲକ୍ଷ୍ମୀ ମାତା କ୍ରୋଧିତ ହୋଇଥାନ୍ତି । ହିନ୍ଦୁ ଧର୍ମରେ ଦୁଧକୁ ମାତା ଲକ୍ଷ୍ମୀଙ୍କ ସ୍ୱରୁପ ମନାଯାଇଥାଏ । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଦୁଧ ଦହି ଦାନ କରିବା କଥା ନୁହେଁ ।
ହଳଦୀ ଦାନ କରନ୍ତୁ ନାହିଁ
ସନ୍ଧ୍ୟା ସମୟରେ ହଳଦୀ ଦାନ କରନ୍ତୁ ନାହିଁ । ହଳଦୀ କୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ହଳଦୀର ସମ୍ପର୍କ ସିଧା ଗୁରୁ ଗ୍ରହଙ୍କ ସହ ରହିଥାଏ । ଗୁରୁବାର ଦିନ ହଳଦୀର କିଛି ଖାସ କାମରେ ବ୍ୟବହାର ହୋଇଥାଏ । ଗୁରୁଙ୍କୁ ଧନର ଗ୍ରହ କୁହାଯାଇଥାଏ । ଏହି କାରଣରୁ ସନ୍ଧ୍ୟା ସମୟରେ ହଳଦୀ ଦାନ ଦ୍ୱାରା ଲକ୍ଷ୍ମୀ ମାତା ରାଗିଥାନ୍ତି । ଫଳରେ ଧନ ହାନି ହୋଇଥାଏ ।