ଏହି ଉପାୟ କଲେ ଲକ୍ଷ୍ମୀ ମାତାଙ୍କ ସହ ଶୁକ୍ରଦେବ ବି ହେବେ ପ୍ରସନ୍ନ, ଜୀବନରେ ସୁଖ ସମୃଦ୍ଧି ସହ ବଢ଼ିବ ଧନ
ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ମନ୍ତ୍ର ସ୍ତ୍ରୋତ୍ର ରହିଛି। କିଛି ଶକ୍ତିଶାଳୀ ମନ୍ତ୍ର ଏମିତି ବି ଅଛି, ଯାହାକୁ ଜପ କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ତ ପ୍ରକାରର ସମସ୍ୟା ସମାଧାନ ହୋଇଯାଏ। ଏସବୁ ମନ୍ତ୍ରକୁ ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ଜପ କଲେ ବିଶେଷ ରୂପେ ଲାଭ ମିଳେ। ଧନଲାଭ ପାଇଁ ଶୁକ୍ରଦେବଙ୍କୁ କରନ୍ତୁ ପ୍ରସନ୍ନ।

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ସର୍ବଦା ତାଙ୍କ ଉପରେ ରହିଥାଉ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ, ସେମାନଙ୍କ ଜୀବନରେ କେବେ ବି ଧନର ଅଭାବ ହୋଇ ନଥାଏ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ସେହିପରି ଜାତକଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ଥିଲେ ଜୀବନରେ ଆରାମ ପ୍ରାପ୍ତ ହୋଇଥାଏ।
ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ମନ୍ତ୍ର ସ୍ତ୍ରୋତ୍ର ରହିଛି। କିଛି ଶକ୍ତିଶାଳୀ ମନ୍ତ୍ର ଏମିତି ବି ଅଛି, ଯାହାକୁ ଜପ କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ତ ପ୍ରକାରର ସମସ୍ୟା ସମାଧାନ ହୋଇଯାଏ। ଏସବୁ ମନ୍ତ୍ରକୁ ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ଜପ କଲେ ବିଶେଷ ରୂପେ ଲାଭ ମିଳେ। ଆସନ୍ତୁ ଜାଣିବା କେଉଁ ଉପାୟ କଲେ ଶୁକ୍ର ଗ୍ରହ ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।
-କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କୁ ମଜବୁତ କିରିବା ପାଇଁ ଶୁକ୍ରବାର ଦିନ ସ୍ନାନ କରି ଧଳା ବସ୍ତ୍ର ପିନ୍ଧିବା ସହ ‘‘ ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ ’’ ମନ୍ତ୍ର ୫, ୧୧ କିମ୍ବା ୨୧ ମାଳା ଜପ କରନ୍ତୁ ।
-କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ଥିଲେ ବ୍ୟକ୍ତିଙ୍କ ସବୁ କାମରେ ଯଶ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ଶୁକ୍ରବାର ଦିନ ଆପଣ ଦହି, ଚିନି, ଧଳା ବସ୍ତ୍ର, ଶୃଙ୍ଗାର ସାମଗ୍ରୀ, ଚାଉଳ ଓ ମିଶ୍ରି ଆଦି ଜିନିଷ ଦାନ କରିପାରିବେ।
-ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ହୋଇଥାନ୍ତି, ତାଙ୍କ ଜୀବନରେ ଧନ ଓ ମାନ ସମ୍ମାନର ଶୁଭ ଯୋଗ ସମାପ୍ତ ହୋଇଯାଇଥାଏ । ତେଣୁ ଉକ୍ତ ଲୋକ ୨୧ ବା ୩୧ ଶୁକ୍ରବାର ପର୍ଯ୍ୟନ୍ତ ଲଗାତାର ବ୍ରତ କରିବା ଦରକାର ।ଏହାଦ୍ୱାରା ଶୁକ୍ର ମଜବୁତ ହେବା ସହ ମା ଲକ୍ଷ୍ମୀଙ୍କ କୃପା ଯୋଗୁ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ପାଇଥାଏ ।
-ଯେଉଁ ଜାତକଙ୍କର ଶୁକ୍ର ଦୁର୍ବଳ ହୋଇଥାଏ, ସେମାନଙ୍କୁ ହୀରା ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ । ଯଦି ହୀରା ପିନ୍ଧିବା ସମ୍ଭବ ନହୁଏ ତେବେ ଆପଣ ଜ୍ୟୋତିଷଙ୍କ ପରାମର୍ଶରେ ତୁରମଲୀ କୁରଂଗୀ ବା ଦତଲା ରତ୍ନ ଧାରଣ କରି ପାରିବେ।
-ନିଜର ସ୍ୱଚ୍ଛତାର ଧ୍ୟାନ ରଖିବା ସହ ନିଜ ଆଖପାଖର ସଫା ସୁତର ପ୍ରତି ଧ୍ୟାନ ରଖିବା ଦ୍ୱାରା ଶୁକ୍ର ଗ୍ରହର ଶୁଭତା ବଢ଼ିଥାଏ।
ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଧନ ଓ ସୌଭାଗ୍ଯର ଦେବୀ ବୋଲି କୁହାଯାଏ। । ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ସେ ଧନବାନ ହୋଇଥାନ୍ତି। ଆଉ ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ପ୍ରସନ୍ନ ନଥାନ୍ତି, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଧନବାନ ହୋଇପାରନ୍ତି ନାହିଁ । ଯେକୌଣସି ଦେବଦେବୀଙ୍କୁ ଆପଣ ପୂଜା କରନ୍ତୁ ସେହି ପୂଜାରେ କିଛି ନିୟମ ରହିଥାଏ। ଯାହାକୁ ମାନି ପୂଜା କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଏମିତିରେ ଆମେ ସମସ୍ତ ଦେବଦେବୀଙ୍କ ସ୍ୱରୂପ କୁ ମୂର୍ତ୍ତି ଆକାରରେ ଦେଖିଛେ।