ସ୍ପେଶାଲ

ଅଟା ଚକଟିବା ବେଳେ ସାମାନ୍ୟ ଭୁଲ୍‌ ଆପଣଙ୍କ ପରିବାର ପାଇଁ ଆଣିଦିଏ ଆର୍ଥିକ ସମସ୍ୟା, ପରିବାରର ଲୋକଙ୍କର ହୁଏନି ଉନ୍ନତି

ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ଅଟା ନିଶ୍ଚିତ ଚକଟା ଯାଉଥିବ । କିନ୍ତୁ ଅଟା ଚକଟିବା ବେଳେ କିଛି ଭୁଲ ଆପଣଙ୍କ ଜୀବନରେ ଖରାପ ଏବଂ ଅଶୁଭ ପ୍ରଭାବ ପକାଇଥାଏ ବୋଲି ବହୁତ କମ୍‌ ଲୋକେ ଜାଣିଛନ୍ତି। ସାଧାରଣତଃ ଲଞ୍ଚ୍‌ କିମ୍ବା ଡିନର ପାଇଁ ରୁଟି ତିଆରି କରିବା ସମୟରେ ଅନେକ ବାର ଆବଶ୍ୟକତା ଠାରୁ ଅଧିକ ଅଟା ଚକଟି ହୋଇଯାଏ। ଏହି ଅଟା ଚକଟାକୁ ଅନେକ ମହିଳା ପରଦିନ ରୁଟି ତିଆରି ପାଇଁ ଫ୍ରିଜ୍‌ରେ ଷ୍ଟୋର୍‌ କରି ରଖି ଦିଅନ୍ତି। ଅଟା ଚକଟାକୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର୍‌ କରିବେ ନାହିଁ। ୨୪ ଘଣ୍ଟାର ପୁରୁଣା ଅଟା ଚକଟାକୁ ବିଲ୍‌କୁଲ ବ୍ୟବହାର କରନ୍ତୁ ନାହିଁ।

ଅଟା ଚକଟିବା ସମୟରେ ଅଜାଣରେ ହେଉଥିବା ଭୁଲ୍‌ ଯୋଗୁଁ ସଂପୂର୍ଣ୍ଣ ପରିବାରର ଆର୍ଥିକ ସ୍ଥିତି, ଉନ୍ନତି, ସ୍ୱାସ୍ଥ୍ୟ, ବୈବାହିକ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କାରଣ ବ୍ୟତୀତ କିଛି ବୈଜ୍ଞାନିକ କାରଣ ମଧ୍ୟ ଏଥିପାଇଁ ଦାୟୀ ରହିଥାଏ। ତେବେ ଅଟା ଚକଟିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ।

ଅଟା ଚକଟିବା ସମୟରେ କେଉଁ ଜିନିଷ ଧ୍ୟାନରେ ରଖିବେ :

ଅଟା ସବୁବେଳେ ଯେତିକି ଦରକାର ସେତିକି ଚକଟନ୍ତୁ। ବଳକା ଅଟା ଚକଟା ଫ୍ରିଜରେ ରଖି ବ୍ୟବହାର କରିବା ଦ୍ୱାରା କ୍ୟାନସର ଭଳି ରୋଗ ସମସ୍ୟା ଆଣିପାରେ। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବଳକା ଅଟା ଚକଟା ଘରର ଉନ୍ନତିରେ ବାଧା ଆଣିଥାଏ।

ଅଧିକ ସମୟଧରି ଅଟା ଚକଟି ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ।

ଅଟା ଚକଟି ସାରିବା ପରେ ଗୋଳା ବନାଇବା ସମୟରେ ସେଥିରେ ଆଙ୍ଗୁଠି ଛାପ ଛାଡିଦିଅନ୍ତୁ। ଏହା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଅଟା ଗୋଳା ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସମୟରେ ବ୍ୟବହାର କରାଯାଏ । ତେଣୁ ଏଥରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ପିତୃଦୋଷ ଲାଗି ରହିଥାଏ।

ସବୁବେଳେ ଗାଧେଇବା ପରେ ଅଟା ଚକଟନ୍ତୁ। ଅଟା ଚକଟିବା ସମୟରେ ତମ୍ବା ପାତ୍ରରେ ପାଣି ନିଅନ୍ତୁ। ତମ୍ବା ପାତ୍ରରେ ଠାକୁରଙ୍କୁ ଭୋଗ ଲାଗିଥାଏ। ତେଣୁ ଅଟା ଚକଟିବା ସମୟରେ ଯଦି ପାଣି ଦରକାର ହୁଏ, ତେବେ ତମ୍ବା ପାତ୍ରରେ ନେଇ ଦେବା ଦ୍ୱାରା ଘରେ ଉନ୍ନତି ଏବଂ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ।

ଅଟା ଚକଟି ସାରିବା ପରେ ବଳକା ପାଣିକୁ ଗଛ ମୂଳେ ଢାଳି ଦିଅନ୍ତୁ କିମ୍ବା ଅନ୍ୟ କାମରେ ବ୍ୟବହାର କରନ୍ତୁ। ଏହାକୁ ଫୋପାଡନ୍ତୁ ନାହିଁ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago