ଶନି ଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କ’ଣ ରହିଛି ଉପାୟ, ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଶନି ଗ୍ରହ ବ୍ୟକ୍ତିର ଜୀବନରେ ନକରାତ୍ମକ ଓ ସକରାତ୍ମକ ପ୍ରଭାବ ଦେଇଥାନ୍ତି । କୁହାଯାଏ ବ୍ୟକ୍ତି ଯେଉଁ ପ୍ରକାର କର୍ମ କରିଥାଏ ଶନିଦେବ ସେମିତି ଫଳ ପ୍ରଦାନ କରିଥାନ୍ତି । ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ଓ ଖରାପ କର୍ମ କରୁଥିବା ବ୍ୟକ୍ତିଙ୍କୁ ଖରାପ ଫଳ ପ୍ରଦାନ କରିବା ଶନିଦେବଙ୍କ ମୁଖ୍ୟ କାର୍ଯ୍ୟ । ସେଥିପାଇଁ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ ।

ଶନିଦେବଙ୍କ କୃପା ପ୍ରାପ୍ତ କରିବା ପାଇଁ ଶନିଗ୍ରହଙ୍କ ଉପାୟ କରାଯାଇଥାଏ । କୁହାଯାଏ ଶନିଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ଶନିଗ୍ରହଙ୍କ ଉପାୟ ମାଧ୍ୟମରେ ଶନିଦେବଙ୍କ ଆଶିର୍ବାଦ ପ୍ରାପ୍ତ କରାଯାଇଥାଏ । ତେଣୁ ଯେଉଁ ବ୍ୟକ୍ତି ଶନି ଗ୍ରହଙ୍କ ଦୁଷ୍ପ୍ରଭାବରେ ପୀଡ଼ା ପାଇଥାନ୍ତି, ସେମାନେ ଶନିଗ୍ରହଙ୍କ ଉପାୟ କରିବା ଜରୁରୀ ବୋଲି ଜ୍ୟୋତିଷାଚାର୍ଯ୍ୟ କହିଥାନ୍ତି । ଶନିଦେବଙ୍କ ଉପାୟ ବହୁତ ପ୍ରଭାବଶାଳୀ ହୋଇଥାଏ । ଯାହାଫଳରେ ଏହାର ଫଳ ବ୍ୟକ୍ତିକୁ ମିଳିଥାଏ ।

Peepal

ଶନିଗ୍ରହଙ୍କ ଉପାୟ :

ଶନିଦେବଙ୍କ ଆରଧନା ସୁର୍ଯ୍ୟାସ୍ତ ପରେ ହେଲେ ବହୁତ ଫଳଦାୟୀ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରକାର କହିଛନ୍ତି । ଶନିବାର ସଂଧ୍ୟାରେ ଅଶ୍ୱସ୍ତ (ପିପ୍ପଳ) ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ଉଚିତ୍‌ । ଏହାପରେ ଶନିଦେବଙ୍କ ଧ୍ୟାନ କରିବା ସହ ଶୋରିଷ ତେଲ ଦୀପ ଜଳାନ୍ତୁ । ଯଦି ସମ୍ଭବ ଶନିଦେବଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ ।
ଏହାସହ ଏକ ପାତ୍ରରେ ଶୋରିଷ ତେଲ ନିଅନ୍ତୁ । ଏହି ତେଲରେ ନିଜର ଛବି ଦେଖନ୍ତୁ । ପୁଣି ଏହି ତେଲକୁ କୈାଣସି ଗରିବ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ । ଯଦି ଚାହିଁବେ ଏହି ତେଲରେ ଦୀପ ଜଳାଇ ଶନିଦେବଙ୍କ ମନ୍ଦିରରେ ରଖି ପାରିବେ ।

ଶନିବାର ସୂର୍ଯ୍ୟ ଅସ୍ତ ପରେ କୁଷ୍ଠ ରୋଗୀଙ୍କୁ କଳା ରଙ୍ଗର ପାନୀୟ ପଦାର୍ଥ ପିଆନ୍ତୁ । ସମ୍ଭବ ହୁଏ ତ ତାଙ୍କୁ କଳା ରଙ୍ଗର ବସ୍ତ୍ର ପ୍ରଦାନ କରନ୍ତୁ । ବିଶେଷ କରି ଶୀତ ଦିନେ କଳା ରଙ୍ଗର ଗରମ ବସ୍ତ୍ର ପ୍ରଦାନ କରିବା ଅତ୍ୟନ୍ତ ଉତ୍ତମ ମନାଯାଏ ।

ସାତ ପ୍ରକାର ଶସ୍ୟ ନିଅନ୍ତୁ । ଏହି ଶସ୍ୟକୁ ନିଜର ମୁଣ୍ଡରେ ସାତ ଥର ଘୁରାନ୍ତୁ । ତା’ପରେ କୈାଣସି ଛକରେ ଏହି ଶସ୍ୟକୁ ପକ୍ଷୀଙ୍କ ପାଇଁ ଦାନ କରି ଦିଅନ୍ତୁ । ସମ୍ଭବ ହୁଏ ତ ଏହି ଉପାୟ ସବୁଦିନ କରନ୍ତୁ କିମ୍ବା ଶନିବାରଦିନ ଏହାକୁ ନିଶ୍ଚିତ କରନ୍ତୁ । ଏହାଦ୍ୱାରା ଶନିଗ୍ରହ ଶାନ୍ତି ହେବା ସହ ପ୍ରଶନ୍ନ ହେବେ । ଯଦି ଆପଣ ଏଥିରୁ ଯେ କୈାଣସି ଗୋଟିଏ କିମ୍ବା ସବୁ ଉପାୟ କରନ୍ତି, ତେବେ ଶନି ଗ୍ରହ ନିଶ୍ଚୟ ଶାନ୍ତି ହେବେ ।