ଚୈତ୍ର ନବରାତ୍ରୀରେ କରନ୍ତୁ ମା ଦୁର୍ଗାଙ୍କୁ ପ୍ରସନ୍ନ

ହିନ୍ଦୁ ନବବର୍ଷରେ ଆରମ୍ଭ ହୋଇଛି ପବିତ୍ର ଚୈତ୍ର ନବରାତ୍ରୀ ପର୍ବ। ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ସ୍ୱତନ୍ତ୍ର ଉପାୟ

ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ । ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱ ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ ।ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ ପୁଥଣ୍ଡୁ’ ଓ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ‘ଉଗାଡି’ ନାଁ ରେ ପାଳନ କରାଯାଏ।

ଆମ ହିନ୍ଦୁ କ୍ୟାଲେଣ୍ଡରରେ ୧୨ମାସରେ ରହିଛି ୧୩ ପର୍ବ। ଯାହାକୁ ଆମେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ। ଚୈତ୍ରମାସର ଏହି ପୂଜା ମା’ ଦୁର୍ଗାଙ୍କୁ ମନାସି କରାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର ଅଧାରୁ ଚୈତ୍ର ମାସ ଆରମ୍ଭ ହୋଇଯାଏ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ଚୈତ୍ରମାସ ଶୁୂକ୍ଳପକ୍ଷର ପ୍ରଥମ ଦିନରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏହାପରେ ସେ ଋତୁ, ଗ୍ରହ- ନକ୍ଷତ୍ର ଓ ବର୍ଷ ଆରମ୍ଭ କରିଥିଲେ।

ଚୈତ୍ରମାସ ଆରମ୍ଭ ହୋଇଯାଇଛି। ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି। ଚୈତ୍ର ନବରାତ୍ରି ମାର୍ଚ୍ଚ ୩୦ ତାରିଖ ୨୦୨୩ରେ ନବମୀ ଦିନ ସମାପ୍ତ ହେବ । ନବରାତ୍ରିର ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ।ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ନବରାତ୍ରୀ ସମୟରେ୯ ଦିନ ପର୍ଯ୍ଯନ୍ତ ଚାରିଆଡେ ଭକ୍ତିମୟ ପରିବେଶ ରହିଥାଏ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଦିନରେ ମା ଦୁର୍ଗାଙ୍କୁ କେଉଁ ଜିନିଷ ଦେବା ଦ୍ବାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି।

ମନ୍ଦିର ଏବଂ ପୂଜା ସ୍ଥାନ ସଫା ରଖିବା : ନବରାତ୍ରି ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଘର ଏବଂ ମନ୍ଦିର କିମ୍ବା ପୂଜା ସ୍ଥାନକୁ ଭଲଭାବେ ସଫା କରିଦିଅନ୍ତୁ। କୁହାଯାଏ, ନବରାତ୍ରୀ ପୂର୍ବଦିନ ମା’ ଦୁର୍ଗା ଘରକୁ ଆସିଥାନ୍ତି। ଏଥିପାଇଁ ମା ଆସିବା ପୂର୍ବରୁ ଘରକୁ ଭଲଭାବେ ସଫା ସୁତରା କରିବା ଉଚିତ।

ସ୍ବସ୍ତିକ ଚିହ୍ନ ବନାନ୍ତୁ: ମା’ଙ୍କ ଆଗମନ କରିବା ପୂର୍ବରୁ ଘରର ମୁଖ୍ଯ ଦ୍ବାରରେ ହଳଦୀ କିମ୍ବା ଫଗୁରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ହଳଦୀରେ ତିଆରି ହୋଇଥିବା ସ୍ବସ୍ତିକ ଗୁରୁ ଗ୍ରହ ଏବଂ ଫଗୁରେ ତିଆରି ହୋଇଥିବା ସ୍ବସ୍ତିକ ଚିହ୍ନ ଶୁକ୍ରକୁ ଶୁଦ୍ଧ କରିଥାଏ ଏବଂ ଜୀବନରେ ସକାରାତ୍ମକ ଆଣିଥାଏ।

ମା’ ବସିବା ସ୍ଥାନରେ ଲାଲ କପଡା ପକାନ୍ତୁ: ନବରାତ୍ରି ସମୟରେ ସବୁବେଳେ ମା’ଙ୍କ ପ୍ରତିମାରେ ଚନ୍ଦନ କିମ୍ବା ରୂପା ଜିନିଷ ରଖି ସ୍ଥାପିତ କରିବା ଉଚିତ। ଏହି ସ୍ଥାନରେ ଲାଲ ରଙ୍ଗର କପଡା ପକାନ୍ତୁ। ଲାଲ ରଙ୍ଗ ସୌଭାଗ୍ଯର ପ୍ରତୀକ।

ଉତ୍ତର-ପୂର୍ବ ଦିଗରେ କଳସ ସ୍ଥାପନା କରନ୍ତୁ: କଳସ ସ୍ଥାପନା କରିବା ଦିଗପ୍ରତି ମଧ୍ୟ ଧ୍ୟାନ ରଖିବା ଉଚିତ। ନବରାତ୍ରିରେ କଳସ ସବୁବେଳେ ଉତ୍ତର ପୂର୍ବ ଦିଗରେ ସ୍ଥାପନା କରନ୍ତୁ। କଳସରେ ଗୁଆ, ପଇସା ଏବଂ ଜଳ ଦେଇ ଭରନ୍ତୁ। ଆପଣ ସୁନା କିମ୍ବା ରୁପା, ପିତ୍ତଳ, ମାଟି କୌଣସି କଳସର ବ୍ଯବହାର କରିପାରିବେ।

କଳସରେ ଅଶୋକ ପତ୍ର ରଖନ୍ତୁ: କଳସରେ ଅଶୋକ ପତ୍ର ନିଶ୍ଚିତ ରଖନ୍ତୁ। ୯, ୧୧, ୨୧ ଆଦି ପତ୍ର ଥିବା ଅଶୋକ ପତ୍ର ରଖନ୍ତୁ। ଅଶୋକ ପତ୍ର ଦୁଃଖ ନାଶ କରିଥାଏ। ତେଣୁ ପୂଜା ପାଠ କରିବା ସମୟରେ ଏହାର ପ୍ରୟୋଗ କରିବା ଦ୍ବାରା ଜୀବନରେ ଆସିବାକୁ ଥିବା ବିପଦ ଦୂର ହେବ। କଳସରେ ସାଲୁକପଡା ବାନ୍ଧି ନଡିଆ ରଖନ୍ତୁ।

ଅଖଣ୍ଡ ଦୀପ ଜଳାନ୍ତୁ: ଚୈତ୍ର ନବରାତ୍ରୀ ସମୟର ପୂଜା ସ୍ଥାନରେ ଅଖଣ୍ଡ ଦୀପ ଜଳାନ୍ତୁ। ଯଦି ଅଖଣ୍ଡ ଦୀପ ନ ଜଳାଇ ପାରୁଛନ୍ତି, ତେବେ ନବରାତ୍ରି ଦିନ ସକାଳ ଏବଂ ସନ୍ଧ୍ଯାରେ ଦୀପ ନିଶ୍ଚିତ ଜଳାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.