ଶ୍ରାବଣ ମାସରେ ମୟୂର ପଙ୍ଖର କରନ୍ତୁ ଏହି ଖାସ୍‌ ଉପାୟ, ଆର୍ଥିକ ସଙ୍କଟ ଦୂର ହେବା ସହ ମିଳିବ ସବୁ ସୁଖ

ଶ୍ରାବଣ ମାସ ବିଶେଷ କରି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସରେ କରାଯାଇଥିବା ଉପାୟର ଖୁବ ଶୀଘ୍ର ଫଳ ମିଳିଥାଏ। ସେମିତି ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖ ର ଉପାୟକୁ ମଧ୍ୟ ବେଶି ଗୁରୁତ୍ୱ ଦିଆଯାଇଛି। ଯଦି ଶ୍ରାବଣ ମାସରେ ମୟୂର ପଙ୍ଖର କିଛି ଖାସ ଉପାୟ କରାଯାଏ, ତେବେ ଆର୍ଥିକ ସଙ୍କଟ ଦୂର ସହ ଜୀବନରୁ ଅନେକ ସମସ୍ୟା ଦୂର ହୋଇଯିବ।

ଧର୍ମ, ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଭଗବାନ ଶ୍ରୀକୃଷ୍ଣ ମୟୂରପଙ୍ଖ କୁ ନିଜ ମୁଣ୍ଡରେ ଧାରଣ କରିଥାନ୍ତି। ଯଦି ଆପଣ ଶ୍ରାବଣ ମାସରେ ମୟୂର ପଙ୍ଖକୁ ନେଇ କିଛି ଖାସ ଉପାୟ କରନ୍ତି ତେବେ ଭୋଳାନାଥଙ୍କ କୃପା ପାଇବେ। ଏହି ଉପାୟ ଦ୍ୱାରା ଆପଣଙ୍କର ଆର୍ଥକ ସମସ୍ୟା, ନଜର ଦୋଷ, ଗ୍ରହ ଦୋଷ ଆଦିକୁ ମୁକ୍ତି ମିଳିଯିବ।

ରାଷ୍ଟ୍ରୀୟ ପକ୍ଷୀ ଭାବେ ମାନ୍ୟତା ଦିଆଯାଇଥିବା ମୟୂରକୁ ଧାର୍ମିକ କଥାରେ ଉଚ୍ଚ କୋଟୀର ସ୍ଥାନ ଦିଆଯାଇଛି। ଭଗବାନ ଶ୍ରୀକ୍ରୁଷ୍ଣଙ୍କ ମୁକୁଟରେ ଲାଗିଥିବା ମୟୂର ପୁଚ୍ଛ ଏହି ପକ୍ଷୀର ଗୁରୁତ୍ବକୁ ମଧ୍ୟ ଦର୍ଶାଇଥାଏ। ମୟୂର ପୁଚ୍ଛ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ବହୁତ ଗୁରୁତ୍ବ ଦେଇଥାଏ। ମୟୂର ପୁଚ୍ଛରେ ବ୍ୟକ୍ତିଙ୍କର ସବୁ ଚିନ୍ତା ଦୂର କରିବାର ସାମର୍ଥ୍ୟ ରହିଥାଏ। ଜାଣନ୍ତୁ ମୟୂର ପୁଚ୍ଛ କେମିତି ଦୂର କରିଥାଏ ସମସ୍ୟା।

-ଯଦି ଟଙ୍କାକୁ ନେଇ ସମସ୍ୟା ରହିଛି ତେବେ ଧନ ପ୍ରାପ୍ତି ପାଇଁ ଭଗବାନ କୃଷ୍ଣ ଓ ରାଧାରାଣୀଙ୍କୁ ମନ୍ଦିରରେ ରଖି ମୟୂର ପଙ୍ଖ ଦେଇ ପୂଜା କରନ୍ତୁ। ୪୦ ଦିନ ପରେ ଏହାକୁ ନିଜ ବାକ୍ସରେ ରଖନ୍ତୁ। ଟଙ୍କା ଆପଣଙ୍କ ଘରକୁ ଅଧିକ ମାତ୍ରାରେ ଆସିବ।

-ଘରର ଦକ୍ଷିଣ-ପୂର୍ବ କୋଣରେ ମୟୁର ପୁଚ୍ଛ ଲଗାଇବା ଦ୍ବାରା ଅଚାନକ କଷ୍ଟ ବା ସମସ୍ୟା ଆସି ନଥାଏ।

-ମୟୂର ପୁଚ୍ଛ କାଳ ସର୍ପ ଦୋଷକୁ ମଧ୍ୟ ଦୂର କରିଥାଏ। କାଳ ସର୍ପ ଦୋଷରେ ପ୍ରଭାବିତ ବ୍ୟକ୍ତି ସୋମବାର ଦିନ ରାତିରେ ନିଜର ତକିଆ ତଳେ ସାତଟି ମୟୂର ପୁଚ୍ଛ ରଖନ୍ତୁ।

-କୁହାଯାଏ ଯେ ମୟୂର ଏବଂ ସାପଙ୍କ ମଧ୍ୟରେ ଶତ୍ରୁତା ରହିଛି। ସାପ ଶନି ଏବଂ ରାହୁଙ୍କ ସଂଯୋଗରେ ହୋଇଥାଏ। ଏମିତିରେ ମୟୂର ପୁଚ୍ଛକୁ ଘରର ପୂର୍ବ ଏଂ ଉତ୍ତର ଦକ୍ଷିଣ କବାଟରେ ଲଗାଇବା ଦ୍ବାରା ରାହୁ ଦୋଷର ସମସ୍ୟା ଆସିନଥାଏ।

-ନବଜାତ ଶିଶୁର ମୁଣ୍ଡ ଆଡକୁ ଦିନ-ରାତି ଏକ ମୟୂର ପୁଚ୍ଛକୁ ଚାନ୍ଦିର ତାବିଜରେ ରଖିବା ଦ୍ବାରା ଶିଶୁ ଡରି ନଥାଏ ଏବଂ ସବୁ ନଜର ଦୋଷରୁ ମୁକ୍ତି ପାଇଥାଏ।

-ଯଦି ଆପଣ ଶତ୍ରୁ ମାନଙ୍କ ପାଇଁ ଅଧିକ ଚିନ୍ତାରେ ଅଛନ୍ତି। ତେବେ ମୟୂର ପୁଚ୍ଛରେ ହନୁମାନଙ୍କ ମସ୍ତକର ସିନ୍ଦୁର ଆଣି ମଙ୍ଗଳବାର ଏବଂ ଶନିବାର ଦିନ ରାତିରେ ସେହି ଶତ୍ରୁଙ୍କ ନାମ ଲେଖି ଘରର ପୂଜା ଘରେ ରଖି ଦିଅନ୍ତୁ ଏବଂ ସକାଳୁ ବିନା ଗାଧୋଇବାରେ ପ୍ରଭାବିତ ଜଳରେ ଭଷାଇ ଦିଅନ୍ତୁ।

Leave A Reply

Your email address will not be published.