ସ୍ପେଶାଲ

ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି ଚଢ଼ାନ୍ତୁ ନାହିଁ ଏହି ଜିନିଷ, ଭୋଳେ ବାବା ହୋଇଯିବେ ନାରାଜ

ପବିତ୍ର ଶ୍ରାବଣ ମାସରେ ଶିବଜୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତ ପୂଜାରେ ଏମିତି କିଛି ଜିନିଷ ଚଢ଼ାଇବାକୁ ବାରଣ ରହିଛି । ଯଦି ଆପଣ ଭୁଲରେ ବି ଏମିତି କରୁଛନ୍ତି ତ ମହାଦେବ ଅସନ୍ତୁଷ୍ଟ ହୋଇଯିବେ ।

ଶ୍ରାବଣ ମାସ ଭୋଳାନାଥଙ୍କ ଅତି ପ୍ରିୟ ମାସ । କୁହାଯାଏ ଯଦି ପବିତ୍ର ମନରେ ଭୋଳା ବାବାଙ୍କ ପୂଜା କରାଯାଏ, ଦୁଃଖ ଦୂର ହୋଇଥାଏ । ପୂଜା ପାଠ ବେଳେ ଲୋକେ ମହାଦେବଙ୍କ ଉପରେ ବିଭିନ୍ନ ପ୍ରକାର ଜିନିଷ ଚଢ଼ାଇଥାନ୍ତି । ହେଲେ ଆପଣ ଜାଣନ୍ତି କି କିଛି ଏପରି ଜିନିଷ ରହିଛି, ଯାହାକୁ ଶିବ ଲିଙ୍ଗ ଉପରେ ଚଢ଼ା ଯିବା ଉଚିତ୍‌ ନୁହେଁ । କାରଣ ଏହାଦ୍ୱାରା ଶିବଜୀ ଅସନ୍ତୁଷ୍ଟ ହୋଇଥାନ୍ତି । ମାନ୍ୟତା ରହିଛି, ଯେତେ ଶୀଘ୍ର ଶିବ ପ୍ରସନ୍ନ ହୋଇଥାନ୍ତି, ସେତେ ଶୀଘ୍ର ମଧ୍ୟ କ୍ରୋଧୀତ ହୋଇଥାନ୍ତି । ତେଣୁ ମହାଦେବଙ୍କ ପୂଜାରେ ଜାଣନ୍ତୁ କେଉଁ ଜନିଷ ଅର୍ପଣ କରିବା କଥା ନୁହେଁ ।

ଶଙ୍ଖ :

ଶିବଜୀଙ୍କ ପୂଜାରେ କେବେ ବି ଶଙ୍ଖ ତାଙ୍କ ପାଖରେ ରଖନ୍ତୁ ନାହିଁ କିମ୍ବା ବଜାନ୍ତୁ ନାହିଁ । କାରଣ ଶିବଜୀ ତାଙ୍କ ତ୍ରିଶୁଳରେ ଶଙ୍ଖଚୂଡ ନାମକ ରାକ୍ଷସକୁ ବଧ କରିଥିଲେ । ତେଣୁ ତାଙ୍କ ପାଉଁଶରେ ଶଙ୍ଖର ଉତ୍ପତି ହୋଇଥିଲା । ଅନ୍ୟ ଏକ କାରଣ ଅନୁଯାୟୀ, ଶିବଜୀ ସର୍ବଦା ଧ୍ୟାନରେ ମଗ୍ନ ରହୁଥିବାରୁ ତାଙ୍କୁ ଶଙ୍ଖ ଶବ୍ଦ ପସନ୍ଦ ହୋଇନଥାଏ ।

ତୁଳସୀ ପତ୍ର :

ଶଙ୍କର ଜୀଙ୍କୁ କେବେ ବି ତୁଳସୀ ପତ୍ର ଚଢ଼ାନ୍ତୁ ନାହିଁ । ଏହାର ପଛର କାରର ଯେ ସେ ତୁଳସୀଙ୍କ ପତି ଜଳନ୍ଧରକୁ ବଧ କରିଥିଲେ । ଯେଉଁଥିରେ ତୁଳସୀ ଅସନ୍ତୁଷ୍ଟ ହୋଇଥିଲେ । ସେ ଅଭିଶାପ ଦେଇଥିଲେ ଯେ କେହି ଭକ୍ତ ଯଦି ଶିବଙ୍କ ପୂଜାରେ ତୁଳସୀ ଲଗାଇବ, ସେ ମୋର କଷ୍ଟ ଭୋଗିବ । ତେଣୁ ଶିବଙ୍କ ପୂଜାରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ ।

କେତକୀ ଫୁଲ :

ଶିବଜୀଙ୍କୁ କେବେ ବି କେତକୀ ଫୁଲ ଚଢ଼ା ଯାଏ ନାହିଁ । କୁହାଯାଏ ଥରେ ବ୍ରହ୍ମାଜୀ ଶିବଜୀଙ୍କୁ ମିଛ କହିଥିଲେ ଓ ଏଥିରେ ଦେବୀ କେତକୀ ତାଙ୍କ ସଙ୍ଗ ଦେଇଥିଲେ । ଯେଉଁଥିରେ ଶିବଜୀ ଅସନ୍ତୁଷ୍ଟ ହୋଇଥିଲେ । କେତକୀଙ୍କୁ ଅଭିଶାପ ଦେଇ କହିଥିଲେ ଯେ ତୁମର ଫୁଲ ମୋତେ କେବେ ବି ଚଢ଼ା ଯିବ ନାହିଁ ।

କଳା ରାଶି :

ଭଗବାନ ଶିବଙ୍କ ପୂଜାରେ କଳା ରାଶି ଚଢ଼ାନ୍ତୁ ନାହିଁ । ଏମିତିରେ ମାନ୍ୟତା ରହିଛି ଯେ ରାଶି ଭଳି ଜିନିଷର ଉଦ୍ଭବ ବିଷ୍ଣୁଙ୍କ ମଳିରୁ ହୋଇଥିଲା । ଏହି କାରଣରୁ ଭୋଳାନାଥଙ୍କୁ ତିଳ ବା ରାଶି ଅର୍ପଣ କରାଯାଏ ନାହିଁ ।

ହଳଦୀ :

ହଳଦୀ ଖୁସୀର ପ୍ରତିକ ମନାଯାଇଥାଏ । ଭଗବାନ ଶିବ ବୈରାଗୀ ହୋଇଥିବାରୁ ତାଙ୍କର ସଜବାଜ ପାଇଁ କିଛି ପସନ୍ଦ ନୁହେଁ ।

ସିନ୍ଦୂର :

ସିନ୍ଦୁର ଓ କୁଙ୍କୁମ ଶୃଙ୍ଗାର ଜିନିଷ ହୋଇଥିବାରୁ ଏହା ଶିବଜୀଙ୍କ ପୂଜାରେ ଲାଗି ନଥାଏ । ଶିବଜୀଙ୍କ ପୂଜାରେ ଏହାକୁ ଲଗାଇଲେ ଶିବଜୀ ଅସନ୍ତୁଷ୍ଟ ହୋଇଥାନ୍ତି ।

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

3 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

13 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

47 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

55 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago