ନିୟମିତ ସକାଳୁ ଉଠି କରନ୍ତୁ ଏହି କାମ, ମା’ ଲକ୍ଷ୍ମୀ ଆପଣଙ୍କ ଘରେ କରିବେ ବାସ

ଧନ ଦେଵୀ ମା’ ଲକ୍ଷ୍ମୀଙ୍କୁ ଐଶ୍ଵର୍ଯ୍ୟ ଦେବୀ ମଧ୍ୟ କୁହାଯାଏ | ମା’ ଲକ୍ଷ୍ମୀଙ୍କ କୃପାରୁ ବ୍ୟକ୍ତିଙ୍କୁ ଧନ ଓ ଅନ୍ନ ପ୍ରାପ୍ତି କରିଥାଏ | ତେଣୁ ସର୍ବଦା ମା ଲକ୍ଷ୍ମୀଙ୍କ କୃପା ପାଇବା ଜରୁରୀ | ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସକାଳୁ ଉଠି କିଛି ଉପାୟ କରନ୍ତୁ | ଯାହା ଫଳରେ ମା’ ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ବାସ କରିବେ | ଜାଣନ୍ତୁ ଶାସ୍ତ୍ର ଅନୁଯାଇ କଣ କରିବା ଉଚିତ |

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସକାଳେ ସ୍ନାନ ସାରି ତୁଳସୀ ବୃକ୍ଷରେ ଜଳ ଚଢାନ୍ତୁ | ଫଳରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ |

ତୁଳସୀ ବୃକ୍ଷରେ ଜଳ ଚଢ଼ାଇବା ବେଳେ ବିଷ୍ଣୁଙ୍କ ମନ୍ତ୍ର ‘ ଓଁ ନମଃ ଭଗବତେ ବାସୁଦେବାୟ ‘ ଜପ କରନ୍ତୁ | ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ ସହ
ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ |

ସକାଳ ସ୍ନାନ ପରେ ତମ୍ବା ଲୋଟା ରେ ଜଳ ସହ ସିନ୍ଦୁର ଓ ଫୁଲ ପକାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ |

ସକାଳେ ଘର ସଫା ସୁତର କରିବା ପରେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ | ଏହାଦ୍ୱାରା ବିପଦରୁ ମୁକ୍ତି ପାଇବେ |

ପୂଜା ପରେ ତିଳକ ଅବଶ୍ୟ ଲଗାନ୍ତୁ | ଏହାଦ୍ୱାରା ଶାନ୍ତି ମିଳିବ ସହ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି |

ଘରର ବସ୍ତୁ ଦୋଷ ଦୂର କରିବା ପାଇଁ ଘରେ ଲୁଣ ପାଣି ପୋଛା ଲଗାନ୍ତୁ | ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହେ |

You might also like