ସ୍ପେଶାଲ

ଜ୍ୟେଷ୍ଠ ପୂର୍ଣ୍ଣିମାରେ କରନ୍ତୁ ଏହି ଛୋଟ ଛୋଟ ଉପାୟ; ସବୁବେଳେ ରହିବ ମା’ ଲକ୍ଷ୍ମୀଙ୍କ କୃପା

ପ୍ରତିବର୍ଷ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା ନାମରେ ପାଳନ କରାଯାଇଥାଏ। ଏହି ଦିନ ଗଙ୍ଗା ସ୍ନାନ, ଦାନ ଆଦି ସହିତ ମା’ ଲକ୍ଷ୍ମୀଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଏଥର ଜ୍ୟେଷ୍ଠ ପୂର୍ଣ୍ଣିମା ବହୁତ ଖାସ୍‌ ରହିଛି। କହିଁକି ନା, ଚଳିତ ବର୍ଷର ଶେଷ ଜ୍ୟେଷ୍ଠ ମଙ୍ଗଳବାର ଅର୍ଥାତ୍‌ ବୁଢ଼ା ମଙ୍ଗଳ ପଡ଼ୁଛି। ଆସନ୍ତୁ ଜାଣିବା, ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ କେଉଁ ଉପାୟ କରିବା ବହୁତ ଶୁଭ ହୋଇଥାଏ।

ଶୁଭ ମୁହୂର୍ତ୍ତ

ପୂର୍ଣ୍ଣିମା ତିଥି ପ୍ରାରମ୍ଭ: ୧୩ ଜୁନ୍‌, ସୋମବାର ରାତି ୯ଟା ୨ ମିନିଟ୍‌

ପୂର୍ଣ୍ଣିମା ତିଥି ସମାପନ: ୧୪ ଜୁନ୍‌, ମଙ୍ଗଳବାର ସନ୍ଧ୍ୟା ୫ଟା ୨୧ ମିନିଟ୍‌

ଏହି ଉପାୟ କରନ୍ତୁ

ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ମା’ ଲକ୍ଷ୍ମୀଙ୍କୁ ବିଧି ବିଧାନର ସହ ପୂଜା କରନ୍ତୁ। ମା’ଙ୍କ ସମ୍ମୁଖରେ ଏକ ଲାଲ୍‌ ରଙ୍ଗର କପଡ଼ାରେ ୧୧ଟି କଉଡ଼ି ଅର୍ପଣ କରନ୍ତୁ ଏବଂ ହଳଦୀର ଟିକା ଲଗାଇ ଦିଅନ୍ତୁ। ଦ୍ୱିତୀୟ ଦିନ ମା’ଙ୍କ ଆଶୀର୍ବାଦ ନେଇ ଏହି କଉଡ଼ିଗୁଡ଼ିକୁ ଧନ ବାକ୍ସରେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ। ଧନଧାନ୍ୟ ବୃଦ୍ଧି ପାଇଁ ଏହି ଦିନ ଲକ୍ଷ୍ମୀ ସ୍ରୋତ ଏବଂ କନକଧାରା ସ୍ରୋତ ପାଠ କରିବା ବି ବହୁତ କଲ୍ୟାଣକାରୀ ହୋଇଥାଏ।

ମା’ ଲକ୍ଷ୍ମୀଙ୍କୁ ଲଗାନ୍ତୁ ଖିରି ଭୋଗ

ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାଲକ୍ଷ୍ମୀଙ୍କୁ ଖିରି ଭୋଗ ଲଗାନ୍ତୁ। ଏଥି ସହିତ ୫ କୁଅାଁରୀ କନ୍ୟାଙ୍କୁ ଭୋଜନ କରାନ୍ତୁ ଏବଂ ଦକ୍ଷିଣା ଦିଅନ୍ତୁ। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ।

କରଜରୁ ମୁକ୍ତି ପାଇଁ

ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ଆଦି କରିବା ପରେ ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ବିଧିବଦ୍ଧ ଭାବେ ପୂଜା କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ଅଶ୍ୱତ୍‌ଥ ଗଛର ପୂଜା

ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଅଶ୍ୱତ୍‌ଥ ଗଛକୁ ପୂଜା କରିବା ବହୁତ ଶୁଭ ହୋଇଥାଏ। ମାନ୍ୟତା ରହିଛି, ଅଶ୍ୱତ୍‌ଥ ଗଛରେ ସମସ୍ତ ଦେବଦେବୀ ବାସ କରନ୍ତି। ଏହି ଦିନ ଅଶ୍ୱତ୍‌ଥ ଗଛରେ ଜଳ ଅର୍ପଣ କରନ୍ତୁ। ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ।

ସ୍ନାନ, ଦାନର ଅଧିକ ମହତ୍ତ୍ୱ

ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ କରନ୍ତୁ। ଯଦି ଆପଣ ଗଙ୍ଗାସ୍ନାନ କରିପାରୁ ନାହାନ୍ତି, ତା’ ହେଲେ ଘରେ ଗାଧୋଇବା ପାଣିରେ ଅଳ୍ପ ଗଙ୍ଗା ଜଳ ମିଶାଇ ଦିଅନ୍ତୁ। ଗଙ୍ଗା ସ୍ନାନ କରିବା ପରେ ଦାନ ଅବଶ୍ୟ କରନ୍ତୁ। ଏହି ଦିନ ଧଳା ଜିନିଷ ଦାନ କରିବା ଦ୍ୱାରା ଚନ୍ଦ୍ର ମଜଭୁତ ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago