Astrology: କାହାକୁ ଦିଅନ୍ତୁନି ବାସି ରୁଟି! ଆପଣଙ୍କୁ ପଡ଼ିପାରେ ଭାରୀ, ଜାଣି ରଖନ୍ତୁ ଏହାର ନିୟମ
ଜ୍ୟୋତିଷ ଶାସ୍ତ୍ରରେ ଦାନର ରହିଛି ବିଶେଷ ମହତ୍ତ୍ୱ। କୁହାଯାଏ, ଦାନ କରିବା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। କିନ୍ତୁ କିଛି ଜିନିଷ ଦାନ କରିବା ଫଳପ୍ରଦୀ ହୋଇ ନ ଥାଏ, ବରଂ ତାହା ହାନିକାରକ ପ୍ରମାଣିତ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ରରେ ଦାନକୁ ନେଇ ଅନେକ ନିୟମ ବର୍ଣ୍ଣିତ ରହିଛି। ଏହି ନିୟମଗୁଡ଼ିକୁ ଧ୍ୟାନରେ ନ ରଖି ଯଦି ଦାନ କରାଯାଏ, ତା’ ହେଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଶାସ୍ତ୍ରରେ କିଛି ଖାସ୍ ଜିନିଷକୁ ଦାନ କରିବା ପାଇଁ ମନା କରାଯାଇଛି। ଏହା କଲେ ବ୍ୟକ୍ତିକୁ ଭାରୀ ପଡ଼ି ପାରେ। ଘରେ କଳି ଝଗଡ଼ା ଲାଗିପାରେ। ଆସନ୍ତୁ ଜାଣିବା, ଆପଣ କେଉଁ ସବୁ ଜିନିଷ ଅନ୍ୟକୁ ଦାନ କରିବା ଉଚିତ ନୁହେଁ।
ଷ୍ଟିଲ୍ ବାସନ: ନିଜ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ତଥା ସେମାନଙ୍କ କୃପା ପାଇବା ପାଇଁ ପ୍ରାୟତଃ ଲୋକେ ଏମିତି କିଛି ଜିନିଷ ଦାନ କରନ୍ତି, ଯାହା ଜ୍ୟୋତିଷ ଶାସ୍ତ୍ରରେ ଭୁଲ୍ ବୋଲି କୁହାଯାଇଛି। ସେହି ଜିନିଷଗୁଡ଼ିକ ଭିତରେ ରହିଛି ଷ୍ଟିଲ୍ ବାସନ କୁସନ। କୁହାଯାଏ, ଷ୍ଟିଲ୍ ବାସନ ଦାନ କରିବା ଦ୍ୱାରା ବ୍ୟକ୍ତିର ପରିବାର ଉପରକୁ ଦୁଃଖ ମାଡ଼ି ଆସିଥାଏ। ତାଙ୍କ ସୁଖ, ସମୃଦ୍ଧି ଉପରେ ଗଭୀର ପ୍ରଭାବ ପଡ଼ିଥାଏ।
ବାସି ରୁଟି: ଧର୍ମ ଗ୍ରନ୍ଥରେ ଅନ୍ନ ଓ ଜଳକୁ ମହାଦାନ କୁହାଯାଇଛି। କିନ୍ତୁ ଅନେକ ବାର ଲୋକେ ଘରକୁ ଆସିଥିବା ଭୀକ୍ଷୁଙ୍କୁ ଦାନରେ ବାସି ରୁଟି ବା ବାସି ଖାଦ୍ୟ ଦେଇ ଦିଅନ୍ତି। କାହାର ପେଟ ପୂରିଯିବ ଭାବି ସେମାନେ ଏମିତି କରି ଥାଆନ୍ତି। କିନ୍ତୁ ଧାର୍ମିକ ଦୃଷ୍ଟିକୋଣରୁ ଏହା ସମ୍ପୂର୍ଣ୍ଣ ଭୁଲ୍। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଇଛି। ଯଦି ଆପଣ କୌଣସି ଗରିବ ଓ ଅସହାୟ ଲୋକକୁ ଖାଦ୍ୟ ଦେଉଛନ୍ତି, ତ ତାଜା ଖାଦ୍ୟ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ।
ଗ୍ରନ୍ଥ ଦାନ: କୁହନ୍ତି, କୌଣସି ବ୍ୟକ୍ତିକୁ ନିଜର ପୁସ୍ତକ, ବହି, ଗ୍ରନ୍ଥ ଆଦି ଦାନ କରିବା ବହୁତ ଅଶୁଭ ହୋଇଥାଏ। ଯଦି ଆପଣ ଦାନ କରୁଛନ୍ତି, ତ ଧ୍ୟାନରେ ରଖନ୍ତୁ, ଯେପରି ଏଗୁଡ଼ିକ ଚିରି ଯାଇ ନ ଥିବ। ଚିରି ନ ଥିବା ପୁସ୍ତକ ଦାନ କଲେ ଏହାର ମହତ୍ତ୍ୱ ରହିଥାଏ। ଯଦି ଆପଣ ଖୋଲା ମନରେ ଦାନ କରିବେ, ତେବେ ପୁଣ୍ୟପ୍ରାପ୍ତି ହେବ। ଅନ୍ୟଥା ଆପଣଙ୍କୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡ଼ି ପାରେ। ଘରେ କଳହ ଲାଗି ପାରେ।