ବାସ୍ତୁ ଟିପ୍ସ : ଘରେ ନକରାତ୍ମକ ଶକ୍ତି କାରଣରୁ ବଢ଼ିପାରେ ବିଭିନ୍ନ ଅସୁବିଧା, ଏମିତି ରଖନ୍ତୁ ଦୂରରେ

ନୂଆଦିଲ୍ଲୀ : ବେଳେ ବେଳେ ଆମର ସବୁ ଥାଇ ମଧ୍ୟ ଘରେ ନକରାତ୍ମକ ଶକ୍ତି କାରଣରୁ ପରିବାରରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ଦିଆଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ନକରାତ୍ମକ ଶକ୍ତିକୁ ଦୂର କରିପାରେ । ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଘରୁ ସର୍ବଦା ନକରାତ୍ମକ ଶକ୍ତିକୁ ଦୂର କରିବା ଦରକାର । କାରଣ ଏହାଦ୍ୱାରା ଘରେ ଆର୍ଥିକ, ବୈବାହିକ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସାମନା କରିବାକୁ ପଡିପାରେ । ନକରାତ୍ମକ ଶକ୍ତିକୁ ଘର ଠାରୁ ଦୂରରେ ରଖିବା ପାଇଁ ପାଳନ କରନ୍ତୁ ଏହି ଉପାୟ ।

୧.ଘରେ ରଖନ୍ତୁ ତାଜା ଫୁଲ :

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଘରେ କେବେ ବି ମଉଳିଯାଇଥିବା ଫୁଲ ରଖନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ବୃଦ୍ଧି ପାଇଥାଏ । ତେଣୁ ଘରୁ ତୁରନ୍ତ ସୁଖିଲା ଫୁଲକୁ ହଟାଇ ଦିଅନ୍ତୁ । ଘରେ ତାଜା ଫୁଲ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସଂଚାର ହୋଇଥାଏ ।

୨.ଧୂପ ଜଳାନ୍ତୁ :

ବାସ୍ତୁ ଶାସ୍ତ୍ର ଅନୁସାରେ ବାତାବରଣର ପ୍ରଭାବ ଆମର ଜୀବନ ଓ ଭାଗ୍ୟ ଉପରେ ପଡିଥାଏ । ତେଣୁ ଘରର ସବୁ କୋଣରେ ବାତାବରଣ ଶୁଦ୍ଧ ହେବା ଦରକାର । ତେଣୁ ଦିନରେ ଅତି କମରେ ଦୁଇଥର ଧୂପ ଘରେ ଲଗାନ୍ତୁ ।

୩. ଆପଣାନ୍ତୁ ଏହି ଉପାୟ :

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଘରେ ଲୁଣ ଛିଞ୍ଚାଡିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । କାରଣ ଲୁଣରେ ଖରାପ ଶକ୍ତିକୁ ଶୋଷି ନେବାରେ ଶକ୍ତି ଥାଏ । ଏମିତି କରିବାର ଦୁଇ ଘଣ୍ଟା ପରେ ସମସ୍ତ ଜାଗାକୁ ସଫା କରି ଦିଅନ୍ତୁ । ଆହୁରି କୁହାଯାଇଛି ଯେ ପାଣିରେ ଲେମ୍ବୁ ରସ ମିଶାଇବା ସହ ଅଳ୍ପ ବେକିଂ ସୋଡା ମିଶାଇ ଘର ସଫା କରନ୍ତୁ । ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ସହ ଖରାପ ନଜର ମଧ୍ୟ ଦୂର ହୋଇଥାଏ ।

Leave A Reply

Your email address will not be published.