ପ୍ରତିଦିନ କରନ୍ତୁ ଏହି ୩ କାମ, ଲକ୍ଷ୍ମୀଙ୍କ କୃପାରୁ କେବେ ବି ଅଭାବ ହେବନି ଧନ

ଶାସ୍ତ୍ରରେ ଧନ, ବୈଭବ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ କୁହାଯାଇଥାଏ । ମା’ ଲକ୍ଷ୍ମୀଙ୍କ ପୂଜା ବହୁତ ଶୁଭ ମନାଯାଇଥାଏ । ହେଲେ ମା’ ଲକ୍ଷ୍ମୀ ବହୁତ ଚଞ୍ଚଳ ହୋଇଥାନ୍ତି । ସେ କାହା ପାଖରେ ସର୍ବଦା ବାସ କରି ନଥାନ୍ତି । ତେଣୁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ଦିଆଯାଇଛି । ଯଦି ପ୍ରତିଦିନ ଏହି ୩ କାମ କରାଯାଏ ମା’ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିବା ସହ ଧନ, ସମୃଦ୍ଧି,ସୁଖ ଓ ବୈଭବ କେବେ ଅଭାବ ହେବ ନାହିଁ ।

ପ୍ରଥମ କାମ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଲୋକଙ୍କ ମଧ୍ୟରେ ସର୍ବଦା ପ୍ରେମ, ସୁଖ ଶାନ୍ତି ରହିଥାଏ,ସେଠାରେ ମା’ ଲକ୍ଷ୍ମୀଙ୍କ ବାସହୋଇଥାଏ । ପ୍ରତିଦିନ ସକାଳେ ସ୍ନାନପରେ ସ୍ୱଚ୍ଚ ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ବିଧି ଅନୁଯାୟୀ ପୂଜା କରନ୍ତୁ । ଏହାପରେ ଶ୍ରୀ ସୁକ୍ତ ପାଠ କରନ୍ତୁ ।

ଦ୍ୱିତୀୟ କାମ-

ପ୍ରତିଦିନ ସକାଳେ ସ୍ନାନ ପରେ ଘରର ମୁଖ୍ୟ ଦ୍ୱାରରେ ଗଙ୍ଗାଜଳ ଛିଞ୍ଚନ୍ତୁ । ଏହାପରେ ହଳଦୀ,କୁଙ୍କୁମ ଓ କେଶର ମିଶାଇ ଦ୍ୱାର ବନ୍ଧରେ ସ୍ୱସ୍ତିକ ବନାନ୍ତୁ । ଏହାଦ୍ୱାରା ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ତୃତୀୟ କାମ-

ମାନ୍ୟତା ରହିଛି ଯେଉଁ ଘରେ ବଡ଼, ସାନ ଓ ବୃଦ୍ଧ ସମସ୍ତେ ଅନ୍ନକୁ ସମ୍ମାନ କରନ୍ତି । ଯେଉଁଠାରେ ଝଗଡ଼ା ହୁଏନାହିଁ, ସେହି ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିଥାଏ । ଯେଉଁ ଘରେ ମହିଳା ଦୈନିକ ପୂଜା ପାଠ ପରେ ଚୁଲ୍ହା ପୂଜା କରିଥାନ୍ତି । ସେଠାରେ ସର୍ବଦା ଧନ ସମ୍ପତ୍ତି ରହିଥାଏ ।

Leave A Reply

Your email address will not be published.