ପ୍ରଭୁ ହନୁମାନଙ୍କର ଅତି ପ୍ରିୟ ତୁଳସୀ; ଏହିପରି ଭାବେ କରନ୍ତୁ ମଙ୍ଗଳବାରର ଉପାୟ, ଦୂର ହୋଇଯିବ ସବୁ ସଙ୍କଟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ବା କୌଣସି ଦେବଦେବୀଙ୍କୁ ସମର୍ପିତ ରହିଛି। ମଙ୍ଗଳବାରର ଦିନ ପ୍ରଭୁ ହନୁମାନଙ୍କ ନାମରେ ରହିଛି। ଏହି ଦିନ ପବିତ୍ର ମନ ଏବଂ ଭକ୍ତି ସହକାରେ ପୂଜା କରିବା ଦ୍ୱାରା ହନୁମାନ ଭକ୍ତମାନଙ୍କୁ ସମସ୍ତ ସଙ୍କଟରୁ ଉଦ୍ଧାର କରି ଥାଆନ୍ତି। ଏହି ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ମଙ୍ଗଳବାର ଦିନ ଯଦି ଏହି ୫ ଉପାୟ କରାଯିବ, ତା’ ହେଲେ ଭକ୍ତମାନଙ୍କର ସମସ୍ତ ସଙ୍କଟ ଦୂର ହୋଇପାରିବ। ସବୁ ବାଧାରୁ ମୁକ୍ତି ମିଳିବ ଏବଂ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବ। ଆସନ୍ତୁ ଜାଣିବା ମଙ୍ଗଳବାର କରାଯାଉଥିବା ଉପାୟଗୁଡ଼ିକ କ’ଣ…

ଅଶ୍ୱତ୍‌ଥ ପତ୍ରର ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହନୁମାନଙ୍କ କୃପା ପାଇବା ପାଇଁ ଅଶ୍ୱତ୍‌ଥ ପତ୍ରର ଉପାୟ ବହୁତ ଖାସ୍‌ ହୋଇଥାଏ। ଯଦି ଆପଣ ଆର୍ଥିକ ସଙ୍କଟକୁ ନେଇ ଚିନ୍ତିତ ଅଛନ୍ତି, ତା’ ହେଲେ ଅଶ୍ୱତ୍‌ଥ ପତ୍ରର ଏହି ଉପାୟ ବହୁତ ଲାଭଦାୟକ ହୋଇପାରିବ। ଏହି ଦିନ ବଜରଙ୍ଗବାଲିଙ୍କୁ ୧୧ଟି ଅଶ୍ୱତ୍‌ଥ ପତ୍ର ଅର୍ପଣ କରାଯାଇଥାଏ। ଏହି ସମୟରେ ଗୋଟିଏ କଥା ଉପରେ ଧ୍ୟାନ ରଖନ୍ତୁ ଯେ ପୂଜା ସମୟରେ କୌଣସି ବି ପତ୍ର ଖଣ୍ଡିଆ ହୋଇ ନ ଥିବା ଦରକାର। ଏହି ପତ୍ରଗୁଡ଼ିକରେ ମାଳା ତିଆରି କରି ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ବିଶେଷ ଲାଭ ହୋଇଥାଏ।

ନଡ଼ିଆର ଉପାୟ

ମଙ୍ଗଳବାର ଦିନ ନଡ଼ିଆର ଏହି ଉପାୟ ମଧ୍ୟ ବ୍ୟକ୍ତିଙ୍କ ଭାଗ୍ୟକୁ ବଦଳାଇ ପାରେ। ମଙ୍ଗଳବାର ଦିନ ନଡ଼ିଆ ନେଇ ମନ୍ଦିର ଯାଆନ୍ତୁ ଏବଂ ଏହାକୁ ନିଜ ମୁଣ୍ଡରେ ୭ ଥର ବୁଲାଇ ହନୁମାନଙ୍କ ସାମ୍ନାରେ ଭାଙ୍ଗି ଦିଅନ୍ତୁ। ଏମିତି କରିବା ଦ୍ୱାରା ଘରର ସମସ୍ତ ବିପତ୍ତି ଦୂର ହୋଇଯାଏ।

ସିନ୍ଦୁରର ଉପାୟ

ମାନ୍ୟତା ରହିଛି, ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଚଢ଼ାଇବା ଶୁଭ ହୋଇଥାଏ। ଏହି ଦିନ ହନୁମାନଙ୍କୁ ସିନ୍ଦୁର ଓ ଚମେଲିର ତେଲ ଅର୍ପଣ କରିବା ଦ୍ୱାରା ପ୍ରଭୁ ଭକ୍ତମାନଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ସେମାନଙ୍କୁ ସୁଖ, ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତି।

ତୁଳସୀର ଉପାୟ

ଶାସ୍ତ୍ର ଅନୁସାରେ, ତୁଳସୀ ହନୁମାନଙ୍କର ଅତି ପ୍ରିୟ। ହନୁମାନଙ୍କ ଚରଣରେ ତୁଳସୀ ପତ୍ର ଉପରେ ସିନ୍ଦୁରରେ ଶ୍ରୀରାମ ଲେଖନ୍ତୁ ଏବଂ ତାଙ୍କୁ ଅର୍ପଣ କରନ୍ତୁ। ମଙ୍ଗଳବାର ଦିନ ଏହି ଉପାୟ କରିବା ଦ୍ୱାରା ବଜରଙ୍ଗବାଲି ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତମାନଙ୍କର ସମସ୍ତ କଷ୍ଟ ଦୂର କରନ୍ତି। କେବଳ ଏତିକି ନୁହେଁ, ହନୁମାନଙ୍କୁ ଏହି ଦିନ ଲଡ଼ୁ ଭୋଗ ଲଗାଇବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ବର ମିଳିଥାଏ।