ପିତୃପକ୍ଷରେ ଭୁଲରେ ବି ବ୍ୟବହାର କରନ୍ତୁନି ଲୁହା ବାସନ, ଶ୍ରାଦ୍ଧ ଦେବା ବେଳେ ନିଶ୍ଚୟ ମାନନ୍ତୁ ଏସବୁ କଥା

ଆଉ ମାତ୍ର ଦିନ କେଇଟା ପରେ ପଡ଼ୁଛି ପିତୃପକ୍ଷ। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ଆରମ୍ଭ ହେବ। ଚଳିତବର୍ଷ ସେପ୍ଟେମ୍ବର ୨୦ରୁ ଏହା ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ମାତା ପିତାଙ୍କ ସେବାକୁ ସବୁଠୁ ବଡ଼ ପୂଜା ବୋଲି କୁହାଯାଏ। ଏଣୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ପିତୃପୁରୁଷଙ୍କୁ ଉଦ୍ଧାର କରିବା ପାଇଁ ପୁଅ ନିହାତି ଦରକାର ବୋଲି କୁହାଯାଇଛି। ପୁଅ ହିଁ ବାପା-ମା’ଙ୍କୁ ଶ୍ରାଦ୍ଧ ଦେଇଥାଏ। ତେବେ ଅପରପକ୍ଷରେ ଶ୍ରାଦ୍ଧ ଦେବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା କ’ଣ ତାହା…

  • ଶାସ୍ତ୍ରାନୁସାରେ, ଦେବତାଙ୍କୁ ସକାଳେ ପୂଜା କରାଯିବା ଉଚିତ। ସେହିପରି ପିତୃ ପୂଜା ଦ୍ୱିପ୍ରହରରେ କରିବା ଜରୁରୀ। ପିତୃଗଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦିନ ଦିନରେ ବ୍ରାହ୍ମଣଙ୍କୁ ଭୋଜନ ଦିଅନ୍ତୁ। ଏହି ଦିନ ଗାଈ, କାଉ, କୁକୁରଙ୍କୁ ମଧ୍ୟ ଖୁଆଇବା ଉଚିତ।
  • ପିତୃପୁରୁଷଙ୍କୁ ଦିଆଯାଉଥିବା ଭୋଜନକୁ କେବେ ବି ଲୁହା କଡ଼େଇର ତିଆରି କରନ୍ତୁ ନାହିଁ। ଏହି ସମୟରେ ପିତ୍ତଳ ବାସନ ବ୍ୟବହାର କରିବା ଶୁଭ ହୋଇଥାଏ।
  • ପିତୃପକ୍ଷ ବେଳେ ଚୁଟି, ନିଶ, ଦାଢ଼ି ଆଦି କ୍ଷୌର କରିବା ଅନୁଚିତ। ଏହି ସମୟରେ ତେଲ ମଧ୍ୟ ଲଗାଇବାକୁ ଶାସ୍ତ୍ରରେ ବାରଣ କରାଯାଇଛି।
  • ଅପରପକ୍ଷ ବେଳେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ। ଏସବୁ ଜିନିଷ ପିତୃଗଣଙ୍କୁ ମନେ ପକାଇବାରେ ବାଧା ଉପୁଜାଇଥାଏ, ଏଣୁ ଏଭଳି ନିୟମ ରହିଛି।
Leave A Reply

Your email address will not be published.