ଶ୍ରୀକୃଷ୍ଣଙ୍କ ବାଣୀ : ଏହି ୪ଟି କାମ କଲେ ପାପମୁକ୍ତ ହେବ ମନୁଷ୍ୟ

ଆଧୁନିକ ଜୀବନରେ ସଫଳତା ଅର୍ଥ ପଇସା ଓ ସୁଖ ସୁବିଧା ବୋଲି ବୁଝାଯାଉଛି। କିନ୍ତୁ ବାସ୍ତବରେ ସଫଳତା ସେୟା। ଏନେଇ ଭାରତୀୟ ପୌରାଣିକ ଶାସ୍ତ୍ର ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ବହୁତ ନୀତି ବର୍ଣ୍ଣିତ ହୋଇଛି। ଯେଉଁଥିରେ ମନୁଷ୍ୟଙ୍କ ୪ ଟି କାମ ଦ୍ବାରା ସମସ୍ତ ପାପ ନାଶ ହୋଇଥାଏ ବୋଲି କୁହାଯାଇଛି। ଏପରିକି ଏହି କାର‌୍ୟ୍ୟ କରିବା ଲୋକଙ୍କୁ ନିଶ୍ଚିତ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ସେହି କାମ ଗୁଡିକ ବିଷୟରେ ।

krushana

-ଭାରତୀୟ ସଂସ୍କ୍ରୁତିରେ ଦାନକୁ ମହତ କାମ ବୋଲି କୁହାଯାଇଥାଏ। ଅସମର୍ଥ ଅଥା ଦରିଦ୍ର ବ୍ୟକ୍ତିଙ୍କୁ ଦାନ କରିବା ହିଁ ଉଚିତ୍ କର୍ମ। ଏହାଛଡ଼ା ଦାନ କରିଥିବା ବସ୍ତୁ ବିଷୟରେ ସମସ୍ତ ସ୍ଥାନରେ ଉଲ୍ଲେଖ କରିବା ଅନୁଚିତ୍। କାରଣ ଏହା ଦ୍ବାରା ଦାନର ମହତ୍ତ୍ବ ହାନି ହୋଇଥାଏ।

-ଅନେକ ସମୟରେ ମନ ଓ ମସ୍ତିଷ୍କ ବିପରୀତ ଦିଗରେ ଚାଲିଥାଏ । ଯାହା ଫଳରେ ସମସ୍ତେ ଅଧର୍ମ କାମ କରିବସିଥାନ୍ତି। ଏନେଇ ଗୀତାରେ ବର୍ଣ୍ଣିତ ରହିଛି, ମନଷ୍ୟକୁ ସବୁବେଳେ ନିଜ ମନକୁ ବଶରେ ରଖିବା ଉଚିତ୍। ଏହା ଦ୍ବାରା ଆପଣ ଭୁଲ ବା ପାପ କରିବାର ସମ୍ଭାବନା କମ୍ ରହିଥାଏ ।

mohavarot

-କଳିଯୁଗରେ କିଏ ମିଛ ଆଉ କିଏ ସତ କହୁଛି ତାହା ଜାଣିବା ଅତ୍ୟନ୍ତ କଷ୍ଠକର। ଗୀତରେ ବର୍ଣ୍ଣିତ କଥା ହିସାବରେ ସତ ଯେତେ ବିଷ ହେଉନା କାହିଁକି ସବୁବେଳେ ମନୁଷ୍ୟଙ୍କୁ ସତ କହିବା ଉଚିତ୍। କାରଣ ଅଧା ସତ, ମିଛ ଆଦି ସଂପର୍କକୁ ଭାଙ୍ଗି ଦେଇଥାଏ। ଏଣୁ ସମୟ ଥିବା ସମୟରେ ମିଛ କହିଥିବା ବ୍ୟକ୍ତିଙ୍କୁ ସତ କହି ତାହାର ପାୟଶ୍ଚିତ କରିବା ଉଚିତ୍।

-ବର୍ତ୍ତମାନର ଯୁଗରେ ଏମିତି ବହୁତ କମ୍ ଲୋକ ବଞ୍ଚିଛନ୍ତି , ଯିଏ ସବୁ ବେଳେ ଧ୍ୟାନ କରିଥାନ୍ତି। ଗୀତାରେ ବର୍ଣ୍ଣିତ ରହିଛି ପୂଜା ଭଗବାନଙ୍କୁ ପ୍ରସନ୍ନ କରିବାପାଇଁ ନୁହେଁ , ବରଂ ସ୍ୱୟଂକୁ ଖୋଜିବା ପାଇଁ କରିବା ଉଚିତ୍।ଏଣୁ ନିୟମିତ ରୁପରେ ସ୍ୱଚ୍ଚ୍ୟ ମନରେ ଜପ କିମ୍ବା ଧ୍ୟାନ କରିଲେ ଭୁଲ୍ କରିଥିବା କାର‌୍ୟ୍ୟରୁ ମୁକ୍ତି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.