ସ୍ପେଶାଲ

ଘରର ପୂଜା ଘରେ କେବେ ବି ରଖନ୍ତୁ ନାହିଁ ଏହି ୪ଟି ଜିନିଷ, ଘର ପ୍ରତି ମାଡିଆସେ ବିପଦ

ପ୍ରତ୍ୟେକ ଘରର ପୂଜା ଘର ସେହି ଘର ପାଇଁ ସବୁଠାରୁ ପବିତ୍ର ସ୍ଥାନ ମଧ୍ୟରେ ଅନ୍ୟତମ। ଘରେ ସକାରାତ୍ମକ ଶକ୍ତି ପୂଜା ଘରୁ ହିଁ ଆସିଥାଏ। ପୂଜା ଘର ପାଇଁ ଘର ଲୋକଙ୍କ ପାଇଁ ସମୃଦ୍ଧି ଏବଂ ଖୁସି ଆସିଥାଏ। କିନ୍ତୁ ଅନେକ ଥର ନ ବୁଝି ବିଚାରି ମନ୍ଦିର ଘରେ ଏମିତି କିଛି ଜିନିଷ ରଖିଦେଇ, ଯାହା ରଖିବା ଉଚିତ ନୁହେଁ। ଏହି ଜିନିଷ ରଖିବା ଦ୍ୱାରା ଭଗବାନ ରାଗିଯାଆନ୍ତି। ନକାରାତ୍ମକ ପ୍ରଭାବ ଘରେ ପଡିଥାଏ। ଏମିତିରେ ମନ୍ଦିରରେ କ’ଣ ରଖିବା ଉଚିତ କ’ଣ ନୁହେଁ, ତାହା ଜାଣିବା ଜରୁରୀ।

– ଆପଣମାନଙ୍କ ମଧ୍ୟରୁ ଅନେକ ପୂଜା ଘରେ ଭଗବାନଙ୍କର ଗୋଟିଏରୁ ଅଧିକ ମୂର୍ତ୍ତି ରଖିଥିବେ। କିନ୍ତୁ ଧର୍ମଶାସ୍ତ୍ରରେ ଏହା ଭୁଲ୍‌ ହୋଇଥାଏ। କୁହାଯାଏ କି ଭଗବାନଙ୍କ ଗୋଟେରୁ ଅଧିକ ମୂର୍ତ୍ତି ଘର ପୂଜା ଘରେ ରଖିବା ଶୁଭ ହୋଇନଥାଏ। ତେଣୁ ଆପଣ ଯେଉଁ ଭଗବାନଙ୍କ ପୂଜା କରୁଛନ୍ତି, ତାଙ୍କର ଗୋଟିଏ ମୂର୍ତ୍ତି କିମ୍ବା ଫଟୋ ପୂଜା ଘରେ ରଖନ୍ତୁ।

– ପୂଜା ଘରେ ଭଗବାନ ଭୋଳାନାଥଙ୍କର ସୌମ୍ୟ ମୁଦ୍ରା ଫଟୋ କିମ୍ବା ମୂର୍ତ୍ତି ରଖିବା ଜରୁରୀ। ପୂଜା ଘରେ ଭଗବାନଙ୍କ ରୌଦ୍ର ମୁଦ୍ରା ଫଟୋ ରଖିବା ଅନୁଚିତ। ଏମିତି କରିବା ଦ୍ୱାରା ଅନେକ ଭଗବାନ କ୍ରୋଧିତ ହୁଅନ୍ତି। ଘରେ ଝଗଡା ଲାଗିପାରେ।

ଏହାଛଡା ଭଗବାନ ହୁନମାନ ଏବଂ ଭୋଳାନାଥଙ୍କ ନଟରାଜ ଫଟୋ ଘରେ ରଖିବା ଉଚିତ ନୁହେଁ।

– ପୂଜା ଘରେ ଭଗବାନଙ୍କ ଭଙ୍ଗା ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହାକୁ ତୁରନ୍ତ ବିସର୍ଜିତ କରିଦିଅନ୍ତୁ। ଘରର ମନ୍ଦିର କିମ୍ବା ଘର ଭିତରେ ଭଗବାନଙ୍କ କୌଣସି ଭଙ୍ଗା କିମ୍ବା ଚଟକି ଯାଇଥିବା ମୂର୍ତ୍ତି ରଖନ୍ତୁ ନାହିଁ। ଏମିତି ମୂର୍ତ୍ତି ରଖିବା ଦ୍ୱାରା ଘରେ ଅଶୁଭ ହୋଇଥାଏ।

– ଘରର ପୂଜା ଘରେ କେବେ ବି ପୂର୍ବଜଙ୍କ ଫଟୋ ରଖନ୍ତୁ ନାର୍ହି। ଏହାକୁ ହିନ୍ଦୁ ଧର୍ମରେ ବାରଣ କରାଯାଇଛି। କିନ୍ତୁ ଅନେକ ଲୋକ ପୂଜା ଘରେ ନିଜ ଘରର ପୂର୍ବଜଙ୍କ ଫଟୋ ରଖନ୍ତି। ଏମିତି କରିବା ପରିବାର ପାଇଁ ଅଶୁଭ ହୋଇପାରେ। ପୂର୍ବଜଙ୍କ ଫଟୋକୁ ଭଗବାନଙ୍କ ସହିତ ରଖିବା ଦ୍ୱାରା ଘରେ ସମୃଦ୍ଧି ଏବଂ ଖୁସିରେ ବାଧା ଆସିଥାଏ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago