ବୈଶାଖ ମାସରେ କରନ୍ତୁ ଏହି ସବୁ ଦାନ, କ୍ଷୟ ହେବ ସମସ୍ତ ପାପ

ହିନ୍ଦୁ ଧର୍ମରେ ବୈଶାଖ ମାସକୁ ବର୍ଷର ପ୍ରଥମ ମାସ ଭାବେ ଧରାଯାଏ । ଚଳିତ ବର୍ଷ ଏହି ପବିତ୍ର ମାସ ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇ ମେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ମଧ୍ୟ ବିଶ୍ୱାସ ରହିଛି ପରମ ପିତା ବ୍ରହ୍ମା ଏହାକୁ ଶ୍ରେଷ୍ଠ ମାସ ଭାବେ ବିବେଚନା କରିଛନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ପବିତ୍ର ମାସରେ ଦାନ ଧର୍ମ ଆଦି କର୍ମ କଲେ ଅଶେଷ ପୁର୍ଣ୍ଣ୍ୟ ଫଳ ମିଳିଥାଏ । ପୁରାଣ ଅନୁଯାୟୀ କିଛି ବିଶେଷ କର୍ମ କଲେ ଶୁଭ ଫଳ ଲାଭ ହୋଇଥାଏ ।

ପଥ ଯାତ୍ରୀଙ୍କୁ ଜଳ ପିଆନ୍ତୁ:

ବୈଶାଖ ମାସରେ ପଥଚାରୀ ମାନଙ୍କୁ ଜଳ ଦାନ କରିବା ଉଚିତ । ଯେଉଁ ବ୍ୟକ୍ତି ଏହି ଦିନ ଶୋଷିଲା ଲୋକଙ୍କୁ ପାଣି ପିଇବାକୁ ଦିଅନ୍ତି ତାଙ୍କୁ ଅନ୍ୟ ସମସ୍ତ ଦାନ ତୁଳନାରେ ପୁର୍ଣ୍ୟଫଳ ଓ ସମସ୍ତ ତୀର୍ଥ ସ୍ଥାନ ଦର୍ଶନ ସମାନ ପୁର୍ଣ୍ଣ୍ୟ ଫଳ ଲାଭ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତି ତ୍ରିଦେବ କୃପା ଲାଭ କରୁଥିବାର ବିଶ୍ୱାସ ରହିଛି । ଯେଉଁ ଲୋକ ଥକି ପଡିଥିବା ସାଧୁ ସନ୍ୟାସୀଙ୍କୁ ଥଣ୍ଡା ଜଳ ଦିଅନ୍ତି ତାଙ୍କୁ ୧୦ ହଜାର ରାଜସୁୟ ଯଂଜ୍ଞ କରିବା ଭଳି ଲାଭ ମିଳିଥାଏ ।

vaisakha ଜଳଛତ୍ର ଖୋଲିବା:

ଯେଉଁ ଲୋକ ବୈଶାଖ ମାସରେ ପଥଯାତ୍ରୀଙ୍କ ପାଇଁ ଜଳଛତ୍ର ଖୋଲନ୍ତି, ତାଙ୍କୁ ବୈକୁଣ୍ଠ ଲୋକ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ସେମାନେ ଦେବତା, ପିତୃ ପୁରୁଷ, ରୁଷି ମୁନିଙ୍କ କୃପା ଲାଭ କରିପାରନ୍ତି ।

ଦାନ ଆକାରରେ ପଙ୍ଖା ଦେବା:

ଖରା ତରାରେ ଥକି ପଡିଥିବା ବ୍ରାହ୍ମଣଙ୍କୁ ଯେଉଁ ବ୍ୟକ୍ତି ପଙ୍ଖା ବୁଲାଇ ଶୀତଲତା ପ୍ରଦାନ କରନ୍ତି । ସେମାନେ ଭଗବାନଙ୍କ ପ୍ରିୟ ପାତ୍ର ହୋଇଥାନ୍ତି । ଯେଉଁବ୍ୟକ୍ତି ତାଳ ପାତ୍ରରେ ତିଆରି ପଙ୍ଖା ଦାନ ଆକାରରେ ଦିଅନ୍ତି ତାଙ୍କର ସମସ୍ତ ପାପ କ୍ଷୟ ହେବା ସହ ବ୍ରହ୍ମଲୋକ ପ୍ରାପ୍ତ ହୋଇଥାଏ ।

vaisakha

ଅନ୍ନ ଦାନ:

ଏହି ମାସ ଅନ୍ନ ଦାନ କରିବାର ମଧ୍ୟ ଏକ ବିଶେଷ ମହତ୍ତ୍ୱ ରହିଛି । ସଂସାରରେ ଏହି ଦାନ ସହ ସମାନ ଆଉ କୌଣସି ଦାନ ନାହିଁ । ଦିନଦ୍ବିପହରେ ଭୋକ ଉପାସରେ ଆସିଥିବା ବ୍ରାହ୍ମଣଙ୍କୁ ଖାଇବାକୁ ଦେଲେ ଅତ୍ୟନ୍ତ ପୁର୍ଣ୍ଣ୍ୟ ଫଳ ଲାଭ ହୋଇଥାଏ ।

ପାଦୁକା ଓ ଚଟାଇ:

ଶାସ୍ତ୍ର କୁହେ ଏହି ଋତୁରେ ପାଦର ଆରାମ ପାଇଁ ଜଣଙ୍କୁ କଠଉ, ଜୋତା ଚପଲ ଦାନ କରିବା ଉଚିତ । ଏହା ବ୍ୟତୀତ ଖଜୁରୀ ପତ୍ର ତିଆରି ଚଟେଇ ବି ଜଣେ ଦରକାର କରୁଥିବା ଲୋକକୁ ଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.