ଧନବାନ ହେବାକୁ ଶୁକ୍ରବାର ରାତିରେ କରନ୍ତୁ ଏହି କାମ, ଦୂର ହେବ ଆର୍ଥିକ ସଙ୍କଟ

ଶୁକ୍ରବାର ହେଉଛି ଶୁକ୍ର ଗ୍ରହଙ୍କୁ ଆରାଧନା କରିବାର ଦିନ। ଏହି ଦିନ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଶୁକ୍ର ଗ୍ରହ ହେଉଛନ୍ତି ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ବୈଭବ, କଳା, ସଙ୍ଗୀତ, କାମ ବାସନା ଏବଂ ସମସ୍ତ ପ୍ରକାରର ସାଂସାରିକ ସୁଖର କାରକ। ଏଣୁ ମାନ୍ୟତା ରହିଛି ଯେ ଯଦି ଶୁକ୍ରବାର ରାତିରେ କିଛି ବିଶେଷ ଉପାୟ କରାଯାଏ, ତେବେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ କେବେ ବି ପଇସାର ଅଭାବ ଦେଖାଯାଇନଥାଏ। ତେବେ ଆସନ୍ତୁ ଜାଣିବା ଶୁକ୍ରବାର ରାତିରେ କ’ଣ କରିବା ଦ୍ୱାରା ଘରକୁ ଆସିଥାନ୍ତି ଲକ୍ଷ୍ମୀ…

ଶାସ୍ତ୍ର ମୁତାବକ, ପ୍ରତ୍ୟେକ ଶୁକ୍ରବାର ରାତି ୯ଟାରୁ ୧୦ ଟା ମଧ୍ୟରେ ବିଧି ପୂର୍ବକ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏଥିସହ ଘରେ କେବେ ବି ଅର୍ଥର ଅଭାବ ରହିନଥାଏ। ଯଦି ଘରକୁ ଧନ ସମ୍ପତ୍ତି ଆସୁ ବୋଲି ଚାହୁଁଥାନ୍ତି, ତେବେ ଆଜି ରାତିରେ ନିଶ୍ଚୟ ଏହି କାମ କରନ୍ତୁ।

ଶୁକ୍ରବାର ରାତିରେ ଗୋଲାପୀ ରଙ୍ଗର ମୁରୁଜ ପକାଇ ତା’ ଉପରେ ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ରଖନ୍ତୁ। ମା’ଙ୍କ ସହ ଶ୍ରୀ ଯନ୍ତ୍ରକୁ ମଧ୍ୟ ନିଶ୍ଚୟ ରଖନ୍ତୁ। ପୂଜା ଥାଳିରେ ଗାଈ ଘିଅର ୮ଟି ଦୀପ ବି ଜଳାନ୍ତୁ ଓ ଗୋଲାପର ସୁଗନ୍ଧିତ ଧୂପ କାଠି ଜଳାଇ ମା’ଙ୍କୁ ଖୁଆର ମିଠା ଭୋଗ ଲଗାନ୍ତୁ।

Puja

ଏ ଅବସରରେ ଶ୍ରୀ ଯନ୍ତ୍ର ଓ ଅଷ୍ଟଲକ୍ଷ୍ମୀଙ୍କ ପ୍ରତିମାରେ ଅଷ୍ଟ ଗନ୍ଧରେ ତିଳକ କରିବା ଜରୁରୀ। ଏହା ପରେ ପଦ୍ମ ନାଡ଼ର ମାଳାରେ ‘ଏଂ ହ୍ରୀଂ ଶ୍ରୀଂ ଅଷ୍ଟଲକ୍ଷ୍ମୌ ହ୍ରିଂ ସିଦ୍ଧୟେ ମମ ଗୃହେ ଆଗଚ୍ଛାଗଚ୍ଛ ନମଃ ସ୍ୱାହା’ ମନ୍ତ୍ରକୁ ଶ୍ରଦ୍ଧା ଓ ବିଶ୍ୱାସର ସହ ୧୦୮ ଥର ଜପ କରନ୍ତୁ।

ପୂଜା ପରେ ଏହି ୮ଟି ଦୀପକୁ ଘରର ଆଠଟି ଦିଗରେ ରଖି ଦିଅନ୍ତୁ। ସେହିପରି ପଦ୍ମ ନାଡ଼ର ମାଳାକୁ ଆଲମାରୀରେ ରଖି ଦିଅନ୍ତୁ। ପୂଜାରେ ଭୁଲ ପାଇଁ କ୍ଷମା ମାଗନ୍ତୁ ଓ ମା’ଙ୍କୁ ପ୍ରାର୍ଥନା କରନ୍ତୁ।

ଏହି ଉପାୟରେ ମା’ ମହାଲକ୍ଷ୍ମୀଙ୍କୁ ପୂଜା ଆରାଧନା କଲେ ଦେବୀ ପ୍ରସନ୍ନ ହୋଇଥାନ୍ତି। ଏଥିସହ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଧଳା ରଙ୍ଗର ବସ୍ତ୍ର ବି ପରିଧାନ କରିପାରିବେ। ମା’ ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗ ହେଉଛି ଧଳା। ମା’ଙ୍କୁ ଏହି ଦିନ ଧଳା ବସ୍ତ୍ର ପିନ୍ଧି ଆରାଧନା କଲେ, ମା’ ଶୀଘ୍ର ସନ୍ତୁଷ୍ଟ ହୋଇଥାନ୍ତି।

Also Read: କିଙ୍ଗ୍‌ଫିସର ମୃଦୁପାନୀୟର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବରୁଣ ଧଓ୍ଵନ୍‌ ଓ ରଶ୍ମିକା ମନ୍ଦାନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.